
ଧର୍ମଗଡ଼(ଇଙ୍ଗିତ ପଣ୍ଡା): କଳାହାଣ୍ଡି-ନବରଙ୍ଗପୁର ସୀମାନ୍ତରେ ଥିବା ଆମପାଣି ଘାଟିରେ ଆଜି ସକାଳେ ଏକ ଟାଟା ମ୍ୟାଜିକ୍ ଗାଡ଼ିରେ ନିଆଁ ଲାଗି ଯାଇଥିଲା। ସୌଭାଗ୍ୟବଶତଃ ଗାଡ଼ିରେ ଥିବା ଯାତ୍ରୀମାନଙ୍କର କିଛି ହୋଇନାହିଁ। ସେମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ସୂଚନା ଅନୁସାରେ, ପାଖାପାଖି ୧୦ ରୁ ୧୫ ଜଣ ଲୋକ ଏହି ଟାଟା ମ୍ୟାଜିକ୍ ଗାଡ଼ିରେ କଳାହାଣ୍ଡିରୁ ନବରଙ୍ଗପୁର ଅଭିମୁଖେ ଯାଉଥିବା ବେଳେ ଆମପାଣି ଘାଟିରେ ହଠାତ୍ ଏଥିରେ ନିଆଁ ଲାଗି ଯାଇଥିଲା। ନିଆଁ ଲାଗିବା ମାତ୍ରେ ଡ୍ରାଇଭର ସମେତ ଯାତ୍ରୀମାନେ ଗାଡ଼ିରୁ ଡେଇଁ ପଡ଼ିଥିଲେ।
ଗାଡ଼ିରେ କେମିତି ନିଆଁ ଲାଗିଲା,ତାହା ଜଣାପଡ଼ିନାହିଁ।
from Odisha Reporter https://ift.tt/2IQ8ycA
No comments:
Post a Comment