ବାଘକୁ ମାରିଦେଲା ବାଘ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 22, 2019

ବାଘକୁ ମାରିଦେଲା ବାଘ

ଭୋପାଲ: ମଧ୍ୟପ୍ରଦେଶର କାହ୍ନା ଜାତୀୟ ଅଭୟାରଣ୍ୟରେ ଏକ ବୟସ୍କ ବାଘ ଅନ୍ୟ ଏକ ବାଘକୁ ମାରିଦେଇଥିବା ସୂଚନା ମିଳିଛି। କାହ୍ନା ବାଘ୍ର୍ୟ ଅଭୟାରଣ୍ୟରେ ଗତ ଦୁଇ ମାସରେ ଏଭଳି ଏହା ଦ୍ୱିତୀୟ ଘଟଣା।

କାହ୍ନା ବାଘ୍ର୍ୟ ଅଭୟାରଣ୍ୟର ଫିଲ୍ଡ ଡାଇରେକ୍ଟର ଏଲ କ୍ରିଷ୍ଣମୂର୍ତ୍ତି ଏହି ଘଟଣାରେ କହିଛନ୍ତି, ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ୧୨ ବର୍ଷର ଟି୩୬ ନାମକ ଏହି ବାଘଟି ଅନ୍ୟ ବାଘ ସହ ଲଢ଼େଇରେ ମୃତ୍ୟୁବରଣ କରିଛି। ଏହି ଲଢ଼େଇ ଅଞ୍ଚଳ ଦଖଲକୁ ନେଇ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି।

ଏକ ପ୍ୟାଟ୍ରୋଲିଂ ପାର୍ଟି ଗୁରୁବାର ଦିନ ବାଘଟିର ମୃତଦେହ ପାଇଥିଲେ। କାହ୍ନା ବାଘ୍ର୍ୟ ଅଭୟାରଣ୍ୟର କିସିଲ୍‌ ଜୋନ୍‌ରେ ପ୍ୟାଟ୍ରୋଲିଂ ସମୟରେ ୮ ବର୍ଷ ବୟସର ଟି୫୬ ନାମକ ଅନ୍ୟ ଏକ ବାଘ ମୃତ ବାଘର ଶବକୁ ଖାଉଥିବାର ଦେଖିବାକୁ ପାଇଥିଲେ।

ଗତ ଜାନୁଆରୀ ମାସରେ ଏକ ବାଘ ଏକ ବାଘୁଣୀକୁ ମାରିଦେଇଥିଲା। ଆଜିର ଘଟଣା ପରେ ଜଙ୍ଗଲ ବିଭାଗ ଚିନ୍ତାରେ ପଡ଼ିଯାଇଛନ୍ତି।



from Odisha Reporter https://ift.tt/2U9nlne

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages