ଆଜି ଜମିବ ପ୍ରସିଦ୍ଧ ହରିରାଜପୁର ମେଳଣ, ବାଣମରା ଦେଖିବାକୁ ସନ୍ଧ୍ୟାରୁ ଜମିଲାଣି ଭିଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 26, 2019

ଆଜି ଜମିବ ପ୍ରସିଦ୍ଧ ହରିରାଜପୁର ମେଳଣ, ବାଣମରା ଦେଖିବାକୁ ସନ୍ଧ୍ୟାରୁ ଜମିଲାଣି ଭିଡ଼

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମଙ୍ଗଳବାର ରାତିରେ ଓଡ଼ିଶାର ପ୍ରସିଦ୍ଧ ହରିରାଜପୁର ମେଳଣ ଜମାଣ ଉତ୍ସବ ଅନୁଷ୍ଠିତ ହେଉଛି। ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ପଶ୍ଚିମାଶମ୍ଭୁ ଶ୍ରୀ ସୋମନାଥ ଦେବଙ୍କ ପୀଠ। ପୁରୀ ଜିଲା ଡେଲାଙ୍ଗ ବ୍ଲକରେ ଥିବା ଏହି ପ୍ରସିଦ୍ଧ ଶୈବପୀଠର ଏହା ହେଉଛି ସବୁଠାରୁ ବଡ଼ ଉତ୍ସବ। ଖୋର୍ଦ୍ଧା, ପୁରୀ, ଭୁବନେଶ୍ୱର ବ୍ୟତିତ ବିଭିନ୍ନ ସ୍ଥାନର ଶ୍ରଦ୍ଧାଳୁମାନେ ଏହି ଉତ୍ସବରେ ସାମିଲ ହୋଇଥାନ୍ତି। ଏହି ଜମାଣ ରାତିରେ ଆୟୋଜିତ ହେଉଥିବା ଆତସବାଜୀ ଦେଖିବା ପାଇଁ ନାହିଁ ନ ଥିବା ଭିଡ ଦେଖିବାକୁ ମିଳେ।

ଫାଲ୍‌ଗୁନ ଶୁକ୍ଳ ଦଶମୀ ତିଥିରୁ ଆରମ୍ଭ ହେଉଥିବା ଏହି ଦୋଳମେଳଣରେ ରାଜଧାନୀ ଭୁବନେଶ୍ୱର ସମେତ ତାହାର ଚତୁଃପାର୍ଶ୍ୱ ଗ୍ରାମଗୁଡିକରୁ ଠାକୁରମାନେ ଏକାଠି ହୁଅନ୍ତି। ଶାଂପୁର, ଜାଗମରା, ଜାଗସରାପାଟଣା, ପାତ୍ରପଡ଼ା, ସରକନ୍ତରା, ଆଇଗିଣିଆ, ତମାଣ୍ଡୋ, ନଁପୁଟ, ମଦନପୁର, ମୁଣ୍ଡମୁହାଁଣ, ବାଳକାଟି, ସତ୍ୟଭାମାପୁର, କୁଦିଆରୀ, ବାଛରା ଆଦି ଅଞ୍ଚଳର ପ୍ରମୁଖ ମନ୍ଦିରଗୁଡିକର ଠାକୁରଙ୍କୁ ଏହି ମେଳଣକୁ ପାରମ୍ପରିକ କ୍ରମେ ନିମନ୍ତ୍ରଣ କରାଯାଇଥାଏ।

ମେଳଣ ପଛର କାହାଣୀ

ଏତେବଡ଼ ମଳଣ ଉତ୍ସବ ପଛରେ ଏକ ରୋଚକ କାହାଣୀ ରହିଛି। ୧୬୩୭ ମସିହାରେ ହରିରାଜପୁର ଗ୍ରାମର ଗୋବର୍ଦ୍ଧନ ଦାସ ଓ ନିତେଇ ସାହୁ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ରଥଯାତ୍ରା ଦେଖି ଫେରିବା ପରେ ଗ୍ରାମର ପ୍ରତ୍ୟକ୍ଷ ଠାକୁର ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥଙ୍କୁ ନେଇ ଏମିତି ଏକ ଯାତ୍ରା କରିବା ପାଇଁ ମନସ୍ଥ କରିଥିଲେ। ପରବର୍ତ୍ତି ସମୟରେ ମୁଠି ଚାଉଳ ସଂଗ୍ରହ କରି ସେମାନେ ଏହି ଉତ୍ସବର ଅୟମାରମ୍ଭ କରିଥିଲେ। ପ୍ରଭୁ ସୋମନାଥଙ୍କ ସହ ପ୍ରଥମେ ଭଁସର ଗ୍ରାମର ଶ୍ରୀନୀଳକଣ୍ଠେଶ୍ୱର, କୁସୁମାଟିର ଶ୍ରୀବାଲୁଙ୍କେଶ୍ୱର, କାନ୍ତିଆର ଶ୍ରୀଗତିଶ୍ୱର ଓ ବୁଢ଼ାପଡାର ଶ୍ରୀ ସୋମନାଥଦେବଙ୍କ ମେଳଣ କରାଯାଇଥିଲା। ପରବର୍ତ୍ତୀ ସମୟରେ ଡେଲାଙ୍ଗ, ପିପିଲି, ଖୋର୍ଦ୍ଧା, ଭୁବନେଶ୍ୱର ଆଦି ଅଞ୍ଚଳର ଗ୍ରାମଦେବତାମାନେ ଏହି ଉତ୍ସବରେ ସାମିଲ ହୋଇଥିଲେ। ବର୍ତ୍ତମାନ ଏଠାରେ ୧୦୦ରୁ ଉର୍ଦ୍ଧ୍ୱ ବିମାନ ଯୋଗ ଦେଉଛନ୍ତି। ଯେଉଁଥିପାଇଁ ଏହି ମେଳଣକୁ ପୂର୍ବ ଓଡିଶାର ସବୁଠାରୁ ବଡ଼ ମେଲଣ କୁହାଯାଏ।

କୋଟି କୋଟି ଟଙ୍କାର ବାଣ ମୁଖ୍ୟ ଆକର୍ଷଣ

ଏହି ମେଳଣର ସବୁଠାରୁ ବଡ଼ ଆକର୍ଷଣ ହେଉଛି ବାଣମରା ପର୍ବ। ମନ୍ଦିର ଟ୍ରଷ୍ଟ ବ୍ୟତିତ ହଜାର ହଜାର ଶ୍ରଦ୍ଧାଳୁ ଠାକୁରଙ୍କ ଯାତ୍ରା ପାଇଁ ବାଣ ଯୋଗାଇଥାନ୍ତି। ଆଗରୁ ପାରମ୍ପରିକ ବାଣ ଫୁଟାଯାଉଥିବା ବେଳେ ଏବେ ଅତ୍ୟାଧୁନିକ ବାଣ ଫୁଟାଯାଉଛି। ପ୍ରତିବର୍ଷ କୋଟି କୋଟି ଟଙ୍କାର ବାଣ ଠାକୁରଙ୍କ ଆଗମନ ସମୟରେ ଏଠାର ଫୁଟା ଯାଇଥାଏ। ଏଣୁ ମେଳଣ ରାତିରେ ପୁଲିସ୍‌ ପ୍ରଶାସନ ପକ୍ଷରୁ ବ୍ୟପକ ବ୍ୟବସ୍ଥା କରାଯାଇଥାଏ।

 

 



from Odisha Reporter https://ift.tt/2JGB9Bz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages