
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଧାନସଭା ନିର୍ବାଚନ ପାଇଁ ବିଜେପି ପ୍ରଥମ ପର୍ଯ୍ୟାୟରେ ୯୯ ଜଣଙ୍କ ନାଁ ଘୋଷଣା କରିଥିବା ବେଳେ ଗତକାଲି ଆଉ ୨୨ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଗତକାଲି ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ଏହି ତାଲିକା ଘୋଷଣା କରାଯାଇଛି।
ଭଟଲିରୁ ଇରାଶିଷ ଆଚାର୍ଯ୍ୟ ପ୍ରାର୍ଥୀ ହୋଇଥିବା ବେଳେ ଦେବଗଡ଼ରୁ ସୁବାସ ପାଣିଗ୍ରାହୀ ନିର୍ବାଚନ ଲଢ଼ିବେ। ସେହିପରି ବୀରମହାରାଜପୁରୁ ରଘୁନାଥ ଜଗଦଳା ଓ ସୋନପୁରରୁ ଅଶୋକ ପୂଜାରୀ ପ୍ରାର୍ଥୀ ହେବେ।
ବଲାଙ୍ଗିରରୁ ଅନନ୍ତ ଦାସ, ନୂଆପଡ଼ାରୁ ହୋମିଂସ୍ ମାଝି, ଝରିଗାଁରୁ ପର୍ଶୁରାମ ମାଝି ଓ ଡାବୁଗାଁରୁ ପଦ୍ମନ ନାୟକ ନିର୍ବାଚନ ଲଢ଼ିବେ।
ଭବାନୀପାଟଣାରୁ ପ୍ରଦୀପ ନାୟକ, ଦଶପଲ୍ଲାରୁ ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ,କବିସୂର୍ଯ୍ୟନଗରରୁ ରଞ୍ଜନ ପଲାଇ ଓ ଛତ୍ରପୁରରୁ ପ୍ରଶାନ୍ତ କରଙ୍କୁ ଟିକେଟ୍ ମିଳିଛି।
ସେହିପରି ଆସ୍କାରୁ ବିଧାୟକ ଦେବରାଜ ମହାନ୍ତି, ସୋରଡାରୁ ନୀଳମଣି ବିଷୋଇ, ବ୍ରହ୍ମପୁରରୁ କାହ୍ନୁ ପତି ଓ ଦିଗପହଣ୍ଡିରୁ ପିଙ୍କି ପ୍ରଧାନ ଫାଇଟ୍ କରିବେ।
ମୋହନାରୁ ପ୍ରଶାନ୍ତ ମଲ୍ଲିକ, ଗୁଣପୁରରୁ ଶିଶିର ଗମାଙ୍ଗ, ରାୟଗଡ଼ାରୁ ବସନ୍ତ ଉଲାକା ଓ ଜୟପୁରରୁ ଗୌତମ ସାମନ୍ତରାୟଙ୍କୁ ଟିକେଟ୍ ମିଳିଛି। ସେହିପରି କୋରାପୁଟରୁ ତ୍ରିପୁରାରୀ ଗରଡ଼ା ଓ ଚିତ୍ରକୋଣ୍ଡାରୁ ପଦୁ ମାଝୀଙ୍କୁ ବିଜେପି ପ୍ରାର୍ଥୀ କରିଛି।
from Odisha Reporter https://ift.tt/2uniIaj
No comments:
Post a Comment