ଆରସିବିକୁ ୧୮୮ ରନର ଟାର୍ଗେଟ୍ ଦେଲା ମୁମ୍ବାଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 28, 2019

ଆରସିବିକୁ ୧୮୮ ରନର ଟାର୍ଗେଟ୍ ଦେଲା ମୁମ୍ବାଇ

ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ର ଦ୍ୱାଦଶ ସଂସ୍କରଣରେ ଗୁରୁବାର ନିଜର ଦ୍ୱିତୀୟ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୮୭ ରନ କରିଛି। ଦଳ ପକ୍ଷରୁ ରୋହିତ ଶର୍ମା ସର୍ବାଧିକ ୪୮ ଓ ସୂର୍ଯ୍ୟକୁମାର ଯାଦବ ୩୮ ରନ କରିଛନ୍ତି। ଫଳରେ ଆରସିବି ଆଗରେ ୧୮୮ ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ ହୋଇଛି।

ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲର ଏହି ସପ୍ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଅଧିନାୟକ ବିରାଟ କୋହଲି ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ମୁମ୍ବାଇକୁ ତା’ର ଓପ୍ନର କ୍ୱିଣ୍ଟନ ଡି’କକ୍ ଓ ଅଧିନାୟକ ରୋହିତ୍ ଶର୍ମା ଭଲ ଆରମ୍ଭ ଦେଇଥିଲେ।

ଦୁହେଁ ଆରମ୍ଭରୁ ହିଁ ଘରୋଇ ବୋଲରଙ୍କୁ ଆକ୍ରଣମ କରିଥିଲେ। ଦଳର ସ୍କୋର ୫୪ ଥିବା ବେଳେ ଡି’କକ (୨୩)ଙ୍କୁ ୟୁଜବେନ୍ଦ୍ର ଚହଲ କ୍ଲିନ ବୋଲ୍ଡ କରିଥିଲେ। ରୋହିତ୍ ଭଲ ବ୍ୟାଟିଂ କରି ଅର୍ଦ୍ଧଶତକ ଅଭିମୁଖେ ଅଗ୍ରସର ହେଉଥିବା ବେଳେ ତାଙ୍କୁ ଉମେଶ ଯାଦବ ପ୍ୟାଭିଲିୟନ ପଠାଇଥିଲେ। ସେ ୩୩ ବଲରେ ୮ ଚୌକା ଓ ୧ ଛକା ସହ ୪୮ ରନ କରିଥିଲେ। ସୂର୍ଯ୍ୟକୁମାର ଯାଦବ ପୁଣିଥରେ ଭଲ ଆରମ୍ଭକୁ ବଡ଼ ସ୍କୋରରେ ପରିଣତ କରିପାରିନଥିଲେ।

ସେ ୨୪ ବଲରେ ୪ ଚୌକା ଓ ୧ ଛକା ସହ ୩୮ ରନ୍ କରି ଚହଲଙ୍କ ବଲରେ ମୋଇନ ଅଲୀଙ୍କ ଦ୍ୱାରା କ୍ୟାଚ୍ ଆଉଟ ହୋଇଥିଲେ। ଏହା ପରେ ଯୁବରାଜ ସିଂହ ଚହଲଙ୍କୁ ଲଗାତାର ତିନୋଟି ଛକା ମାରି ଦର୍ଶକଙ୍କୁ ଭରପୂର ମନୋରଞ୍ଜନ କରିଥିଲେ କିନ୍ତୁ ଚତୁର୍ଥ ଛକା ମାରିବା ପ୍ରୟାସରେ ସେ ବାଉଣ୍ଡ୍ରୀରେ ମହମ୍ମଦ ସିରାଜଙ୍କ ଦ୍ୱାରା କ୍ୟାଚ ହୋଇଥିଲେ।

ଆଉଟ ହେବା ପୂର୍ବରୁ ଯୁବରାଜ ୧୨ ବଲରେ ୨୩ ରନ କରିଥିଲେ। ଏହା ପରେ ଲଗାତାର ତିନୋଟି ୱିକେଟ ହରାଇବା ଦ୍ୱାରା ଦଳର ରନରେ ଅଙ୍କୁଶ ଲାଗିଥିଲା। ତେବେ ଶେଷଭାଗରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା କିଛି ଆକର୍ଷଣୀୟ ଶଟ ମାରି ମୁମ୍ବାଇକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ହାର୍ଦ୍ଦିକ ୧୪ ବଲରେ ୨ ଚୌକା ଓ ୩ ଛକା ସହ ଅପରାଜିତ ୩୨ ରନ୍ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ କାଇରନ ପୋଲାର୍ଡ (୫), କୃନାଲ ପାଣ୍ଡ୍ୟା (୧), ମିଚେଲ ମ୍ୟାକକ୍ଲିନାଗନ (୧) ଓ ମୟଙ୍କ ମାର୍କଣ୍ଡେ (୬) ନିରାଶ କରିଥିଲେ। ଉକ୍ତ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି। ବେନ କଟିଙ୍ଗ ସ୍ଥାନରେ ଭେଟେରାନ ଲସିଥ ମାଲିଙ୍ଗା ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଛନ୍ତି । ତେବେ ଆରସିବି ଦଳରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ଆରସିବି ପକ୍ଷରୁ ଚହଲ ୩୮ ରନ ଦେଇ ୪ଟି, ଉମେଶ ଯାଦବ ୨୬ ରନ୍ ଦେଇ ୨ଟି ଓ ମହମ୍ମଦ ସିରାଜ ୩୮ ରନ ଦେଇ ୨ଟି ୱିକେଟ ନେଇଥିଲେ।



from Odisha Reporter https://ift.tt/2HYQNWc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages