ଦିନ ଦ୍ୱି’ପହରରେ ବିଡିଓଙ୍କୁ ଉଠାଇନେଲେ ଦୁର୍ବୃତ୍ତ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 29, 2019

ଦିନ ଦ୍ୱି’ପହରରେ ବିଡିଓଙ୍କୁ ଉଠାଇନେଲେ ଦୁର୍ବୃତ୍ତ !

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ବଲାଙ୍ଗିର ଜିଲ୍ଲା ପୁଇଁନ୍ତଳା ବିଡ଼ିଓଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। କିଏ ଓ କଣ ପାଇଁ ଅପହରଣ କରିଛି ସ୍ପଷ୍ଟ ହୋଇନି। ଅପହରଣ ସୂଚନା ପାଇବା ପରେ ପୁଲିସ ଖୋଳତାଡ଼ ଆରମ୍ଭ କରିଛି।
ଅଭିଯୋଗରୁ ପ୍ରକାଶ, ଆଜି ଦିନ ମଧ୍ୟାହ୍ନରେ ବିଡ଼ିଓ ସରୋଜ ମିଶ୍ର ଅଫିସ୍‌ରେ ଥିଲେ। ଏହି ସମୟରେ ଏକ ସ୍କର୍ପିଓରେ କିଛି ଲୋକ ଆସି ଅଫିସ ଭିତରେ ପଶି ବିଡ଼ିଓଙ୍କୁ ଉଠାଇ ନେଇଥିବା ଅଭିଯୋଗ ହୋଇଛି। ଅପହରଣ ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ଠିକା କାମକୁ ନେଇ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି।
ଅନ୍ୟପକ୍ଷରେ ଅପହରଣ ନେଇ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନାହିଁ। ମୌଖିକ ଅଭିଯୋଗ ଅନୁସାରେ ପୁଲିସ ତଦନ୍ତ ଆରମ୍ଭ କରିଛି।



from Odisha Reporter https://ift.tt/2HOiD8l

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages