ଭାରତରେ ଖୁସି କମୁଛି, ପାକ୍‌ରେ ବଢ଼ୁଛି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 21, 2019

ଭାରତରେ ଖୁସି କମୁଛି, ପାକ୍‌ରେ ବଢ଼ୁଛି

ଜାତିସଂଘ: ଭାରତରେ ଲୋକମାନଙ୍କ ଖୁସି କମି କମି ଯାଉଛି। ୨୦୧୮ରେ ଭାରତବାସୀ ଯେତିକି ଖୁସି ଥିଲେ, ୨୦୧୯ରେ ତା’ ଠାରୁ କମ ଖୁସି ରହିଛନ୍ତି।

ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ଲୋକମାନେ କେତେ ଖୁସିରେ ଅଛନ୍ତି ତାକୁ ମାପିବା ପାଇଁ ଜାତିସଙ୍ଘ ପ୍ରତିବର୍ଷ ସର୍ଭେ କରିଥାନ୍ତି। ୨୦୧୯ରେ ଭାରତର ସ୍ଥାନ ସାତ ପଏଣ୍ଟ ଖସି ୧୪୦ରେ ରହିଛି। ଏହି ସର୍ଭେରେ ଆତଙ୍କୀଙ୍କ ଗଡ଼ କୁହାଯାଉଥିବା ପାକିସ୍ତାନର ଅଧିବାସୀ ଅଧିକ ଖୁସିରେ ଅଛନ୍ତି।

ଜାତିସଂଘ ପକ୍ଷରୁ ଖୁସି ରହୁଥିବା ରାଷ୍ଟ୍ରଗୁଡ଼ିକ ତାଲିକାରେ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଫିନଲ୍ୟାଣ୍ଡ ବିଶ୍ୱର ସବୁଠାରୁ ଖୁସି ରାଷ୍ଟ୍ର ବୋଲି କୁହାଯାଇଛି। ବିଶ୍ୱର ଦ୍ୱିତୀୟ ଖୁସି ରାଷ୍ଟ୍ର ଡେନମାର୍କ ହୋଇଥିବା ବେଳେ ତୃତୀୟରେ ନରୱେ, ୪ର୍ଥରେ ଆଇସଲ୍ୟାଣ୍ଡ ଓ ୫ମରେ ନେଦରଲ୍ୟାଣ୍ଡ ରହିଛି।

ଜାତିସଂଘ ପକ୍ଷରୁ ଲୋକମାନଙ୍କର ସ୍ୱାଚ୍ଛନ୍ଦ୍ୟ, ଆୟ, ସ୍ୱାଧୀନତା, ଆସ୍ଥା, ସ୍ୱାସ୍ଥ୍ୟ ଓ ଆୟୁ, ସାମାଜିକ ସୁରକ୍ଷା ଆଦିକୁ ଆଧାର କରି ବିଶ୍ୱର ଖୁସି ଓ ଦୁଖୀ ରାଷ୍ଟ୍ରର ତାଲିକା ପ୍ରସ୍ତୁତ କରାଯାଏ।

ଜାତିସଂଘର ତଥ୍ୟ ଅନୁଯାୟୀ, ଏବେ ଭାରତରେ ଲୋକମାନେ ଖୁସି କ’ଣ, ତାହା ଭୁଲିବା ଆରମ୍ଭ କଲେଣି। ୨୦୧୮ରେ ଖୁସି ରାଷ୍ଟ୍ରଗୁଡ଼ିକ ତାଲିକାରେ ଭାରତର ସ୍ଥାନ ୧୩୩ ଥିବା ବେଳେ ୨୦୧୯ରେ ଏହା ୧୪୦କୁ ଖସି ଆସିଛି। ତେଣୁ ଏହି ତଥ୍ୟ ହିଁ ଆଜି ଭାରତୀୟମାନେ କେତେ ଖୁସିରେ ଅଛନ୍ତି, ସେକଥା କହୁଛି। ଜାତିସଂଘ ପକ୍ଷରୁ ୧୫୬ଟି ରାଷ୍ଟ୍ରକୁ ନେଇ ଏହି ତାଲିକା ପ୍ରସ୍ତୁତ କରାଯାଇଛି।

ଏସିଆ ମହାଦେଶ କଥା ବିଚାରକୁ ନେଲେ ପାକିସ୍ତାନ ୬୭ତମ ସ୍ଥାନରେ ଥିବା ବେଳେ ଚୀନ୍‌ ୯୩ ଓ ବାଂଲାଦେଶ ୧୨୫ତମ ସ୍ଥାନରେ ରହିଛି। ଏହି ତୁଳନାତ୍ମକ ସର୍ଭେରେ ଭାରତ ୧୪୦ତମ ସ୍ଥାନରେ ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।



from Odisha Reporter https://ift.tt/2WfOp1q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages