କପିଲ୍‌ ଶର୍ମା ଶୋ’ର କମୁଛି ଟିଆର୍‌ପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 26, 2019

କପିଲ୍‌ ଶର୍ମା ଶୋ’ର କମୁଛି ଟିଆର୍‌ପି

ମୁମ୍ବାଇ: “କପିଲ୍‌ ଶର୍ମା ଶୋ’- ସିଜିନ୍‌ ୨” ଗତ ବର୍ଷ ୨୯ ଡିସେମ୍ବରରେ ଆରମ୍ଭ ହୋଇଥିଲା। କପିଲ୍‌ ଶର୍ମା ମଧ୍ୟ ଶୋ’ରେ ଜବର୍‌ଦସ୍ତ ଅନ୍ଦାଜ୍‌ରେ କମ୍‌ବ୍ୟାକ୍‌ କରିଥିଲେ। ଟିଆର୍‌ପିରେ ମଧ୍ୟ ଏହି ଶୋ’ ଅନ୍ୟ ସବୁ ଟିଭି ଶୋ’ର ଉପରେ ଥିଲା। ହେଲେ ଗତ କିଛି ଦିନ ହେଲେ ଏହି  ଶୋ’ ଅନେକ ବିବାଦ ଘେରକୁ ଆସିଥିଲା।

କପିଲ୍‌ଙ୍କର ଏହି ଶୋ’ରେ ବଲିଉଡ୍‌ ଅଭିନେତା ସଲ୍‌ମାନ୍‌ ଖାନ୍‌ ଟଙ୍କା ଲଗାଇଛନ୍ତି। ଏହି ଶୋ’ ଆରମ୍ଭରୁ ବହୁତ ସେଲିବ୍ରିଟିଙ୍କୁ ଦେଖିବାକୁ ମିଳୁଥିଲା। କିନ୍ତୁ ଏବେ ଏହି ଶୋ’ରେ ଅନେକ କ୍ଷତି ହେବାର ଦେଖାଯାଉଛି।

ପୁଲ୍‌ୱାମାରେ ଆତଙ୍କବାଦୀଙ୍କ ଆକ୍ରମଣକୁ ନେଇ ସିଦ୍ଧୁ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏହାପରେ ସିଦ୍ଧୁ ଶୋ’ରେ ଆଉ ଦେଖାଯାଇନ ଥିଲେ। ସେତେବେଳେ କୁହାଯାଉଥିଲା ଯେ, ଶୋ’ରୁ ସିଦ୍ଧୁଙ୍କୁ ବାହାର କରିଦିଆଯାଇଛି। ଏହି ଘଟଣାକୁ ନେଇ ଏବେ ଯାଏ ମଧ୍ୟ ଚ୍ୟାନେଲ୍‌ ତରଫରୁ କୌଣସି ଅଫିସିଆଲ୍‌ ଘୋଷଣା କରାଯାଇନାହିଁ। ତେବେ ଶୋ’ରେ ସିଦ୍ଧୁଙ୍କ ଜାଗାରେ ଅଭିନେତ୍ରୀ ଅର୍ଚ୍ଚନା ପୂରନ୍‌ ସିଂଙ୍କୁ ନିଆଯାଇଛି।

କପିଲ୍‌ ଶର୍ମା ମଧ୍ୟ କଥା କଥାରେ ସିଦ୍ଧୁଙ୍କୁ ସମର୍ଥନ କରୁଥିବାର ଦେଖାଯାଉଥିଲେ। ଆଉ ଏହାକୁ ନେଇ ସୋଶାଲ୍‌ ମିଡିଆରେ କପିଲ୍‌, ସିଦ୍ଧୁ ଏବଂ ତାଙ୍କ ଶୋ’କୁ ବଏକଟ୍‌ କରିବା କଥା ମଧ୍ୟ ଉଠିଥିଲା।

ଏହା ପରେ ଶୋ’ର ଖରାପ ସମୟ ଆରମ୍ଭ ହୋଇଯାଇଛି। ଆପଣ ଜାଣିଛନ୍ତି କି, ଏବେ କପିଲ୍‌ ଶର୍ମାଙ୍କ ଶୋ’ ଟିଆର୍‌ପିରେ ୭ ନମ୍ବରରେ ଯାଇ ପହଞ୍ଚିଲାଣି। ଆଉ ଏହି ଶୋ’ର ଟିଆର୍‌ପି ଲଗାତାର୍‌ କମୁଥିବାର ସୂଚନା ମିଳିଛି। ଏହାକୁ ନେଇ ସଲ୍‌ମାନ୍‌ ମଧ୍ୟ କପିଲ୍‌ଙ୍କ ସହ କଥାବାର୍ତ୍ତା କରିପାରନ୍ତି ବୋଲି ସୂଚନା ମିଳିଛି।

ରବିବାର ପ୍ରସାରିତ ହୋଇଥିବା କପିଲ୍‌ ଶର୍ମା ଶୋ’ରେ “ବଲିଉଡ୍‌ ନାଇଟ୍ସ”ର ଆୟୋଜନ କରାଯାଇଥିଲା। ଏଥିରେ ଗାୟକ ଜୁବିନ୍‌ ନ୍ୟୁଟିୟାଲ୍‌ (Zubin Nautiyal) ଏବଂ ୱାଇଲ୍ଡ (Wild) ଫିଲ୍ମର ପୂରା ଟିମ୍‌କୁ ଦେଖିବାକୁ ମିଳିଥିଲା।



from Odisha Reporter https://ift.tt/2UWw3SL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages