
ଆବଶ୍ୟକ ସାମଗ୍ରୀ: ଭଜା ମୁଗଡ଼ାଲି, ନଡ଼ିଆ କୋରା, ଜିରା, ଅଦା ଛେଚା, କଞ୍ଚାଲଙ୍କା, ହଳଦି ତେଜପତ୍ର, ଘିଅ ଓ ଲୁଣ।
ପ୍ରସ୍ତୁତି ପ୍ରଣାଳୀ: ଭଜା ମୁଗଡ଼ାଲିକୁ ପ୍ରଥମେ ଲୁଣ ଓ ହଳଦି ଦେଇ ସିଝାନ୍ତୁ। ଆପଣ ଯଦି ଉପାସ ବାରରେ ହଳଦି ଖାଇବାକୁ ଚାହୁଁ ନାହାଁନ୍ତି ତେବେ ବିନା ହଳଦୀରେ ମଧ୍ୟ କରିପାରିବେ। ଡ଼ାଲି ସିଝିଗଲେ ସେଥିରେ ଛେଚା ଅଦା ଓ କଞ୍ଚାଲଙ୍କା ଦିଅନ୍ତୁ। କରେଇରେ ଘିଅ ଗରମ କରି ଜିରା ଓ ତେଜପତ୍ର ପକାନ୍ତୁ। ଜିରା ଫୁଟିଗଲେ ଏଥିରେ ନଡ଼ିଆ କୋରା ପକାଇ ଭଲ କରି ଭାଜନ୍ତୁ । ନଡ଼ିଆ କୋରା ଭାଜି ଲାଲ ହୋଇଗଲେ ପୂର୍ବରୁ ପ୍ରସ୍ତୁତ ଡ଼ାଲି ସିଝାକୁ ଏଥିରେ ଢ଼ାଳି ଗୋଳେଇ ଦିଅନ୍ତୁ। ଏଥର ପ୍ରସ୍ତୁତ ହୋଇଗଲା ‘ନଡ଼ିଆ ଦିଆ ମୁଗଡ଼ାଲି’। ଓଷା ବ୍ରତରେ ଏହାକୁ ଗରମ ଗରମ ପରଟା ସହ ଖାଆନ୍ତୁ। ଆପଣ ଏହାକୁ ଖାଲି ମଧ୍ୟ ଖାଇପାରିବେ।
from Odisha Reporter https://ift.tt/2T4YufF
No comments:
Post a Comment