ଏକାଠି ରୋମାନ୍ସ କରିବେ ସାରା-କାର୍ତ୍ତିକ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 5, 2019

ଏକାଠି ରୋମାନ୍ସ କରିବେ ସାରା-କାର୍ତ୍ତିକ୍‌

ମୁମ୍ୱାଇ: ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ଯ୍ୟନ୍‌ଙ୍କ ଅଭିନୀତ ଫିଲ୍ମ ‘ଲୁକା ଛୁପି’ ରିଲିଜ୍‌ ହୋଇଛି। ରିଲିଜ୍‌ ହେବାର ପ୍ରଥମ ଦିନରେ ହିଁ ଫିଲ୍ମଟି ବକ୍ସ ଅଫିସ୍‌ରେ ୧୦କୋଟିରୁ ଅଧିକ ଆୟ କରିସାରିଛି। ତେବେ ନିକଟରେ କାର୍ତ୍ତିକ ଆର୍ଯ୍ୟନ୍‌ ଓ ସାରା ଅଲ୍ଲୀ ଖାନ୍‌ଙ୍କୁ ନେଇ ବଲିଉଡ୍‌ରେ ବେଶ୍‌ ଚର୍ଚ୍ଚା କରାଯାଇଥିଲା।

ସାରା କାର୍ତ୍ତିକ୍‌ଙ୍କୁ ଡେଟ୍‌ କରିବାକୁ ଚାହୁଁଛନ୍ତି ବୋଲି ‘କଫି ଉଇଥ୍ କରନ୍‌’ ଶୋ’ରେ ବାପା ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ସମ୍ମୁଖରେ ପ୍ରକାଶ କରିଥିଲେ। ଏହାକୁ ନେଇ ମିଡିଆରେ ଖୁବ୍ ଚର୍ଚ୍ଚା କରାଯାଇଥିଲା ସତ କିନ୍ତୁ କାର୍ତ୍ତିକ୍‌ ଏହାକୁ ନେଇ ଚୁପ୍‌ ରହିଥିଲେ।

ତେବେ ସାରାଙ୍କର ଏହି ଇଚ୍ଛା ଖୁବ୍ ଶୀଘ୍ର ପୂରଣ ହେବାକୁ ଯାଉଛି। ସୂଚନା ଅନୁସାରେ ସାରା କାର୍ତ୍ତିକଙ୍କ ସହିତ ଏକ ଫିଲ୍ମ କରିବାକୁ ଯାଉଛନ୍ତି।

ଫିଲ୍ମଟି ‘ଲଭ୍‌ ଆଜ୍‌ କଲ୍‌’ର ଦ୍ୱିତୀୟ ଭାଗ ବୋଲି ଜଣାପଡ଼ିଛି। ଫିଲ୍ମରେ କାର୍ତ୍ତିକ ଆର୍ଯ୍ୟନ୍‌, ସାରା ଅଲ୍ଲୀ ଖାନ୍‌ ଓ ତାଙ୍କ ବାପା ସୈଫ୍‌ ଅଲ୍ଲୀ ଖାନ୍‌ ମଧ୍ୟ ଅଭିନୟ କରିବେ। ଏମାନଙ୍କ ବ୍ୟତୀତ ଫିଲ୍ମରେ ରଣଦୀପ ହୁଡ୍ଡା ମଧ୍ୟ ଅଭିନୟ କରିବେ।

ଫିଲ୍ମର ସୁଟିଂ ଆଗାମୀ ସପ୍ତାହରେ ଆରମ୍ଭ ହେବାକୁ ଯାଉଛି। ତେବେ ଫିଲ୍ମଟି ବିଦେଶରେ ନୁହେଁ ଦିଲ୍ଲୀ ଓ ପଞ୍ଜାବରେ ସୁଟିଂ ହେବ।
ଅଭିନେତ୍ରୀ ସାରା ଅଲ୍ଲୀ କେଦାରନାଥ ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ। ସିମ୍ବା ଫିଲ୍ମ ତାଙ୍କର ଦ୍ୱିତୀୟ ଫିଲ୍ମ ଥିଲା। ଏହି ଫିଲ୍ମ ପରେ ତାଙ୍କୁ ବଲିଉଡ୍‌ରେ ବେଶ୍‌ ଲୋକପ୍ରିୟତା ମିଳିଛି।



from Odisha Reporter https://ift.tt/2C8Vlpn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages