ପନ୍ତ ଧମାକା: ଦିଲ୍ଲୀ ୨୧୩/୬ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 24, 2019

ପନ୍ତ ଧମାକା: ଦିଲ୍ଲୀ ୨୧୩/୬

ମୁମ୍ବାଇ: ଋଷଭ ପନ୍ତଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ଆଇପିଏଲରେ ତୃତୀୟ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୬ ୱିକେଟ ହରାଇ ୨୧୩ ରନ କରିଛି। ପନ୍ତ ମାତ୍ର ୨୭ ବଲରେ ୭ ଚୌକା ଓ ୭ ଛକା ସହ ୭୮ ରନର ଅପରାଜିତ ଇନିଂସ୍ ଖେଳିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ଶିଖର ଧୱନ ୪୩ (୩୬ ବଲ) ଓ କଲିନ୍ ଇନଗ୍ରାମ ୪୭ (୩୨ ବଲ) ରନ୍ କରିଛନ୍ତି। ଟସ ହାରି ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀକୁ ପ୍ରାରମ୍ଭିକ ଝଟକା ଲାଗିଥିଲା। ଦଳ ମାତ୍ର ୨୯ ରନରେ ପୃଥ୍ୱୀ ଶ’ (୭) ଓ ଅଧିନାୟକ ଶ୍ରେୟସ ଆୟର (୧୬)ଙ୍କୁ ହରାଇଥିଲା।

ତେବେ ଶିଖର ଧୱନ ଓ ଇନଗ୍ରାମ ତୃତୀୟ ୱିକେଟ ପାଇଁ ୮୩ ରନ ଯୋଡ଼ି ଦଳର ସ୍କୋରକୁ ୧୦୦ ଅତିକ୍ରମ କରାଇଥିଲେ। ମଧ୍ୟକ୍ରମରେ ବ୍ୟାଟିଂ କରିବାକୁ ଆସି ପନ୍ତ ଦ୍ରୁତ ରନ୍ ସଂଗ୍ରହ କରିଥିଲେ ଏବଂ ଦଳକୁ ବଡ଼ ସ୍କୋରରେ ପହଞ୍ଚାଇଛନ୍ତି। ତାଙ୍କୁ ଶେଷଭାଗରେ କୀମୋ ପଲ (୩), ଅକ୍ଷର ପଟେଲ (୪) ଓ ତେୱାତିଆ (୯) ଭରପୂର ସହଯୋଗ କରିଥିଲେ। ମୁମ୍ବାଇ ପକ୍ଷରୁ ମିଚେଲ ମ୍ୟାକକ୍ଲିନାଗନ ସର୍ବାଧିକ ୩ଟି ୱିକେଟ୍ ନେଇଛନ୍ତି।



from Odisha Reporter https://ift.tt/2HM0x6l

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages