
ସୋର (ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ସୋର ପୌରପାଳିକା ଅନ୍ତର୍ଗତ ଖଣ୍ଡାସାହି ଗାଁରେ ଜମିବାଡ଼ି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ସଂଘର୍ଷ ଘଟି ୮ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଗତକାଲି ବିଳମ୍ବିତ ରାତିରେ ରଞ୍ଜିତା ମହାଳିକଙ୍କ ଘର ସମ୍ମୁଖରେ ତାଙ୍କର ପୁତୁରା ଜଗନ୍ନାଥ ଗାତ ଖୋଳୁଥିଲେ। ସେଠାରେ ଗାତ ନଖୋଳିବାକୁ ରଞ୍ଜିତା ତାଙ୍କୁ କହିଥିଲେ। ଏହା ପରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା। ଏଥିରେ ଉଭୟ ପକ୍ଷର ଅନ୍ୟ ସଦସ୍ୟମାନେ ବି ସାମିଲ ହୋଇଥିଲେ ଏବଂ ପରସ୍ପରକୁ ଠେଙ୍ଗା ଓ ରଡ୍ରେ ଆକ୍ରମଣ କରିଥିଲେ। ଏଥିରେ ସମସ୍ତଙ୍କ ମୁଣ୍ଡରେ ଆଘାତ ଲାଗିଛି।
ଉଭୟ ପକ୍ଷ ସୋର ଥାନାରେ ଏତଲା ଦେଇଛନ୍ତି। ପୁଲିସ୍ ଘଟଣାର ତଦନ୍ତ କରୁଛି।
from Odisha Reporter https://ift.tt/2ulgk48
No comments:
Post a Comment