ଟ୍ୱିଟର ଆକାଉଣ୍ଟ ଖୋଲିଲେ ନିର୍ବାଚନ କମିଶନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 21, 2019

ଟ୍ୱିଟର ଆକାଉଣ୍ଟ ଖୋଲିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ କମିଶନ୍ ଶେଷରେ ଟ୍ୱିଟରରେ ଯୋଗ ଦେଇଛନ୍ତି। ଏହି ଖବର ସ୍ପଷ୍ଟ କରି ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ଏସ୍‌ୱାଇ କ୍ୟୁରେସି ଜନସାଧାରଣଙ୍କୁ @ECISVEEP ଆକାଉଣ୍ଟକୁ ଅନୁସରଣ କରିବାକୁ ଆହ୍ୱାନ କରିଛନ୍ତି। ସେ ଆହ୍ୱାନ କରି କହିଛନ୍ତି, ଏହି ଆକାଉଣ୍ଟକୁ ଫଲୋ କରି ସମସ୍ତ ସୂଚନା ଏବଂ ଶୈକ୍ଷିକ ବାର୍ତ୍ତା ସିଧାସଳଖ ଜାଣନ୍ତୁ।

ସାଧାରଣ ନିର୍ବାଚନକୁ ଆଉ ମାତ୍ର ଏକ ମାସ ବାକି ରହିଛି। ଏଭଳି ସମୟରେ ହିଁ ସୋଶାଲ ମିଡିଆକୁ ଆସିବା ପାଇଁ ପଦକ୍ଷେପ ନିଆଯିବା ପଛରେ ମଧ୍ୟ ଏକ ମହତ୍ ଉଦ୍ଦେଶ୍ୟ ରହିଛି। ନିର୍ବାଚନ କମିଶନ ଏହାର ବାୟୋରେ ଅପ୍‌ଡେଟ୍‌ କରିଛନ୍ତି, ଏହାର ଉଦ୍ଦେଶ୍ୟ ହେଉଛି ଭୋଟର ସଚେତନତା ସୃଷ୍ଟି କରିବା। ଆଉ ପୂର୍ବରୁ ପ୍ରଧାନମନ୍ତ୍ରୀ ଏହାକୁ ଗଣତନ୍ତ୍ରର ସବୁଠାରୁ ବଡ଼ ଉତ୍ସବ ଭାବରେ ଅଭିହିତ କରିଥିବାବେଳେ ବର୍ତ୍ତମାନ ନିର୍ବାଚନ କମିଶନ ଟ୍ୱିଟର ହ୍ୟାଣ୍ଡଲରର ନାମ ସହିତ #DeshKaMahaTyohar ଯୋଡ଼ିଛନ୍ତି।

ଏହି ଆକାଉଣ୍ଟରେ ୩ଟି ଭିଡିଓ ମଧ୍ୟ ଅପ୍‌ଲୋଡ୍‌ ହୋଇସାରିଛି। ଗୋଟିଏ ହୋଲି ସମ୍ପର୍କିତ ହୋଇଥିବାବେଳେ ଅନ୍ୟଟି ମେଘାଳୟ ନିର୍ବାଚନ କମିଶନରଙ୍କ ପ୍ରସ୍ତୁତ ଭିଡିଓ। ସମସ୍ତ ୩ଟି ଭିଡିଓରେ ଥିମ୍‌ ରହିଛି ଭୋଟରଙ୍କୁ ମତଦାନ ପାଇଁ ଆହ୍ୱାନ। କିଛିଘଣ୍ଟା ମଧ୍ୟରେ ଏହି ଆକାଉଣ୍ଟର ୬ ହଜାରରୁ ଊର୍ଦ୍ଧ୍ୱ ଫଲୋୟର୍ସ ହୋଇଗଲେଣି।



from Odisha Reporter https://ift.tt/2Fle6Xj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages