
ଅନୁଗୋଳ(ବିରଜା ଦାସ): ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ରଗୁଡିଆପଡ଼ା ନିକଟରେ ଏକ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆଜି ସକାଳେ ଏହି ଅଘଟଣ ଘଟିଛି।
ଆମ୍ବୁଲାନ୍ସଟି କଟକରେ ରୋଗୀଙ୍କୁ ଛାଡ଼ି ବୁର୍ଲା ଅଭିମୁଖେ ଫେରୁଥିବାବେଳେ ରଗୁଡିଆପଡ଼ା ନିକଟରେ ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡ଼ିଥିଲା। ଫଳରେ ୩ଜଣ ଆହତ ହୋଇଛନ୍ତି। ଆହତମାନେ ହେଲେ ଡ୍ରାଇଭର ଯୁଧିଷ୍ଠିର ସନ୍ତରିଆ, ଏମରଜେନ୍ସି ମେଡିକାଲ୍ ଟେକ୍ନିସିଆନ୍ ସିକେନ୍ଦ୍ର ମୁଖୀ ଓ ହେଲ୍ପର୍ ସୁନ୍ଦରମଣୀ ପ୍ରଧାନ। ସୁନ୍ଦରମଣୀଙ୍କ ଗୋଡ଼ରେ ଆଘାତ ଲାଗିଛି।
ଘଟଣାସ୍ଥଳରେ ବନ୍ତଳା ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
from Odisha Reporter https://ift.tt/2CySZ39
No comments:
Post a Comment