
ମୁମ୍ବାଇ: ବଲିଉଡ୍ର ଭେଟେରାନ୍ ସିଙ୍ଗର, କୋକିଳ କଣ୍ଠି ଲତା ମଙ୍ଗେସକର୍ ପିଏମ୍ ନରେନ୍ଦ୍ର ମୋଦୀଙ୍କ କବିତା ‘ସୌଗନ୍ଧ ମୁଝେ ଇସ୍ ମିଟ୍ଟି କି’କୁ ନିଜ କଣ୍ଠ ଦେଇଛନ୍ତି। ସେ ଗୀତର ଭିଡିଓକୁ ନିଜ ଟ୍ୱିଟର ଆକାଉଣ୍ଟରେ ଶେୟାର କରିଛନ୍ତି। ଗୀତର ଭିଡିଓରେ ପ୍ରଥମେ ଲତାଙ୍କର ସ୍ୱର ଶୁଣିବାକୁ ମିଳୁଛି। ସେ କହୁଛନ୍ତି, ‘ନମସ୍କାର କିଛି ଦିନ ପୂର୍ବରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଭାଷଣ ଶୁଣୁଥିଲି। ସେ ଏକ କବିତାର କିଛି ପଂକ୍ତି କହିଥିଲେ। ଯାହାକି ବାସ୍ତବରେ ମୋତେ ସବୁ ଭାରତୀୟଙ୍କ ମନର କଥା ପରି ମନେ ହେଲା। ସେହି ପଂକ୍ତି ମୋ ମନକୁ ଛୁଇଁଗଲା। ମୁଁ ସେହି କବିତାକୁ ରେକର୍ଡ଼ କରିଛି, ଓ ଆଜି ଆମ ଦେଶର ବୀର ଜବାନ୍ ଓ ଜନତାଙ୍କୁ ସମର୍ପିତ କରୁଛି। ଜୟ ହିନ୍ଦ!’
सौगंध मुझे इस मिट्टी की – https://t.co/vUixy4Ch5d
— Lata Mangeshkar (@mangeshkarlata) March 30, 2019
ଏହି ଭିଡିଓକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଟ୍ୱିଟର୍ ଆକାଉଣ୍ଟରେ ଶେୟାର କରି ଲେଖିଛନ୍ତି, ‘ଗଭୀର ହୃଦୟରୁ ଗୀତ ରୂପେ ବାହାରିଥିବା ଆପଣଙ୍କର ସ୍ନେହ ଓ ଆଶୀର୍ବାଦ ମୋ ପାଇଁ ପ୍ରେରଣାସ୍ରୋତ।’ ଆସନ୍ତା ୫ ତାରିଖରେ ରିଲିଜ୍ ହେବାକୁ ଥିବା ମୋଦୀଙ୍କ ବାୟୋପିକ୍ରେ ମଧ୍ୟ ଏହି କବିତାକୁ ନେଇ ଏକ ଗୀତ ତିଆରି ହୋଇଛି। ଯାହାକୁ ମାର୍ଚ୍ଚ ୨୩ରେ ରିଲିଜ୍ କରାଯାଇଛି। ଫିଲ୍ମରେ ବିବେକ୍ ଓବରଏ ମୋଦିଙ୍କ ଭୂମିକାରେ ଅଭିନୟ କରିଛନ୍ତି।
हृदय की गहराइयों से इस गीत के रूप में निकला आपका स्नेह और आशीर्वाद मेरे लिए प्रेरणास्रोत है। https://t.co/hzLvOK7dpz
— Chowkidar Narendra Modi (@narendramodi) March 30, 2019
ସୂଚନାଯୋଗ୍ୟ ପ୍ରଧାନମନ୍ତ୍ରୀ ମୋଦି ପାକିସ୍ତାନ୍ର ବାଲାକୋଟରେ ବାୟୁସେନାର ଏୟାରଷ୍ଟ୍ରାଇକ୍ ପରେ ରାଜସ୍ତାନରେ ଏକ ସଭାକୁ ସମ୍ବୋଧିତ କରିବା ସମୟରେ ଏହି କବିତାର କିଛି ପଂକ୍ତି ପଢ଼ିଥିଲେ। ସେ କହିଥିଲେ, ‘୨୦୧୪ର ମୋର ସେହି ଶବ୍ଦଗୁଡ଼ିକୁ ଭାରତ ମା’ର ବୀରମାନଙ୍କୁ ନମସ୍କାର କରି ମୁଁ ପୁଣିଥରେ ଆଜି କହୁଛି। ସୌଗନ୍ଧ ମୁଝେ ଇସ୍ ମିଟ୍ଟି କି, ମୈଁ ଦେଶ୍ ନହିଁ ମିଟନେ ଦୁଙ୍ଗା, ମୈଁ ଦେଶ ନହିଁ ରୁକ୍ନେ ଦୁଙ୍ଗା, ମୈ ଦେଶ୍ ନହିଁ ଝୁକ୍ନେ ଦୁଙ୍ଗା। ମେରା ବଚ୍ଚନ୍ ହୈ ଭାରତ ମା’କୋ, ତେରା ଶୀଷ୍ ଝୁକ୍ନେ ନହିଁ ଦୁଙ୍ଗା।’
from Odisha Reporter https://ift.tt/2FIrKUH
No comments:
Post a Comment