ସହିଦ ବାପାଙ୍କୁ ମୁଖାଗ୍ନି ଦେଲା ୫ ବର୍ଷର ଝିଅ, ଆଉ ପଚାରିଲା….. - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 5, 2019

ସହିଦ ବାପାଙ୍କୁ ମୁଖାଗ୍ନି ଦେଲା ୫ ବର୍ଷର ଝିଅ, ଆଉ ପଚାରିଲା…..

ନୂଆଦିଲ୍ଲୀ: କଶ୍ମୀରରେ ଆତଙ୍କବାଦୀ  ଆକ୍ରମଣରେ ସହିଦ ହୋଇଥିଲେ ବିହାରର ସଆର୍‌ପିଏଫ୍‌ ଅଫିସର୍‌ ପିଣ୍ଟୁ କୁମାର ସିଂ । ସହିଦଙ୍କ ମରଶରୀର ଘରେ ପହଞ୍ଚିବା ପରେ ଖେଳି ଯାଇଥିଲା ଶୋକର ଲହରୀ। ଲୋକଙ୍କ ନାରା ‘ବୀର ସହିଦ ପିଣ୍ଟୁ କୁମାର ଅମର ରହେ..’ ନାରା ସାଙ୍ଗକୁ ପତ୍ନୀଙ୍କ କାନ୍ଦ ପରିବେଶକୁ ଶୋକାକୁଳ କରି ଦେଇଥିଲା। ତା ସାଙ୍ଗକୁ ୫ ବର୍ଷର ଝିଅ ପିହୁର ନିରୀହ ପ୍ରଶ୍ନ ପରିବେଶକୁ କରିଦେଇଥିଲା ଅଧିକ କରୁଣ ।

ରବିବାର ପିଣ୍ଟୁ କୁମାର ସିଂଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ପିତାଙ୍କୁ ମୁଖାଗ୍ନି ଦେଇଥିଲେ ୫ ବର୍ଷର ଝିଅ ପିହୁ । ଲୋକଭିଡ଼ ଏବଂ ବାପାଙ୍କୁ ଏପରି ଅବସ୍ଥାରେ ଦେଖି କୁନି ଝିଅଟି କିଛି ବୁଝି ପାରୁ ନ ଥିଲା  କେବଳ  ନିରୀହ ଆଖିରେ ମା’ଙ୍କୁ ପ୍ରଶ୍ନ କରୁଥିଲା  ‘ଏହି ଲୋକମାନେ ବାପାଙ୍କୁ କେଉଁଆଡ଼େ ନେଇ ଯାଉଛନ୍ତି’। ଆଉ ଉତ୍ତରରେ ମା’ଙ୍କ ଆଖିରୁ କେବଳ ବହି ଚାଲିଥିଲା ଅବିରତ ଅଶ୍ରୁ।

ଜମ୍ମୁ କଶ୍ମୀରର କୁପୱାଡା ଜିଲ୍ଲାର ହାଣ୍ଡୱାରା ନାମକ ଏକ ସ୍ଥାନରେ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କଲାବେଳେ ସଆର୍‌ପିଏଫ୍‌ ଅଫିସର୍‌ ପିଣ୍ଟୁ ଏକ ଘର ଭିତରକୁ ଚାଲି ଯାଇଥିଲେ। ସେତେବେଳେ ଆତଙ୍କବାଦୀମାନେ ସେହି ଘର ଉପରେ ଆକ୍ରମଣ କରିବା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା।

ସହିଦ ପିଣ୍ଟୁ କୁମାର ସିଂଙ୍କ ଶେଷ ଯାତ୍ରାରେ ସାଧାରଣ ଲୋକଙ୍କ  ଭିଡ଼ ଦେଖିବାକୁ ମିଳିଥିଲା। ତାଙ୍କ ପତ୍ନୀଙ୍କୁ କାନ୍ଦୁଥିବାର ଦେଖିବାକୁ ମିଳିଥିଲା। ତଥାପି ସେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁରେ ଭାଙ୍ଗି ନ ପଡ଼ି ଝିଅ ପିହୁକୁ କହିଥିଲେ ଯେ, ଝିଅ ବାପାଙ୍କୁ ‘ଜୟ ହିନ୍ଦ’ କହିବୁ।

ସହିଦ ପିଣ୍ଟୁଙ୍କ ଶେଷ ଯାତ୍ରାରେ ‘ବୀର ପୁରୁଷ ସହିଦ ପିଣ୍ଟୁ ଅମର ରହେ’ ବୋଲି ସାଧାରଣ ଲୋକେ ସ୍ଲୋଗାନ୍‌ ଦେଉଥିଲେ। ବାୟୁ ସେନାର ହେଲିକପ୍ଟରରେ ସହିଦ ପୁଲିସ୍‌ ଅଫିସର୍‌ଙ୍କ ପାର୍ଥିବ ଶରୀରକୁ ସିଆର୍‌ପିଏଫ୍‌ ଯବାନଙ୍କ ସହାୟତାରେ ନିଆଯାଇଥିଲା।

ସହିଦ ପିଣ୍ଟୁ କେବଳ ବୀର ନ ଥିଲେ, ଥିଲେ ଅତ୍ୟନ୍ତ ନମ୍ର  ସ୍ୱଭାବର। କଠିନ ପରିସ୍ଥିତିରେ ମଧ୍ୟ ସେ ଲୋକଙ୍କ ସହ ଅତି ସହଜରେ ମିଶି କାମ କରି ପାରୁଥିଲେ। ସ୍ଥାନୀୟ ଅଞ୍ଚଳରେ ମଧ୍ୟ ସେ ବହୁତ ଲୋକପ୍ରିୟ ଥିଲେ।



from Odisha Reporter https://ift.tt/2Ukysq1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages