
ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ ଆୟୋଗ ବୁଧବାର ଦିଲ୍ଲୀ ବିଧାୟକ ଓମ୍ ପ୍ରକାଶ ଶର୍ମାଙ୍କୁ ଏକ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ବାୟୁସେନା ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କ ସହିତ ଓମ୍ ପ୍ରକାଶ ଶର୍ମା ଫେସବୁକରେ ଏକ ଫଟୋ ପୋଷ୍ଟ କରିଥିଲେ। ରାଜନୈତିକ ପ୍ରଚାର ପାଇଁ ସେନାର ବ୍ୟବାହାର କରୁଥିବା ଅଭିଯୋଗ କରି ନିର୍ବାଚନ ଆୟୋଗ ଏପରି ନୋଟିସ ଦେଇଛନ୍ତି।
ଗୁରୁବାର ପୂର୍ବାହ୍ନ ୧୧ଟା ସୁଦ୍ଧା ଏହି ଫଟୋ ହଟାଇବା ସହ ଏହାର ଜବାବ ଦାଖଲ କରିବା ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ ଓମ୍ ପ୍ରକାଶଙ୍କୁ କହିଥିଲେ। ମଙ୍ଗଳବାର ନିର୍ବାଚନ ଆୟୋଗ ଏ ନେଇ ଏକ ନୋଟିସ ମଧ୍ୟ ଜାରି କରିଥିଲେ। ନୋଟିସ୍ରେ କୁହାଯାଇଥିଲା ଯେ, ବିଧାୟକ ଓମ୍ ପ୍ରକାଶ ଶର୍ମା, ଅଭିନନ୍ଦନ ଓ ପ୍ରଧାନମନ୍ତ୍ରୀଙ୍କ ଫଟୋ ରହିଥିବା ଏହି ପୋଷ୍ଟଟି ଆଦର୍ଶ ଆଚାର ସଂହିତାର ଉଲ୍ଲଙ୍ଘନ ଅଟେ।
ପୁଲୱାମା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧରେ ପାକିସ୍ତାନ ଉପରେ ଏୟାର ଷ୍ଟ୍ରାଇକ୍ କରିବା ପରେ ନିର୍ବାଚନରେ ଏହାକୁ ପ୍ରସଙ୍ଗ କରାଯାଉଥିବାରୁ ନୌସେନା ମୁଖ୍ୟ ଆଡ୍ମିରାଲ୍ ଏଲ୍ ରାମଦାସ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ରାଜନୈତିକ ଦଳ ଏହାକୁ ନିର୍ବାଚନ ପ୍ରସଙ୍ଗ ନ କରନ୍ତୁ ବୋଲି ରାମଦାସ ନିର୍ବାଚନ ଆୟୋଗଙ୍କୁ ଅନୁରୋଧ କରିଥିଲେ।
ଏହା ସହ ସେ ମୁଖ୍ୟ ନିର୍ବାଚନ କମିଶନର୍ ସୁନୀଲ ଅରୋଡାଙ୍କୁ ଏକ ଚିଠି ଲେଖି ଏହି ବିଷୟରେ ଅବଗତ ମଧ୍ୟ କରାଇଥିଲେ।
from Odisha Reporter https://ift.tt/2CjvZoN
No comments:
Post a Comment