ବେୟାରଷ୍ଟୋଙ୍କ ଓ ୱାର୍ଣ୍ଣର ଶତକ, ସନରାଇଜର୍ସର ବିଶାଳ ସ୍କୋର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 31, 2019

ବେୟାରଷ୍ଟୋଙ୍କ ଓ ୱାର୍ଣ୍ଣର ଶତକ, ସନରାଇଜର୍ସର ବିଶାଳ ସ୍କୋର

ହାଇଦ୍ରାବାଦ: ଜନ୍ନି ବେୟାରଷ୍ଟୋ ଓ ଡେଭିଡ ୱାର୍ଣ୍ଣରଙ୍କ ଆକର୍ଷଣୀୟ ଶତକକୁ ଆଧାର କରି ସନରାଇଜର୍ସ ହାଇଦ୍ରାବାଦ ଚଳିତ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)ର ରବିବାର ଖେଳାଯାଇଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ମ୍ୟାଚରେ ନିର୍ଦ୍ଧାରିତ ୨୦ ଓଭରରେ ୨ ୱିକେଟ ହରାଇ ୨୩୧ ରନର ବିଶାଳ ସ୍କୋର କରିଛି।

ଫଳରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଆରସିବିକୁ ୨୦ ଓଭରରେ ୨୩୨ ରନ କରିବାକୁ ପଡ଼ିବ। ହାଇଦ୍ରାବାଦ ପକ୍ଷରୁ ବେୟାରଷ୍ଟୋ ନିଜର ପ୍ରଥମ ଶତକ ମାରିଥିବା ୱାର୍ଣ୍ଣର ନିଜର ଚତୁର୍ଥ ଶତକ ମାରିଥିଲେ। ଦୁହେଁ ପ୍ରଥମ ୱିକେଟ ପାଇଁ ୧୮୫ ରନର ରେକର୍ଡ ପାଟନରଶିପ୍ କରିଛନ୍ତି। ବେୟାରଷ୍ଟୋ ୧୧୪ (୫୬ ବଲ, ୧୨ ଚୌକା, ୬ ଛକା) ଓ ୱାର୍ଣ୍ଣର ୧୦୦* (୫୫ ବଲ, ୫ ଚୌକା, ୫ ଛକା) ରନ୍ କରିଛନ୍ତି।

ରାଜୀବ ଗାନ୍ଧି ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚରେ ଆରସିବି ଅଧିନାୟକ ବିରାଟ କୋହଲି ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ହାଇଦ୍ରାବାଦ ପକ୍ଷରୁ ବେୟାରଷ୍ଟୋ ଓ ୱାର୍ଣ୍ଣର ଇନିଂସ ଓପନ କରିବାକୁ ଆସିଥିଲେ। ଦୁହେଁ ଆରମ୍ଭରୁ ଆରସିବି ବୋଲରଙ୍କୁ ସେଟ୍ ହେବାକୁ ଦେଇନଥିଲେ।

ବିଶେଷ କରି ବେୟାରଷ୍ଟୋ ଅଧିକ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ଫଳସ୍ୱରୂପ ସେ ୨୮ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ୱାର୍ଣ୍ଣର ମଧ୍ୟ ୩୨ ବଲରେ ଅର୍ଦ୍ଧଶତକ ମାରିଥିଲେ। ଦୁହେଁ ୯.୪ ଓଭରରେ ଦଳର ସ୍କୋରକୁ ୧୦୦ ଅତିକ୍ରମ କରାଇଥିଲେ। ଏହା ପରେ ବେୟାରଷ୍ଟୋ ୫୨ ବଲରେ ନିଜର ପ୍ରଥମ ଆଇପିଏଲ ଶତକ ମାରିଥିଲେ।

ଦଳର ସ୍କୋର ୧୮୫ ଥିବା ବେଳେ ବେୟାରଷ୍ଟୋଙ୍କୁ ୟୁଜବେନ୍ଦ୍ର ଚହଲ ଆଉଟ କରିଥିଲେ। ତେବେ ୱାର୍ଣ୍ଣର ଶେଷ ପର୍ଯ୍ୟନ୍ତ ଅପରାଜିତ ଦଳକୁ ୨୩୨ ରନର ବଡ଼ ସ୍କୋରରେ ପହଞ୍ଚାଇଥିଲେ। ବିଜୟ ଶଙ୍କର ୯ ରନ୍ କରି ଆଉଟ ହୋଇଥିବା ବେଳେ ୟୁସୁଫ ପଠାନ୍ ୬ ରନ୍ କରି ଅପରାଜିତ ଥିଲେ।



from Odisha Reporter https://ift.tt/2UkuOzB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages