ବରଯାତ୍ରୀ ଶୋଭାଯାତ୍ରାରେ ସଂଘର୍ଷ :୪ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 14, 2019

ବରଯାତ୍ରୀ ଶୋଭାଯାତ୍ରାରେ ସଂଘର୍ଷ :୪ ଆହତ

ଦେବଗଡ଼(ସିଦ୍ଧାର୍ଥ ଗୁରୁ):ଦେବଗଡ଼ ପୌରାଞ୍ଚଳର ପତ୍ରାପାଲି ସାହିରେ ବରଯାତ୍ରୀ ଶୋଭାଯାତ୍ରାରେ ନାଚିବାକୁ କେନ୍ଦ୍ର କରି ଗଣ୍ଡଗୋଳ ଘଟିଛି। ସମ୍ବଲପୁର ଜିଲ୍ଲା ତାଳପାଲି ଅଞ୍ଚଳରୁ ଆସିଥିବା ବରଯାତ୍ରୀଙ୍କ ସହ ସ୍ଥାନୀୟ ପତ୍ରାପାଲି ଗ୍ରାମବାସୀଙ୍କ ମଧ୍ୟରେ ଗତକାଲି ସନ୍ଧ୍ୟାରେ ଏହି ସଂଘର୍ଷ ହୋଇଥିଲା। ଏଥିରେ ଉଭୟ ପକ୍ଷର ୪ଜଣ ଆହତ ହୋଇଛନ୍ତି।

ଏହି ଘଟଣାରେ ପୁଲିସ୍‌ ୧୨ ଜଣଙ୍କ ନାଁରେ ମାମଲା ରୁଜୁ କରିଛି।

ବରଯାତ୍ରୀମାନେ ଶୋଭାଯାତ୍ରାରେ ନାଚିବା ବେଳେ ଏହାକୁ ସ୍ଥାନୀୟ ପତ୍ରାପାଲି ଗ୍ରାମବାସୀମାନେ ବିରୋଧ କରିଥିଲେ। ଯାହାକୁ ନେଇ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା। ଏପରିକି ଗ୍ରାମବାସୀମାନେ ବରଯାତ୍ରୀଙ୍କୁ ଅଟକ ମଧ୍ୟ ରଖିଥିଲେ। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି  ବରଯାତ୍ରୀଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲା। ପରେ ବରଯାତ୍ରୀମାନେ ରାତି ପ୍ରାୟ ୧୧ଟା ସମୟରେ ସେମାନଙ୍କ ଘରକୁ ଯାଇଥିଲେ।



from Odisha Reporter https://ift.tt/2XWCcAj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages