ଫିସ୍‌ କମ୍ ଦେବାରୁ ରୋଗୀଙ୍କ ପରିବାର ପଛରେ କୁକୁର ଛାଡ଼ିଲେ ଡାକ୍ତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 10, 2019

ଫିସ୍‌ କମ୍ ଦେବାରୁ ରୋଗୀଙ୍କ ପରିବାର ପଛରେ କୁକୁର ଛାଡ଼ିଲେ ଡାକ୍ତର

ଲକ୍ଷ୍ନୌ: ଡାକ୍ତରଙ୍କୁ ଆମେ ଦ୍ୱିତୀୟ ଭଗବାନ ବୋଲି କହୁ। ଭଗବାନ ଜୀବନ ଦେବା ବେଳେ ଡାକ୍ତର ସେହି ଜୀବନକୁ ସୁରକ୍ଷିତ ରଖନ୍ତି । କିନ୍ତୁ କିଛି ଡାକ୍ତର ଏହି ବୃତ୍ତିକୁ ବଦନାମ କରିସାରିଲେଣି। ଉତ୍ତରପ୍ରଦେଶର ଲଳିତପୁରରେ ସେମିତି ଏକ ଘଟଣା ଦେଖିବାକୁ ମିଳିଛି। ବୋହୂର ଚିକିତ୍ସା ପରେ ଶାଶୁ ଡ଼ାକ୍ତରଙ୍କୁ ପୂରା ଟଙ୍କା ଦେଇ ନ ପାରିବାରୁ ରାଗରେ ଡ଼ାକ୍ତର ତାଙ୍କ ପଛରେ କୁକୁର ଛାଡ଼ି ଦେଲେ। ଏହି ଘଟଣା ଏବେ  ଚର୍ଚ୍ଚାର ବିଷୟ ହୋଇଛି । କୁକୁର ଆକ୍ରମଣରେ ପୀଡ଼ିତାଙ୍କୁ ଗଭୀର ଆଘାତ ଲାଗିବା ପରେ ଏବେ ଚିକିତ୍ସା ପାଇଁ ତାଙ୍କୁ ସରକାରୀ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।

ପୀଡ଼ିତାଙ୍କ ସଂପର୍କୀୟ ଏ ନେଇ ପୁଲିସରେ ଡ଼ାକ୍ତରଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ପୁଲିସ ମାମଲାର ତଦନ୍ତ ଆରମ୍ଭ କରିଛି ।

୧୦୦୦ ଟଙ୍କା କମ୍‌ ଦିଆଯାଇଥିଲା

ଘଟଣାଟି ଘଟିଛି ୟୁପିର ଲଳିତପୁରରେ। ପୀଡ଼ିତା ଶାନ୍ତାବାଈ କୁଶବାହା ଗୁରୁବାର ନିଜ ବୋହୂକୁ ନେଇ ସିଭିଲ ଲାଇନ୍ ଅଞ୍ଚଳରେ ଥିବା ଜଣେ ମହିଳା ଡ଼ାକ୍ତରଙ୍କ ପାଖକୁ ଯାଇଥିଲେ। ଚିକିତ୍ସା ପରେ ଡ଼ାକ୍ତରଜଣଙ୍କ ଶାନ୍ତାବାଇଙ୍କୁ ୨୨୫୦ଟଙ୍କାର ବିଲ୍ ଦେଇଥିଲେ। କିନ୍ତୁ ଶାନ୍ତାବାଈଙ୍କ ପାଖରେ ସର୍ବମୋଟ ୧୨୫୦ଟଙ୍କା ଥିଲା। ସେ ବାକି ୧୦୦୦ଟଙ୍କା ତାଙ୍କ ସ୍ୱାମୀ ଆସିଲେ ଦେବେ ବୋଲି ଡ଼ାକ୍ତରଙ୍କୁ ଜଣାଇଥିଲେ। ଏତିକି କହି କହି ଶାନ୍ତାବାଈ ବାହାରକୁ ଆସିଛନ୍ତି, ମହିଳା ଡ଼ାକ୍ତରଜଣକ ନିଜ ପୋଷା କୁକୁରକୁ ଶାନ୍ତାବାଈଙ୍କ ପଛରେ ଛାଡ଼ି ଦେଲେ। କୁକୁରଟି ଶାନ୍ତାବାଈଙ୍କୁ  ଆକ୍ରମଣ କରିବା ଦେଖି ଆଖପାଖ ଲୋକେ ଦୌଡ଼ି ଆସି ତାଙ୍କୁ ଉଦ୍ଧାର କରିଥିଲେ। ଚିକିତ୍ସା ପାଇଁ  ତାଙ୍କୁ  ଡାକ୍ତରଖାନାରେ ଭର୍ତ୍ତି କରଯାଇଥିଲା।

 



from Odisha Reporter https://ift.tt/2CfjB9l

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages