
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବରଗଡ଼ ପୂର୍ବତନ ବିଧାୟକ ସାଧୁ ନେପାକ କଂଗ୍ରେସ ଛାଡ଼ି ଆଜି ବିଜେଡିରେ ସାମିଲ ହୋଇଛନ୍ତି। ଚଳିତ ନିର୍ବାଚନରେ ଶ୍ରୀ ନେପାକଙ୍କୁ କଂଗ୍ରେସ ଟିକେଟ୍ ଦେଇନଥିବାରୁ ସେ ଅସନ୍ତୋଷ ବ୍ୟକ୍ତ କରିଥିଲେ।
ସେହିପରି ବିଷମ କଟକ ନିର୍ବାଚନ ମଣ୍ଡଳୀରୁ ୨୦୧୪ରେ ବିଜେପିର ପ୍ରାର୍ଥୀ ହୋଇଥିବା ସାରଙ୍ଗଧର କାଡ୍ରେକା, ଲକ୍ଷ୍ମୀପୁର ପୂର୍ବତନ ବ୍ଲକ ଅଧ୍ୟକ୍ଷ କଂଗ୍ରେସର ରାଜେନ୍ଦ୍ର ହିକକା ଓ ଟାଙ୍ଗରପାଲ୍ଲୀ ବ୍ଲକର କଂଗ୍ରେସ ନେତା ନିଜ ନିଜର ଶହ ଶହ ସମର୍ଥକଙ୍କ ସହ ନବୀନ ନିବାସରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଆଜି ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି।
from Odisha Reporter https://ift.tt/2Folqli
No comments:
Post a Comment