
ନୂଆଦିଲ୍ଲୀ: ଦିଲ୍ଲୀର ଫିରୋଜ ଶାହ କୋଟଲା ଗ୍ରାଉଣ୍ଡରେ ଖେଳାଯାଇଥିବା ଚତୁର୍ଥ ଦିନିକିଆରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଦୁଇ ଓପ୍ନର ଅଧିନାୟକ ଆରୋନ ଫିଞ୍ଚ ଓ ଉସମାନ ଖ୍ବାଜା ପୁଣିଥରେ ଦଳକୁ ଭଲ ଷ୍ଟାର୍ଟ ଦେଇଛନ୍ତି। ଦୁହେଁ ପ୍ରଥମ ଓ୍ବିକେଟ ପାଇଁ ୧୪.୩ ଓଭରରେ ୭୬ ରନ୍ ଯୋଡିଥିବା ବେଳେ ଫିଞ୍ଚଙ୍କୁ ରବୀନ୍ଦ୍ର ଜାଡେଜା କ୍ଲିନ୍ ବୋଲ୍ଡ କରିଛନ୍ତି। ଫିଞ୍ଚ ୨୭ ରନ୍ କରି ଆଉଟ ହୋଇଥିଲେ ହେଁ, ଖ୍ବାଜା ନିଜର ଜବରଦସ୍ତ ଫର୍ମ ବଜାୟ ରଖି ଅର୍ଦ୍ଧଶତକ ମାରିଛନ୍ତି। ଅଷ୍ଟ୍ରେଲିଆ ୧୭ ଓଭରରେ ୧ ଓ୍ବିକେଟ ହରାଇ ୯୧ ରନ୍ କରିଛି।
ଏହି ମ୍ୟାଚରେ ଭାରତୀୟ ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଛି। ଲୋକେଶ ରାହୁଲ ଓ ୟୁଜବେନ୍ଦ୍ର ଚହଲ ବାହାରେ ବସିଥିବା ବେଳେ ସେମାନଙ୍କ ସ୍ଥାନରେ ରବୀନ୍ଦ୍ର ଜାଡେଜା ଓ ମହମ୍ମଦ ସାମି ସୁଯୋଗ ପାଇଛନ୍ତି।
ଭାରତ: ଶିଖର ଧୱନ୍, ରୋହିତ ଶର୍ମା, ବିରାଟ କୋହଲି (ଅଧିନାୟକ), କେଦାର ଯାଦବ, ଋଷଭ ପନ୍ତ (ୱିକେଟ୍କିପର), ବିଜୟ ଶଙ୍କର, ଭୁବନେଶ୍ୱର କୁମାର, ମହମ୍ମଦ ସାମି, କୁଲଦୀପ ଯାଦବ, ରବୀନ୍ଦ୍ର ଜାଡେଜା, ଜସପ୍ରୀତ ବୁମ୍ରା ।
ଅଷ୍ଟ୍ରେଲିଆ: ଉସମାନ ଖ୍ୱାଜା, ଆରୋନ୍ ଫିଞ୍ଚ୍ (ଅଧିନାୟକ), ପିଟର ହ୍ୟାଣ୍ଡସ୍କମ୍ବ, ଗ୍ଲେନ୍ ମ୍ୟାକ୍ସୱେଲ, ମାର୍କସ ଷ୍ଟୋଇନିସ୍, ଅଷ୍ଟନ ଟର୍ଣ୍ଣର, ଆଲେକ୍ସ କ୍ୟାରି (ୱିକେଟ କିପର), ପ୍ୟାଟ୍ କମିନ୍ସ, ନେଥନ ଲିଅନ୍, ଝାଇ ରିଚାର୍ଡସନ୍, ଆଡାମ ଜାମ୍ପା ।
from Odisha Reporter https://ift.tt/2Txe9cP
No comments:
Post a Comment