ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ପାଇଁ ଆଜି ସ୍ଥାପନ ହେବ ଶୁଭଖୁଣ୍ଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 10, 2019

ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ପାଇଁ ଆଜି ସ୍ଥାପନ ହେବ ଶୁଭଖୁଣ୍ଟି

budhithakurani

ବ୍ରହ୍ମପୁର(ଜଗନ୍ନାଥ ସାହୁ): ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ପାଇଁ ଆଜି ଶୁଭଖୁଣ୍ଟି ସ୍ଥାପନ ହେବ।

ଆଜି ରାତି ପ୍ରାୟ ସାଢେ ୯ଟାରେ ବ୍ରହ୍ମପୁର ବଡ଼ବଜାରର ଦେଶୀ ବେହେରା ସାହି ସ୍ଥିତ ମା’ ବୁଢ଼ୀ ଠାକୁରାଣୀଙ୍କ ବାପ ଘର ଆଗରେ ଏକ ବୈଠକ ହେବ। ଏଥିରେ ସହରର ପ୍ରମୁଖ ବ୍ୟକ୍ତିମାନେ ଯୋଗ ଦେବେ। ଏହି ବୈଠକରେ ସିଦ୍ଧାନ୍ତି ଯାତ୍ରା ପାଇଁ ତାରିଖ ନିର୍ଦ୍ଧାରଣ କରାଯିବ।

ଏହାପରେ ସମସ୍ତେ ଶୁଭଖୁଣ୍ଟି ଧରି ବୁଢ଼ୀ ଠାକୁରାଣୀ ମନ୍ଦିରକୁ ଯିବେ। ସେଠାରେ ପୂଜାର୍ଚ୍ଚନା ପରେ ଶୁଭଖୁଣ୍ଟି ବିରାଟ ପଟୁଆରରେ ଆସି ଦେଶୀ ବେହେରା ସାହି ସ୍ଥିତ ମା’ ବୁଢ଼ୀ ଠାକୁରାଣୀଙ୍କ ବାପ ଘର ଦେଶୀ ବେହେରାଙ୍କ ଘର ସମ୍ମୁଖରେ ପୋତା ଯିବ।

ଏହି ସମସ୍ତ କାର୍ଯ୍ୟ ପାଇଁ ରାତି ୯ଟା ୩୦ ରୁ ରାତି ୧ଟା ୩୯ ଯାଏ ଶୁଭ ମୁହୂର୍ତ୍ତ ରହିଛି।

ଶୁଭଖୁଣ୍ଟି ସ୍ଥାପନ ପରେ ତା’ ପର ଦିନ ଠାରୁ ମା’ଙ୍କ ଅସ୍ଥାୟୀ ପୀଠର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ପ୍ରତି ୨ ବର୍ଷରେ ଥରେ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଅନୁଷ୍ଠିତ ହୋଇଥାଏ।



from Odisha Reporter https://ift.tt/2SWZylI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages