ସମଝୌତା ବିସ୍ଫୋରଣ: ସ୍ୱାମୀ ଅସୀମାନନ୍ଦଙ୍କ ସମେତ ୪ ଜଣ ଦୋଷମୁକ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 20, 2019

ସମଝୌତା ବିସ୍ଫୋରଣ: ସ୍ୱାମୀ ଅସୀମାନନ୍ଦଙ୍କ ସମେତ ୪ ଜଣ ଦୋଷମୁକ୍ତ

ନୂଆଦିଲ୍ଲୀ:ବୁଧବାର ପଞ୍ଚକୁଲାର ସ୍ୱତନ୍ତ୍ର କୋର୍ଟ ବହୁ ଚର୍ଚ୍ଚିତ ସମଝୌତା ଏକ୍ସପ୍ରେସ ବିସ୍ଫୋରଣ ମାମଲାର ଶୁଣାଣି କରି ସ୍ୱାମୀ ଅସୀମାନନ୍ଦଙ୍କ ସମେତ ସମସ୍ତ ୪ ଜଣ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଛନ୍ତି। ଅନ୍ୟ ୩ ଜଣ ହେଉଛନ୍ତି ଲୋକେଶ ଶର୍ମା, କମଲ ଚୌହାନ ଏବଂ ରାଜିନ୍ଦର ଚୌଧୁରୀ।

ଏହା ପୂର୍ବରୁ ପାକିସ୍ତାନୀ ନାଗରିକ ରାହିଲା ୱକିଲ୍‌ଙ୍କ ଆବେଦନକୁ କୋର୍ଟ ନାକଚ କରିଥିଲେ। ଏହି ଆବେଦନ କାରଣରୁ ହିଁ ମାମଲାର ଶୁଣାଣି ଗତ ୧୧ ତାରିଖରୁ ଆଜି ତାରିଖକୁ ଘୁଞ୍ଚିଥିଲା। ସେ ଆବେଦନରେ ଦାବି କରିଥିଲେ, ୨୦୦୭ ବିସ୍ଫୋରଣରେ ମୃତ ଜଣେ ପାକିସ୍ତାନୀଙ୍କର ସେ ଝିଅ। ସେ ଦାବି କରିଥିଲେ ତାଙ୍କ ପାଖରେ ଅଧିକ ପ୍ରମାଣ ରହିଛି।

ଏହି ରାୟ ପରେ ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅସାଦୁଦ୍ଦିନ୍‌ ଓୱେସି ପ୍ରତିକ୍ରିୟାରେ କହିଛନ୍ତି, ଏହା ନିକୃଷ୍ଟ ଧରଣର ଶୁଣାଣି। ୬୮ ଜଣଙ୍କର ମୃତ୍ୟୁ କିନ୍ତୁ କେହି ଦାୟୀ ନୁହନ୍ତି? ନ୍ୟାୟ ହୋଇଛି ବୋଲି କହି ହେବନି। ଏମିତି ଆଉ କେତେଦିନ ନିକୃଷ୍ଟ ଧରଣର ଶୁଣାଣି ପାଇଁ ଦୋଷମୁକ୍ତ କଥା ଶୁଣିବା।

୧୮ ଫେବୃଆରୀ ୨୦୦୭ ମସିହାର ଏହି ଘଟଣାରେ ମୋଟ ୬୮ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା, ଯେଉଁଥିରୁ ୪୨ ଜଣ ପାକିସ୍ତାନର। ଏହି ଯାତ୍ରୀମାନେ ଯାଉଥିବା ସମଝୌତା ଏକ୍ସପ୍ରେସ ଭାରତ-ପାକିସ୍ତାନ ସୀମା ନିକଟବର୍ତ୍ତୀ ପାକିସ୍ତାନ ପଟେ ଥିବା ପଞ୍ଜାବର ଅଟ୍ଟାରୀକୁ ଯୋଡ଼ିଥାଏ।

ଏହି ଘଟଣାର ତଦନ୍ତକାରୀମାନେ ତଦନ୍ତ ପରେ କହିଥିଲେ, ଏହି ବିସ୍ଫୋରଣ ପାଇଁ ଆତଙ୍କବାଦୀମାନେ ଆଇଡି ବିସ୍ଫୋରକ ବ୍ୟବହାର କରିଥିଲେ। ହରିଆଣାର ପାନିପତ୍‌ଠାରେ ଘଟିଥିବା ଏହି ଘଟଣାରେ ସମଝୌତା ଏକ୍ସପ୍ରେସର ୨ଟି କୋଚ୍‌ରେ ନିଆଁ ଲାଗିଯାଇଥିଲା। ଏପରିକି ଏହି ଟ୍ରେନ୍‌ର ଅନ୍ୟ ୨ କମ୍ପାର୍ଟମେଣ୍ଟରୁ ୨ଟି ଅଫୁଟା ବିସ୍ଫୋରକର ଶୁଟ୍‌କେସ୍‌ ଜବତ ହୋଇଥିଲା।

ସାଧୁ ସ୍ୱାମୀ ଅସୀମାନନ୍ଦଙ୍କର ନାମରେ ୨୦୦୭ ମସିହାରେ ହାଇଦ୍ରାବାଦର ମକ୍କା ମସ୍‌ଜିଦ୍‌ ଏବଂ ରାଜସ୍ଥାନର ଆଜମେର୍‌ ଦର୍ଘାରେ ବୋମା ବିସ୍ଫୋରଣ ବ୍ୟତୀତ ଏହି ମାମଲାରେ ହିଁ ଶୁଣାଣି ଚାଲୁ ରହିଥିଲା। ଗତ ଦୁଇ ବର୍ଷରେ ଅନ୍ୟ ୨ ମାମଲାରୁ ସ୍ୱାମୀ ଦୋଷମୁକ୍ତ ହୋଇସାରିଛନ୍ତି।

୨୦୧୧ ପରଠାରୁ ଏନ୍‌ଆଇଏ ଏହି ସମସ୍ତ ମାମଲାର ତଦନ୍ତ କରୁଥିବାବେଳେ ଏଥିରେ ହିନ୍ଦୁ ଉଗ୍ରବାଦୀଙ୍କ ସମ୍ପୃକ୍ତି ସନ୍ଦେହ କରାଯାଇଥିଲା। ଏଥିରେ ୮ ଜଣଙ୍କ ନାମ ଯୋଡ଼ାଯାଇଥିଲା। ତଦନ୍ତକାରୀମାନେ ସେତେବେଳେ କହିଥିଲେ, ଜଣେ ଆରଏସ୍‌ଏସ୍‌ ପ୍ରଚାରକ ସୁନୀଲ ଯୋଷୀ ସମଝୌତା ଆକ୍ରମଣର ଷଡ଼ଯନ୍ତ୍ର ଥିବା ସନ୍ଦେହ କରାଯାଉଛି। ତାଙ୍କୁ ୨୦୦୭ ମସିହା ଡିସେମ୍ବରରେ ତାଙ୍କର ସହଯୋଗୀମାନେ ହିଁ ହତ୍ୟା କରିଥିବା ସନ୍ଦେହ କରାଯାଉଥିଲା।



from Odisha Reporter https://ift.tt/2TXB9AZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages