ମୂଲାୟମ୍‌ଙ୍କ ଆସନରୁ ଲଢ଼ିବେ ଅଖିଲେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 24, 2019

ମୂଲାୟମ୍‌ଙ୍କ ଆସନରୁ ଲଢ଼ିବେ ଅଖିଲେଶ

ଲକ୍ଷ୍ନୌ: ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଲେଶ ଯାଦବ ଆସନ୍ତା ସାଧାରଣ ନିର୍ବାଚନରେ ତାଙ୍କ ବାପା ମୂଲାୟମ୍ ସିଂହ ଯାଦବଙ୍କ ପାରମ୍ପରିକ ଆସନ ଆଜମ୍‌ଗଡ଼ରୁ ଲଢ଼ିବେ। ଏ ବିଷୟରେ ତାଙ୍କ ଦଳ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ତାଙ୍କ ବାପା ମଣିପୁରୀରୁ ଲଢ଼ିବେ ଯାହାକି ଯାଦବ ପରିବାରର ଗଡ଼ ଭାବରେ ଜଣାଶୁଣା। ମାୟାବତୀ ଏଥର ଲୋକସଭା ନିର୍ବାଚନ ଲଢ଼ିବେନି ବୋଲି ଘୋଷଣା କରାଯିବା ପରେ ଏହି ଘୋଷଣା କରାଯାଇଛି।

ପ୍ରଥମ ଥର ପାଇଁ ଅଖିଲେଶ ପୂର୍ବ ୟୁପିରୁ ଲଢ଼ିବାକୁ ଯାଉଛନ୍ତି। ୨୦୦୯ ମସିହାରେ ସେ କନ୍ନୌଜରୁ ତୃତୀୟ ଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୨ରେ ସେ ମୁଖ୍ୟମନ୍ତ୍ରୀ ହେବା ପରେ ଏହି ଆସନ ଛାଡ଼ିଥିଲେ। ବର୍ତ୍ତମାନ ତାଙ୍କ ପତ୍ନୀ ଡିମ୍ପଲ ଏହି ଆସନରୁ ଲଢ଼ିବେ।

ଆଜମ୍‌ଗଡ଼ ଏକ ସୁରକ୍ଷିତ ଆସନ ହୋଇଥିବାରୁ ଅଖିଲେଶ ଏହାକୁ ବାଛିଛନ୍ତି। ଯାହାଫଳରେ ମେଣ୍ଟ ପାଇଁ ପ୍ରଚାର କରିପାରିବେ ବୋଲି ସୂଚନା ମଳିଛି। କାରଣ କେବଳ ପ୍ରଚାର ପାଇଁ ହିଁ ମାୟାବତୀ ନିର୍ବାଚନ ଲଢ଼ିବେନାହିଁ ବୋଲି ମନା କରିଦେଇଥିଲେ। ଉତ୍ତରପ୍ରଦେଶ ସବୁ ସମୟରେ ଦିଲ୍ଲୀ ସରକାର ନିର୍ଦ୍ଧାରଣ କରୁଥିବା କୁହାଯାଉଥିବାବେଳେ ଏଥର ତ୍ରିମୁଖୀ ନିର୍ବାଚନ ଏହାକୁ ଆହୁରି ରୋଚକ କରିଛି।



from Odisha Reporter https://ift.tt/2YlrxPF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages