ପ୍ରୟାସ ରାୟ ବର୍ମନ ସବୁଠାରୁ କନିଷ୍ଠ ଆଇପିଏଲ ଡେବୁଟାଣ୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 31, 2019

ପ୍ରୟାସ ରାୟ ବର୍ମନ ସବୁଠାରୁ କନିଷ୍ଠ ଆଇପିଏଲ ଡେବୁଟାଣ୍ଟ

ହାଇଦ୍ରାବାଦ: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଆଇପିଏଲ ଡେବ୍ୟୁ କରିଛନ୍ତି ପ୍ରୟାସ ରାୟ ବର୍ମନ। ସେ ସବୁଠାରୁ କନିଷ୍ଠ ଖେଳାଳି ଭାବେ ଆଇପିଏଲ ପଦାର୍ପଣ କରିଛନ୍ତି। ମାତ୍ର ୧୬ ବର୍ଷ ଓ ୧୫୭ ଦିନରେ ଆଇପିଏଲରେ ପଦାର୍ପଣ କରି ବର୍ମନ ଆଫଗାନିସ୍ତାନର ମୁଜୀବ-ଉର୍-ରେହମାନଙ୍କୁ ପଛରେ ପକାଇଛନ୍ତି।

୨୦୧୮ରେ ମୁଜୀବ ମାତ୍ର ୧୭ ବର୍ଷ ଓ ୧୧ ଦିନରେ ଆଇପିଏଲରେ ଡେବ୍ୟୁ କରି ଇତିହାସ ରଚିଥିଲେ। ଏହି ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି ସର୍ଫରାଜ ଖାନ୍ (୧୭ ବର୍ଷ, ୧୭୭ ଦିନ)। ଗତବର୍ଷ ଡିସେମ୍ବରରେ ହୋଇଥିବା ଆଇପିଏଲ ଅକ୍ସନରେ ପ୍ରୟାସଙ୍କୁ ଆରସିବି ୧.୫ କୋଟି ଟଙ୍କାରେ କିଣିଥିଲା। ତେବେ ତାଙ୍କର ମୂଳଦର ମାତ୍ର ୨୦ ଲକ୍ଷ ଟଙ୍କା ଥିଲା।

ବେଙ୍ଗଲର ଦୁର୍ଗାପୁରରୁ ଆସିଥିବା ଏହି ଯୁବ ସ୍ପିନର ଜଣକ ନିଜ ଆଇପିଏଲ ପଦାର୍ପଣରେ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି। ସେ ୪ ଓଭରରେ ୫୬ ରନ୍ ଦେଇ କୌଣସି ସଫଳତା ପାଇନାହାନ୍ତି। ସେ ଗତ ବିଜୟ ହଜାରେ ଟ୍ରଫିରେ ଚମତ୍କାର ପ୍ରଦର୍ଶନ କରି ୯ ମ୍ୟାଚରେ ୧୧ ୱିକେଟ ହାସଲ କରିଥିଲେ। ଏହାଛଡ଼ା ସେ ସୟଦ ମୁସ୍ତାକ ଅଲି ଟି-୨୦ରେ ମଧ୍ୟ ୭.୧୧ ଇକୋନୋମୀ ରେଟରେ ରନ୍ ଦେଇ ବେଶ ପ୍ରଭାବିତ କରିଥିଲେ।



from Odisha Reporter https://ift.tt/2HOrAhZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages