ଟ୍ୱିଟର୍‌ରେ ସିକ୍ରେଟ୍ କଥାବାର୍ତ୍ତାକୁ ହାଇଡ୍‌ କରିବାକୁ ଚାହୁଁଛନ୍ତି କି? ଏମିତି କରନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 3, 2019

ଟ୍ୱିଟର୍‌ରେ ସିକ୍ରେଟ୍ କଥାବାର୍ତ୍ତାକୁ ହାଇଡ୍‌ କରିବାକୁ ଚାହୁଁଛନ୍ତି କି? ଏମିତି କରନ୍ତୁ

ନୂଆଦିଲ୍ଲୀ: ମାଇକ୍ରୋ- ବ୍ଲଗିଙ୍ଗ୍‌ ସାଇଟ୍‌ ଟ୍ୱିଟର୍‌ ଲୋକପ୍ରିୟତା ବଢାଇବା ପାଇଁ ତାର ୟୁଜର୍ସମାନଙ୍କୁ ଅନେକ ସୁବିଧା ଯୋଗାଇ ଦେଉଛି। ଟ୍ୱିଟରରେ ଗୋପନୀୟ କଥା ସର୍ବଜନୀନ ହେବାର ଆଶଙ୍କା ଏହାର ୟୁଜର୍ସମାନଙ୍କୁ ଯେପରି ଚିନ୍ତାରେ ପକାଇଥିଲା, ତାହାର ସମାଧାନର ବାଟ ଏବେ ବାହାର କରିଛି କମ୍ପାନୀ। ୟୁଜର୍ସଙ୍କ ଅନାବଶ୍ୟକ କଥାବାର୍ତ୍ତାକୁ ନିୟନ୍ତ୍ରଣ କରିବା ପାଇଁ ‘ହାଇଡ୍‌ ରିପ୍ଲାଏ ’ ନାମକ ଏକ ଫିଚର୍‌ ଆଣିଛି । ସିନିୟର ପ୍ରଡକ୍ଟ ମ୍ୟାନେଜର୍‌ ମାଇକେଲ୍‌ ୟାସ୍‌ମିନ୍‌ ହକ୍‌ ଗୁରୁବାର ଏକ ଟ୍ୱିଟ୍‌ କରି କହିଛନ୍ତି, ଟ୍ୱିଟରରେ ମନୋରଞ୍ଜନ ପୂର୍ଣ୍ଣ କଥାବାର୍ତ୍ତା କରୁଥିବା ଲୋକ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ତେଣୁ ଏହି ଫିଚର ଦ୍ୱାରା  ସେମାନଙ୍କ କଥାବାର୍ତ୍ତାକୁ ଆମେ ଏଠାରେ ସୁରକ୍ଷିତ ରଖିଛୁ, ଏ ପ୍ରତିଶ୍ରୁତି ଆମେ ତାଙ୍କୁ ଦେବାକୁ ଚାହୁଁଁ।

ହକ୍‌ଙ୍କ କହିବା ଅନୁଯାୟୀ, ଏହି ଫିଚର ଦ୍ୱାରା ଟ୍ୱିଟର୍‌ରେ କରୁଥିବା କଥାବାର୍ତ୍ତା ଏବଂ ଟ୍ୱିଟ୍‌ରେ ଆସୁଥିବା ରିପ୍ଲାଏକୁ  ହାଇଡ୍‌ କରିବାର ସୁବିଧା ରହିବ। ଏହା ଆପଣ ରିପ୍ଲାଏ ମେନୁ ଅପ୍‌ସନ୍‌ରେ ଦେଖି ପାରିବେ। ସେ କହିଛନ୍ତି ଯେ, ଆଗାମୀ କିଛି ମାସ ମଧ୍ୟରେ ଏହାକୁ ସାର୍ବଜନୀନ ପରୀକ୍ଷା କରିବା ପାଇଁ ଯୋଜନା କରାଯାଉଛି।

ଟ୍ୱିଟର୍‌ ଅନେକ ବର୍ଷରୁ ବ୍ଲକ୍‌, ମ୍ୟୁଟ୍‌ ଆଉ ରିପୋର୍ଟ ଭଳି ଅନେକ ଟୁଲ୍‌ସ୍‌ ଆଣି ପ୍ରତିଯୋଗିତାରେ ସମାନ ସ୍ତରରେ ନିଜକୁ ରଖିବାକୁ ଚାହୁଁଛି। ଏହି କମ୍ପାନୀର ମୁଖ୍ୟ ଅଧିକାରୀ ଜ୍ୟାକ୍‌ ଡୋର୍‌ସି ପୂର୍ବରୁ କହିଥିଲେ ଯେ, ଟ୍ୱିଟର୍‌ରେ ଅତ୍ୟାବଶ୍ୟକ ଏଡିଟ୍‌ ଫିଚର୍‌ ମଧ୍ୟ ଆଣିବାକୁ ଯୋଜନା କରାଯାଉଛି। ଏଥିରେ ୟୁଜର୍ସ ଟ୍ୱିଟ୍‌ କରିବାର ୩୦ସେକେଣ୍ଡ ଭିତରେ ତାକୁ ଏଡିଟ୍‌ କରିବାର ସୁବିଧା ପାଇପାରିବେ।

 



from Odisha Reporter https://ift.tt/2IPalyz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages