ତ୍ୱଚା ଏବଂ କେଶକୁ ଏହି ସବୁ ଫାଇଦା ଦେଇଥାଏ ଲିମ୍ବ ତେଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 31, 2019

ତ୍ୱଚା ଏବଂ କେଶକୁ ଏହି ସବୁ ଫାଇଦା ଦେଇଥାଏ ଲିମ୍ବ ତେଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲିମ୍ବ ଆମ ଶରୀର ହେଉ ବା ତ୍ୱଚା ସବୁପାଇଁ  ବହୁତ ଉପକାରୀ ହୋଇଥାଏ। ଏହା ଆମ ଶରୀରକୁ ରୋଗ ମୁକ୍ତ ରଖେ। ଚର୍ମ ସମ୍ବନ୍ଧୀୟ ସମସ୍ତ ପ୍ରକାର ରୋଗକୁ ଭଲ କରିବାକୁ ଏହା ମହାଷୌଧୀ ରୂପେ କାମ କରେ।

ଏହା ଡାଇବେଟିସ୍‌ ରୋଗୀଙ୍କ ପାଇଁ ମଧ୍ୟ ବହୁ ଉପକାରୀ ହୋଇଥାଏ।  ଆପଣ ଲିମ୍ବରେ ପ୍ରସ୍ତୁତ ତେଲ ବ୍ୟବହାର କରି କେଶ ଏବଂ ତ୍ୱଚା ସମ୍ବନ୍ଧୀୟ ସମସ୍ତ ସମସ୍ୟାର ସମାଧାନ କରିପାରିବେ। ତେବେ ପଢ଼ନ୍ତୁ ଏହାକୁ ବ୍ୟବହାର କରିବା ଦ୍ୱାରା ଆମ କେଶ ଏବଂ ତ୍ୱଚାର କ’ଣ ସବୁ ଉପକାର ହୋଇଥାଏ।

୧, ଲିମ୍ବ ତେଲରେ ଆଣ୍ଟି ଫଙ୍ଗଲ୍‌ ଏବଂ ଆଣ୍ଟି ବ୍ୟାକ୍ଟେରିଆ ଗୁଣ ରହିଥାଏ। ଯାହା ଆମ ତ୍ୱଚା ଏବଂ କେଶ ପାଇଁ ବହୁ ଉପକାରୀ ହୋଇଥାଏ।
୨, ଏହା ଏକ ପ୍ରାକୃତିକ ଉତ୍ପାଦ, ଯେଉଁଥିରେ କୌଣସି ସାଇଡ୍‌ଇଫେକ୍ଟ ନଥାଏ। ଏହା ସଂକ୍ରମଣ ହେବାକୁ ଦିଏ ନାହିଁ।
୩, ଏଥିରେ କୌଣସି ରାସାୟନିକ ଦ୍ରବ୍ୟ ନ ଥାଏ। ଯେଉଁଥିପାଇଁ ଆପଣଙ୍କ ତ୍ୱଚା ଓ କେଶକୁ କୌଣସି ପ୍ରକାର କ୍ଷତି ହୋଇନଥାଏ।


୪, ସପ୍ତାହରେ ଥରେ କିମ୍ବା ଦୁଇଥର ଲିମ୍ବ ତେଲ କେଶରେ ଲଗାନ୍ତୁ। ଏହା ଆପଣଙ୍କ କେଶ ଝଡ଼ିବା ସମସ୍ୟାକୁ ରୋକିବା ସହ ମଜବୁତ କରିଥାଏ।
୫, ଏଥିରେ ଥିବା ଆଣ୍ଟି ଫଙ୍ଗଲ୍‌ ଗୁଣ କେଶରେ ରୂପି ହେବାକୁ ଦିଏନାହିଁ।
୬, ଏହା କେଶକୁ ଘନ କରିବା ସହ ବଢ଼ିବାରେ ମଧ୍ୟ ସାହାଯ୍ୟ କରିଥାଏ।


୭, ଏହା କଣ୍ଡିସ୍‌ନର୍‌ ଭଳି ମଧ୍ୟ କେଶରେ କାମ କରିଥାଏ।
୮, ଯଦି ଆପଣଙ୍କ କେଶକୁ ସିଧା କରିବାକୁ ଚାହୁଁଛନ୍ତି ତାହାଲେ ସପ୍ତାହକୁ ୨ଥର ଲିମ୍ବ ତେଲ ଲଗାଇ ମୁଣ୍ଡ ସଫା କରନ୍ତୁ।
୯, ଯଦି ଆପଣଙ୍କ କେଶ ଶୁଷ୍କ ଅଛି ତାହାଲେ ଆପଣ ଏହାକୁ ବ୍ୟବହାର କରିବା ଦ୍ୱାରା ଏହା କେଶରେ ଚମକ ଆଣିଥାଏ।
୧୦, ଅନେକ ସମୟରେ ଦେଖା ଯାଏ ଯେ, କେଶର ଅଗ୍ର ଭାଗ ଦୁଇ ମୁହାଁ ହୋଇଯାଇଥାଏ। ତେଣୁ ଆପଣ ଲିମ୍ବ ତେଲ ଲଗାଇଲେ ଏହା ଆପଣଙ୍କ କେଶ ସମସ୍ୟାକୁ ଦୂର କରିବା ସହ କୌଣସି ସମସ୍ୟା ଦେଖାଦେବ ନାହିଁ।

ଏହା କେବଳ କେଶ ପାଇଁ ଉପକାରୀ ହୋଇନଥାଏ। ଏହା ଆମ ତ୍ୱଚା ପାଇଁ ମଧ୍ୟ ଅନେକ ଉପକାରୀ ହୋଇଥାଏ।

୧୧, ବ୍ୟାକ୍ଟେରିଆ କାରଣରୁ ତ୍ୱଚାରେ ବ୍ରଣ ବାହାରି ଥାଏ। ତେଣୁ ଆପଣ ଏହାକୁ ବ୍ୟବହାର କରି ଆପଣଙ୍କ ମୁହଁରୁ ବ୍ରଣ ହଟାଇ ପାରିବେ।
୧୨, ଏହା ତ୍ୱଚାରେ ଥିବା କଳା ଦାଗକୁ ମଧ୍ୟ ଭଲ କରିବାରେ ସାହାଯ୍ୟ କରିଥାଏ।


୧୩, ତ୍ୱଚା ଯଦି କୁଣ୍ଡାଇ ହୋଇ ଫଳି ଯାଉଥାଏ ତାହାଲେ ଆପଣ ଏହି ଲିମ୍ବ ତେଲକୁ ମଧ୍ୟ ବ୍ୟବହାର କରି ଆରାମ ପାଇ ପାରିବେ।
୧୪, ଏହା ଚର୍ମରେ ହୋଇଥିବା ଫଙ୍ଗଲ୍‌ ଇନ୍‌ଫେକ୍ସନ୍‌କୁ ମଧ୍ୟ ଭଲ କରିବାରେ ସାହାଯ୍ୟ କରିଥାଏ।
୧୫, ଏହାକୁ ନିୟମିତ ମୁହଁରେ ଲଗାଇଲେ ଆପଣଙ୍କ ବୟସ ଅଧିକା ହୋଇଥିଲେ ମଧ୍ୟ କମ୍‌ ବୟସର ଦେଖାଯିବେ।

କିପରି ତିଆରି କରିବେ ଲିମ୍ବ ତେଲ

କିଛି ଫ୍ରେସ୍‌ ଲିମ୍ବ ଏବଂ ତୁଳସୀ ପତ୍ର ନେଇ ତାକୁ ଭଲ ଭାବେ ଧୋଇ ଶୁଖାଇ ଦିଅନ୍ତୁ। ଏହା ପରେ ତାକୁ ଗ୍ରାଇଣ୍ଡ କରି ପେଷ୍ଟ କରିନିଅନ୍ତୁ। ଏହା ପରେ ଗ୍ୟାସ୍‌ରେ ଏକ ପାତ୍ର ବସାଇ ସେଥିରେ ନଢ଼ିଆ ତେଲ ପକାଇ ସେଥିରେ ଉକ୍ତ ପେଷ୍ଟ ପକାଇ ଦିଅନ୍ତୁ। ଏହାକୁ ଆପଣ ବାରମ୍ବାର ଗୋଳାଉଥିବେ। କିଛି ସମୟ ଏହାକୁ କମ୍‌ ଆଞ୍ଚରେ ଗୋଳାନ୍ତୁ।

ଯେପରି ତୁଳସୀ ଏବଂ ଲିମ୍ବ ତେଲ ସହ ପୂରାପୂରି ମିଶିଯିବ। ଏହା ପରେ ଗ୍ୟାସ୍‌ ବନ୍ଦ କରି ତେଲକୁ ଥଣ୍ଡା ହେବା ପାଇଁ ଛାଡ଼ି ଦିଅନ୍ତୁ।
ଏହା ପରେ ପ୍ରସ୍ତୁତ ହେଇଯିବ ଆପଣଙ୍କର ଲିମ୍ବ ତେଲ। ଆପଣ ଚାହିଁଲେ ଏହାକୁ ଛାଣି ପାରିବେ। ତେବେ ଏହାକୁ ଏକ କାଚ ଜାର୍‌ରେ ଭର୍ତ୍ତି କରି ବହୁ ଦିନ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ।



from Odisha Reporter https://ift.tt/2U8vWqT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages