“ଡାସଲ୍ଟକୁ ଫାଇଦା ଦେବାକୁ ମୋଦି ପିଏମ୍‌ଓର ଅପବ୍ୟବହାର କରିଛନ୍ତି” - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 6, 2019

“ଡାସଲ୍ଟକୁ ଫାଇଦା ଦେବାକୁ ମୋଦି ପିଏମ୍‌ଓର ଅପବ୍ୟବହାର କରିଛନ୍ତି”

ନୂଆଦିଲ୍ଲୀ: ବୁଧବାର ରାଫେଲ ଯୁଦ୍ଧ ବିମାନ ଚୁକ୍ତି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରିଛି କଂଗ୍ରେସ। କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲା ଅଭିଯୋଗ ଆଣିଛନ୍ତି ଯୁଦ୍ଧ ବିମାନ ନିର୍ମାଣକାରୀ କମ୍ପାନୀ ଡାସଲ୍ଟକୁ ଫାଇଦା ଦେବାପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)କୁ ବ୍ୟବହାର କରିଛନ୍ତି। ତେଣୁ ଦୁର୍ନୀତି ନିରୋଧୀ ଆଇନ ବଳରେ ମୋଦିଙ୍କ ନାମରେ ମାମଲା ରୁଜୁ କରାଯିବାକୁ ସେ ଦାବି କରିଛନ୍ତି।

ରଣଦୀପ କହିଛନ୍ତି, ଏହି ଯୁଦ୍ଧ ବିମାନ ଚୁକ୍ତି ଚୂଡ଼ାନ୍ତ କରିବା ପାଇଁ ଇଣ୍ଡିଆନ୍‌ ନେଗୋସିଏଟିଂ ଟିମ୍‌ (ଆଇଏନ୍‌ଟି)କୁ ସୁଯୋଗ ନଦେଇ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ଚୁକ୍ତି ଚୂଡ଼ାନ୍ତ କରିଥିଲେ।

ସରକାର କଂଗ୍ରେସର ଅଭିଯୋଗକୁ ଖଣ୍ଡନ କରିଆସିଛନ୍ତି ଏବଂ ଯୁକ୍ତି ଦର୍ଶାଇଆସିଛନ୍ତି ଶାସକ ଦଳକୁ ବଦ୍‌ନାମ କରିବା ପାଇଁ କଂଗ୍ରେସ ମିଛ ପ୍ରଚାର କରୁଛି।

ସୂର୍ଯ୍ୟେୱାଲା ଆହୁରି ମଧ୍ୟ ଦାବି କରିଛନ୍ତି, ସରକାର ଏହି ଯୁଦ୍ଧ ବିମାନ ୟୁପିଏ ଅମଳର ଚୁକ୍ତିଠାରୁ ଅଧିକ ଦରରେ କିଣିବାକୁ ଚୁକ୍ତି କରିଛନ୍ତି। ଏତଦ୍‌ବ୍ୟତୀତ ବ୍ୟାଙ୍କ ଗ୍ୟାରେଣ୍ଟି ଛାଡ଼ କରିଛନ୍ତି।

ସରକାର ସଂସଦରେ ତଥ୍ୟ ରଖିଛନ୍ତି ୩୬ଟି ଯୁଦ୍ଧବିମାନକୁ ୫୯ ହଜାର କୋଟି ଟଙ୍କାରେ କିଣାଯିବ। କିନ୍ତୁ ଆଇଏନ୍‌ଟି ତଥ୍ୟ ଅନୁଯାୟୀ ଏହି ଚୁକ୍ତି ୬୪ ହଜାର ଟଙ୍କାର। ରଣଦୀପ ଦାବି କରିଛନ୍ତି, ସରକାର ଗୃହକୁ ଭୁଲ୍‌ ତଥ୍ୟ ଦେଇଛନ୍ତି।



from Odisha Reporter https://ift.tt/2HgRJoI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages