ସୁବାସ ଚୌହାନଙ୍କୁ ୪ ଜିଲ୍ଲା ଦାୟିତ୍ୱ ଦେଲା ବିଜେଡି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 28, 2019

ସୁବାସ ଚୌହାନଙ୍କୁ ୪ ଜିଲ୍ଲା ଦାୟିତ୍ୱ ଦେଲା ବିଜେଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲୋକସଭା ଟିକେଟ ନପାଇବାରୁ ବିଜେପି ଛାଡ଼ିଥିବା ସୁବାସ ଚୌହାନଙ୍କୁ ବିଜେଡି ଆଜି ସାଂଗଠନିକ ପଦପଦବୀରେ ଥଇଥାନ କରିଛି। ବିଜେଡିରେ ଯୋଗ ଦେବାର ୨୪ଘଣ୍ଟା ନପୁରୁଣୁ ବିଜେଡି ତାଙ୍କୁ ଦଳର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦେବା ସହ କଳାହାଣ୍ଡି, ବରଗଡ଼, ବଲାଙ୍ଗିର ଓ ସମ୍ବଲପୁର ଜିଲ୍ଲାର ସହ-ପର୍ଯ୍ୟବେକ୍ଷକ ଭାବେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛି।

ଗତକାଲି ଶ୍ରୀ ଚୌହାନ ବିଜେଡିରେ ସାମିଲ ହେବା ସମୟରେ ତାଙ୍କୁ ଦଳରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯିବ ବୋଲି ବିଜେଡି ସଭାପତି ନବୀନ ପଟ୍ଟନାୟକ ସୂଚନା ଦେଇଥିଲେ। ଆଜି ସୁବାସଙ୍କୁ ଏହି ସବୁ ଦାୟିତ୍ୱ ଦିଆଯାଇଛି ବୋଲି ବିଜେଡି ପକ୍ଷରୁ ଜାରି ପ୍ରେସ୍ ରିଲିଜରେ କୁହାଯାଇଛି।



from Odisha Reporter https://ift.tt/2WwCLzs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages