
ଚେନ୍ନାଇ: ତାମିଲନାଡ଼ୁରେ କ୍ଷମତାସୀନ ଏଆଇଏଡିଏମକେର ବିଧାୟକ ଆର୍ କଙ୍ଗରାଜ ଆଜି ହୃଦଘାତରେ ପ୍ରାଣ ହରାଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା। ଆଜି ସକାଳ ୭ଟା ୪୦ରେ ସେ ଭାଦମବାଚେରି ସ୍ଥିତ ନିଜ ବାସଭବନରେ ବସି ଖବରକାଗଜ ପଢ଼ୁଥିବା ବେଳେ ହଠାତ ହୃଦଘାତର ଶିକାର ହୋଇଥିଲେ।
ଏଆଇଏଡିଏମକେ ପାଇଁ ୩୫ ବର୍ଷ ହେଲା କାର୍ଯ୍ୟ କରୁଥିବା କଙ୍ଗରାଜ ଗତ ବିଧାନସଭା ନିର୍ବାଚନରେ ପ୍ରଥମଥର ଟିକେଟ୍ ପାଇଥିଲେ। ସେ ଏଥିରେ ବିଜୟୀ ହେବା ସହ ସୁଲୁର ନିର୍ବାଚନମଣ୍ଡଳୀର ବିଧାୟକ ହୋଇଥିଲେ।
କଙ୍ଗରାଜଙ୍କ ମୃତ୍ୟୁ ପରେ ତାମିଲନାଡୁ ବିଧାନସଭାରେ ଖାଲି ପଡ଼ିଥିବା ଆସନ ସଂଖ୍ୟା ୨୨କୁ ବୃଦ୍ଧି ପାଇଛି। ତେବେ ଏପ୍ରିଲ ୧୮ରେ ତାମିଲନାଡୁରେ ଲୋକସଭା ନିର୍ବାଚନ ସହ କେବଳ ୧୮ଟି ଆସନରେ ଉପନିର୍ବାଚନ ହେବ ବୋଲି ଘୋଷଣା କରାଯାଇଛି।
from Odisha Reporter https://ift.tt/2HyXv5Q
No comments:
Post a Comment