ଅଯୋଧ୍ୟା ବିବାଦ: ମଧ୍ୟସ୍ଥିଙ୍କ ପାଖରେ ହାଜର ହେଲେ ବିଭିନ୍ନ ପକ୍ଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 13, 2019

ଅଯୋଧ୍ୟା ବିବାଦ: ମଧ୍ୟସ୍ଥିଙ୍କ ପାଖରେ ହାଜର ହେଲେ ବିଭିନ୍ନ ପକ୍ଷ

ଫୈଜାବାଦ: ବହୁ ଚର୍ଚ୍ଚିତ ରାମଜନ୍ମ ଭୂମି-ବାବ୍ରୀ ମସଜିଦ୍‌ ବିବାଦ ଘଟଣାରେ ସୁପ୍ରିମକୋର୍ଟ ପକ୍ଷରୁ ନିଯୁକ୍ତି ୩ ଜଣିଆ ମଧ୍ୟସ୍ଥି ପ୍ୟାନେଲ ଆଜିଠାରୁ କାମ ଆରମ୍ଭ କରିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ମଧ୍ୟସ୍ଥିମାନେ ଉତ୍ତର ପ୍ରଦେଶର ଫୈଜାବାଦରେ ଶୁଣାଣି ଆରମ୍ଭ କରିଛନ୍ତି।

ଏହି ଅଯୋଧ୍ୟା ବିବାଦ ଘଟଣାରେ ସମୁଦାୟ ୨୫ ଜଣ ଆବେଦନକାରୀ ରହିଛନ୍ତି। ଆଜି ବିଭିନ୍ନ ପକ୍ଷ ମଧ୍ୟସ୍ଥି ମାନଙ୍କ ଆଗରେ ହାଜର ହୋଇ ନିଜର ମତାମତ ରଖିଛନ୍ତି। ଏହି ୨୫ ଜଣ ଲିଟିଗାଣ୍ଟସମାନଙ୍କୁ ହାଜର ହେବା ପାଇଁ ଫୈଜାବାଦ ପ୍ରଶାସନ ପକ୍ଷରୁ ନୋଟିସ୍‌ କରାଯାଇଥିଲା। ଫୈଜାବାଦ ଅଭଧା ବିଶ୍ୱବିଦ୍ୟାଳୟରେ ଏହି ମଧ୍ୟସ୍ଥତା କାର୍ଯ୍ୟ ହେବ।

ତେବେ ମଧ୍ୟସ୍ଥିମାନେ ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରୁଥିବା ବେଳେ ଏହା ମଧ୍ୟକୁ କେହି ବି ଯାଇପାରିବେନାହିଁ। ଆଲୋଚନା ପୂର୍ବରୁ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ା କଡ଼ି କରାଯାଇଛି।

ସୁପ୍ରିମକୋର୍ଟ ଅଯୋଧ୍ୟା ବିବାଦର ସାମାଧାନ ପାଇଁ ୩ ଜଣିଆ ପ୍ୟାନେଲ ଗଠନ କରିଛନ୍ତି। ଏଥିରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ କାଲିଫୁଲ୍ଲା, ବରିଷ୍ଠ ଓକିଲ ଶ୍ରୀରାମ ପଞ୍ଚୁ ଓ ଧର୍ମଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ରହିଛନ୍ତି।

ଏମାନେ ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରି ୮ ସପ୍ତାହ ମଧ୍ୟରେ ସୁପ୍ରିମକୋର୍ଟଙ୍କୁ ଚୂଡ଼ାନ୍ତ ରିପୋର୍ଟ ଦେବେ। ସେହିପରି ୪ ସପ୍ତାହ ମଧ୍ୟରେ ପ୍ୟାନେଲ୍‌ ସୁପ୍ରିମକୋର୍ଟରେ ଷ୍ଟାଟସ୍‌ ରିପୋର୍ଟ ଦେବେ।



from Odisha Reporter https://ift.tt/2NZV6Sc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages