ପ୍ରଥମ ପର୍ଯ୍ୟାୟ ପାଇଁ ସରିଲା ନାମାଙ୍କନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 25, 2019

ପ୍ରଥମ ପର୍ଯ୍ୟାୟ ପାଇଁ ସରିଲା ନାମାଙ୍କନ

ନୂଆଦିଲ୍ଲୀ: ୧୭ତମ ସାଧାରଣ ନିର୍ବାଚନରେ ପ୍ରଥମ ପର୍ଯାୟ ମତଦାନ ପାଇଁ ନାମାଙ୍କନ ପ୍ରକ୍ରିୟା ଶେଷ ହୋଇଛି। ସୂଚନାଯୋଗ୍ୟ, ୭ଟି ପର୍ଯ୍ୟାୟ ମତଦାନ ହେବ। ଏପ୍ରିଲ ୧୧ରେ ପ୍ରଥମ ପର୍ଯ୍ୟାୟ  ମତଦାନ ଅନୁଷ୍ଠିତ ହେବ। ଆଜି ଅନ୍ତିମ ଦିନରେ ବିଭିନ୍ନ ରାଜ୍ୟର ହେଭିୱେଟମାନେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।
 
ମହାରାଷ୍ଟ୍ରର ପୁଣେ ଆସନ ପାଇଁ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ ବିଜେପିରୁ ନାମାଙ୍କନ ଦାଖଲ କରିଥିବାବେଳେ ଉତ୍ତର ପ୍ରଦେଶ ମଥୁରା ଲୋକସଭା ଆସନରୁ ସାଂସଦ ହେମା ମାଳିନୀ ବିଜେପିରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।
 
ବିହାରର ଜମୁଇ ଲୋକସଭା ଆସନ ପାଇଁ ଏନଡ଼ିଏରେ ସାମିଲ ଥିବା ଲୋକଜନଶକ୍ତି ପାର୍ଟିର ପ୍ରତିଷ୍ଠାତା ରାମବିଳାସ ପାଶୱାନଙ୍କ ପୁଅ ଚିରାଗ ପାଶୱାନ ନାମାଙ୍କନ ଦାଖଲ କରିଛନ୍ତି।
 
ତାମିଲନାଡ଼଼ୁର ଶିବଗଙ୍ଗା ଲୋକସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ କାର୍ତ୍ତୀ ଚିଦାମ୍ବରମ ନାମାଙ୍କନ ଦାଖଲ କରିଛନ୍ତି। ତାମିଲନାଡ଼ୁରେ ଡିଏମକେ-କଂଗ୍ରେସ ମେଣ୍ଟ ହୋଇଛି। ସେହିପରି ତାମିଲନାଡ଼ୁର ତୁତୀକୋରିନ ଆସନରୁ ଡିଏମକେ ସାଂସଦ କାନ୍ନିମୋଝୀ ନାମାଙ୍କନ ଦାଖଲ କରିଛନ୍ତି।
 
କର୍ଣ୍ଣାଟକର ମାଣ୍ଡ୍ୟା ଲୋକସଭା ଆସନ ପାଇଁ ମୁଖ୍ୟମନ୍ତ୍ରୀ ଏଚ.ଡ଼ି କୁମାର ସ୍ୱାମୀଙ୍କ ପୁଅ ନିଖିଲ କୁମାରସ୍ୱାମୀ ଦଳୀୟ ନେତାଙ୍କ ସହ ସାଙ୍ଗରେ ଯାଇ ନାମାଙ୍କନ ଭରିଛନ୍ତି। ସେହିପରି ଟୁମକୁର ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି ଏସପି ମୁଦ୍ଦାହନୁମେଗୌଡ଼ା।
 
ଜମ୍ମୁ କଶ୍ମୀରର ଶ୍ରୀନଗର ଲୋକସଭା ଆସନରୁ ନ୍ୟାଶନାଲ କନଫରେନସ ଏବଂ କଂଗ୍ରେସର ପ୍ରାର୍ଥୀ ଭାବେ ଫାରୁକ ଅବଦୁଲା ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ନାମାଙ୍କନ ଦାଖଲ ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଫାରୁକ ଅବଦୁଲ୍ଲାଙ୍କ ପୁଅ ଓମର ଅବଦୁଲ୍ଲା ଉପସ୍ଥିତ ଥିଲେ।


from Odisha Reporter https://ift.tt/2HX4XqO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages