ବାଲାକୋଟ୍‌ ଏୟାର ଷ୍ଟ୍ରାଇକ୍‌: ସରକାରଙ୍କୁ ପ୍ରମାଣ ଦେଲା ବାୟୁସେନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 6, 2019

ବାଲାକୋଟ୍‌ ଏୟାର ଷ୍ଟ୍ରାଇକ୍‌: ସରକାରଙ୍କୁ ପ୍ରମାଣ ଦେଲା ବାୟୁସେନା

ନୂଆଦିଲ୍ଲୀ: ପାକିସ୍ତାନର ବାଲାକୋଟ୍‌ଠାରେ ହୋଇଥିବା ଏୟାର ଷ୍ଟ୍ରାଇକ୍‌କୁ ନେଇ ପ୍ରଶ୍ନ ଉଠୁଥିବା ବେଳେ ଆଜି ଏସମ୍ପର୍କରେ ପ୍ରମାଣ ସମ୍ବଳିତ ଦସ୍ତାବିଜ ବାୟୁସେନା ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଦିଆଯାଇଛି।

ଫେବୃଆରୀ ୨୬ରେ ବାୟୁସେନା ମିରାଜ୍‌-୨୦୦୦ ଦ୍ୱାରା ଜୈଶ-ଏ-ମହମ୍ମଦର ସବୁଠାରୁ ବଡ଼ ଟ୍ରେନିଂ କ୍ୟାମ୍ପ ଉପରେ ହମ୍‌ଲା କରିଥିଲା। ମିରାଜ୍‌ରୁ ବାହାରିଥିବା ବୋମାଗୁଡ଼ିକ ମଧ୍ୟରୁ ୮୦% ଟାର୍ଗେଟକୁ ଧ୍ୱଂସ କରିଦେଇଥିବା ବାୟୁସେନା କେନ୍ଦ୍ର ସରକାରଙ୍କୁ ଦେଇଥିବା ଦସ୍ତାବିଜ୍‌ରେ ଉଲ୍ଲେଖ କରିଥିବା ଜଣାପଡ଼ିଛି। ଏଥିସହ ବୋମା ବର୍ଷଣ ପରେ ଜୈଶ କ୍ୟାମ୍ପ କେମିତି ଛାରଖାର ହୋଇଯାଇଥିଲା, ତା’ର ସ୍ୟାଟେଲାଇଟ୍‌ ଫଟୋକୁ ମଧ୍ୟ ବାୟୁସେନା ମୋଦି ସରକାରଙ୍କୁ ଦେଇଛି।
ଭାରତୀୟ ବାୟୁସେନା ବାଲାକୋଟ୍‌ରେ ଏୟାର ଷ୍ଟ୍ରାଇକ୍‌ କରିଥିଲେ ହେଁ ଏହାଦ୍ୱାରା କେବଳ ଗଛ ଓ ଜଙ୍ଗଲ ଜମି ନଷ୍ଟ ହୋଇଥିବା ପାକିସ୍ତାନ କହି ଚାଲିଛି। ଅନ୍ତର୍ଜାତୀୟ ଗଣମାଧ୍ୟମଗୁଡ଼ିକ ଏୟାର ଷ୍ଟ୍ରାଇକ୍‌ର ସଫଳତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଏହାକୁ ନେଇ ବାୟୁସେନାର ବିଶ୍ୱସନୀୟତା ପ୍ରତି ପ୍ରଶ୍ନ ଉଠିବାରେ ଲାଗିଛି।

ଏହାକୁ ଦୃଷ୍ଟିରେ ରଖି ବାୟୁସେନା ପକ୍ଷରୁ ଆଜି ଏୟାର ଷ୍ଟ୍ରାଇକ୍‌ ସମ୍ପର୍କରେ ଏକ ଦସ୍ତାବିଜ୍‌ ପ୍ରସ୍ତୁତ କରାଯାଇଥିଲା। ଏଥିରେ ୧୨ ପୃଷ୍ଠାର ତଥ୍ୟ ରହିଛି। ଏଥିସହ ହାଇ ରିଜୋଲେସନ୍‌ ସ୍ୟାଟେଲାଇଟ୍‌ ଛବିକୁ ମଧ୍ୟ ଏଥିରେ ସ୍ଥାନ ଦିଆଯାଇଛି। ଏୟାର ଷ୍ଟ୍ରାକ୍‌ ବେଳେ ଗୁଇନ୍ଦା ବିଭାଗର ଏକ ବିମାନ ଭାରତୀୟ ସୀମାରେ ଉଡ଼ିବା ସହ ସ୍ୟାଟେଲାଇଟ୍‌ ଜରିଆରେ ଫଟୋ ଉଠାଇଥିଲା। ବାଲାକୋଟ୍‌ ଏୟାର ଷ୍ଟ୍ରାଇକ୍‌ର ପ୍ରମାଣ ସ୍ୱରୂପ ଏହି ଦସ୍ତାବିଜ୍‌କୁ ମୋଦି ସରକାରଙ୍କୁ ଦିଆଯାଇଥିବା ଜଣାପଡ଼ିଛି।
ଏହି ଦସ୍ତାବିଜ୍‌ରେ ଆହୁରି କୁହାଯାଇଛି ଯେ ଏୟାର ଷ୍ଟ୍ରାଇକ୍‌ରେ ବ୍ୟବହୃତ ହୋଇଥିବା ବୋମା ଗୁଡ଼ିକ ମଧ୍ୟରୁ ୮୦% ଟାର୍ଗେଟକୁ ହିଟ୍‌ କରିଛି। ଭାରତୀୟ ବିମାନ ପାକିସ୍ତାନର ଖାଇବର ପାଖତୁନଖ୍ୱାରେ ପ୍ରବେଶ କରି ବାଲାକୋଟ୍‌ ସ୍ଥିତ ଜୈଶ କ୍ୟାମ୍ପ ଉପରେ ଏୟାର ଷ୍ଟ୍ରାଇକ୍‌ କରିଥିଲା।

ପୁଲୱାମା ଆତଙ୍କବାଦୀ ହମ୍‌ଲାରେ ଜୈଶର ହାତ ଥିବା ଜଣାପଡ଼ିଥିଲା। ଏହାପରେ ଭାରତୀୟ ବାୟୁସେନା ପକ୍ଷରୁ ଏହାର ବଦଲା ନେବା ପାଇଁ ଏୟାର ଷ୍ଟ୍ରାଇକ୍‌ କରାଯାଇଥିଲା। ଏଥିରେ ୩୫୦ ଆତଙ୍କବାଦୀ ନିହତ ହୋଇଥିବା କୁହାଯାଉଛି। କିନ୍ତୁ ଏଯାଏ ଏହାର ସତ୍ୟାସତ୍ୟ ସମ୍ପର୍କରେ ସୂଚନା ମିଳିନାହିଁ।



from Odisha Reporter https://ift.tt/2SOCl5f

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages