ସପ୍‌ନା-ସୋନିଆଙ୍କୁ ତୁଳନା କରି ବିବାଦୀୟ ମନ୍ତବ୍ୟ ଦେଲେ ବିଜେପି ବିଧାୟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 24, 2019

ସପ୍‌ନା-ସୋନିଆଙ୍କୁ ତୁଳନା କରି ବିବାଦୀୟ ମନ୍ତବ୍ୟ ଦେଲେ ବିଜେପି ବିଧାୟକ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଅରୁଚିକର ବ୍ୟକ୍ତିଗତ ଆକ୍ଷେପ ଆରମ୍ଭ ହୋଇସାରିଛି। ଏଭଳି ମନ୍ତବ୍ୟ ଦେଇଛନ୍ତି ବିଜେପିର ଜଣେ ବିଧାୟକ ସୁରେନ୍ଦ୍ର ସିଂହ। ପୂର୍ବରୁ ସେ ବିଏସ୍‌ପି ସୁପ୍ରିମୋ ମାୟାବତୀଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେବା ପରେ ସଦ୍ୟ କଂଗ୍ରେସରେ ଯୋଗ ଦେଇଥିବା ସପ୍‌ନା ଚୌଧୁରୀଙ୍କୁ ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ସହିତ ତୁଳନା କରିଛନ୍ତି।

ସପ୍‌ନାଙ୍କ ଯୋଗଦଦାନକୁ ନେଇ ସୁରେନ୍ଦ୍ର କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ନିର୍ବାଚନ ପୂର୍ବରୁ ତାଙ୍କ ମା ସୋନିଆଙ୍କ ପରି ଜଣେ ନର୍ତ୍ତକୀଙ୍କୁ ଦଳରେ ସାମିଲ କରିଛନ୍ତି।

ସେ କହିଛନ୍ତି, ରାହୁଲଙ୍କ ମା ଇଟାଲୀରେ ଏହି ବୃତ୍ତିରେ ଥିଲେ। ଯେମିତି ଆପଣଙ୍କ ବାପା ସୋନିଆଙ୍କୁ ନିଜର କରିନେଇଥିଲେ, ଆପଣ ସପ୍‌ନାଙ୍କୁ ନିଜର କରିଦେଇଛନ୍ତି।


ସେ ଆହୁରି ମଧ୍ୟ କହିଛନ୍ତି, ଦେଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରି ଜଣେ ଚରିତ୍ରବାନ୍ ଏବଂ ବିଶ୍ୱସ୍ତ ନେତା ଆବଶ୍ୟକ କରୁଛି। ଏହି ଦେଶ କେବେ ମଧ୍ୟ ଜଣେ ନର୍ତ୍ତକୀଙ୍କୁ ଗ୍ରହଣ କରିବନି।

ସେ ଆହୁରି ବ୍ୟକ୍ତିଗତ ସ୍ତରକୁ ଯାଇ କହିଛନ୍ତି, ସବୁଠାରୁ ବଡ଼ କଥା ହେଉଛି, ଏଭଳି ହେଲେ ଶାଶୁ ଏବଂ ବୋହୁଙ୍କ ବୃତ୍ତି ଏବଂ ସଂସ୍କୃତି ସମାନ ହୋଇଯିବ। ମୁଁ ଜାଣିକରି ଖୁସି ହେଲି ଯେ, ରାହୁଲ ଆଉ ନେତାଙ୍କ ଉପରେ ଭରସା ନକରି ନର୍ତ୍ତକୀଙ୍କ ଉପରେ ଭରସା କଲେଣି।



from Odisha Reporter https://ift.tt/2WjyWgL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages