ନିର୍ବାଚନ କମିଶନ ଓ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 29, 2019

ନିର୍ବାଚନ କମିଶନ ଓ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ: ନିର୍ବାଚନରେ ସ୍ୱଚ୍ଛତା ପାଇଁ ପ୍ରାର୍ଥୀଙ୍କ ସମ୍ପର୍କରେ ଭୋଟ୍‌ରମାନେ ସବୁ ତଥ୍ୟ ଜାଣିବା ଅଧିକାରକୁ ସୁନିଶ୍ଚିତ କରିବା ପାଇଁ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ କେହି ବି ଖାତିର କରୁନାହାନ୍ତି।

ଏଭଳି କହି ଆଜି ସୁପ୍ରିମକୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ନିର୍ବାଚନ କମିଶନ ଓ କେନ୍ଦ୍ର ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି। କ’ଣ ପାଇଁ ନିର୍ବାଚନ କମିଶନ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ନ ଚାଲିବ, ତା’ର କାରଣ ଉପସ୍ଥାପନ କରିବାକୁ ସୁପ୍ରିମକୋର୍ଟ କହିଛନ୍ତି।

ସୁପ୍ରିମକୋର୍ଟଙ୍କ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ୨୦୧୮ ସେପ୍ଟମ୍ବର ୨୫ରେ ଦେଇଥିବା ରାୟରେ କହିଥିଲେ ଯେ ନିର୍ବାଚନରେ ପ୍ରାର୍ଥୀ ହେଉଥିବା ରାଜନେତା ତାଙ୍କ ନାଁରେ ଥିବା ସମସ୍ତ ଅପରାଧିକ ମାମଲାର ତଥ୍ୟ ନିର୍ବାଚନ କମିଶନଙ୍କୁ ଦେବେ। ଏଥିସହ ଭୋଟରଙ୍କ ଅବଗତି ପାଇଁ ଏ ସମ୍ପର୍କରେ ପ୍ରାର୍ଥୀମାନେ ୩ ଥର ଖବରକାଗଜ ଓ ବୈଦ୍ୟୁତିକ ଗଣମାଧ୍ୟମରେ ବିଜ୍ଞାପନ ଦେଇ ଘୋଷଣା କରିବେ। ହେଲେ ଏହାକୁ କେହି ଗୁରୁତ୍ୱର ସହ ନେଇ ନଥିବାରୁ ନିର୍ବାଚନ କମିଶନଙ୍କ ବିରୋଧରେ ଓକିଲ ଅଶ୍ୱିନ କୁମାର ଉପାଧ୍ୟାୟ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ।

ଆଜି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ଆରଏଫ୍‌ ନରିମନ ଓ ବିନୀତ ଶରନ୍‌ଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ୩ ଜଣ ଡେପୁଟି ନିର୍ବାଚନ କମିଶନର, ଆଇନ୍‌ ସଚିବ ଓ କ୍ୟାବିନେଟ୍‌ ସଚିବଙ୍କ ଠାରୁ ଏ ସମ୍ପର୍କରେ କାରଣ ଦର୍ଶାଇବାକୁ ନୋଟିସ୍‌ କରିଛନ୍ତି।

ସେପ୍ଟେମ୍ବର ୨୫ର ରାୟ ପରେ ଅକ୍ଟୋବର ୧୦ରେ ନିର୍ବାଚନ କମିଶନ ବିଜ୍ଞପ୍ତି ଜାରି କରିବା ସହ ଫର୍ମ ୨୬ କୁ ଅଧିକ କଡ଼ାକଡ଼ି କରାଯିବ ବୋଲି ଉଲ୍ଲେଖ କରିଥିଲେ। ନିର୍ବାଚନ କମିଶନ ସମସ୍ତ ପ୍ରାର୍ଥୀ ଓ ରାଜନୀତିକ ଦଳକୁ ଅପରାଧିକ ମାମଲା ସମ୍ପର୍କରେ ଜଣାଇବାକୁ କହିଥିଲେ। ।

ନିୟମ ଅନୁଯାୟୀ ନାମାଙ୍କନ ଦାଖଲ କରିବାର ୪୮ ଘଣ୍ଟା ପୂର୍ବରୁ ବିଜ୍ଞାପନ ଜରିଆରେ ପ୍ରାର୍ଥୀମାନେ ସେମାନଙ୍କ ନାଁରେ ଥିବା ଅପରାଧିକ ମାମଲା ସମ୍ପର୍କରେ ଭୋଟରଙ୍କୁ ଜଣାଇବେ। ତେବେ ଏହି ନିୟମକୁ ପାଳନ କରାଯାଇନଥିବା ଆବେଦନକାରୀ କହିଛନ୍ତି।

ଆବେଦକାରୀ ଉପାଧ୍ୟୟ କହିଛନ୍ତି, “ ନିର୍ବାଚନ କମିଶନ ୧୦ ତାରିଖରେ ବିଜ୍ଞପ୍ତି ପ୍ରକାଶ କରି ଥିଲେ ହେଁ ଏଥିରେ ଆବଶ୍ୟକ ସଂଶୋଧନ କରି ନଥିଲେ। ତେଣୁ ଏହି ବିଜ୍ଞପ୍ତି ବୈଧ ହୋଇପାରି ନଥିଲା। ଏଥିସହ ନିର୍ବାଚନ କମିଶନ ଲୋକପ୍ରିୟ ଖବରକାଗଜ କିମ୍ବା ଟିଭି ଚ୍ୟାନେଲର ନାଁକୁ ମଧ୍ୟ ସ୍ପଷ୍ଟ ଭାବେ କହି ନଥିଲେ। ସେହିପରି କେଉଁ ସମୟରେ ଏବଂ କେବେ ପ୍ରାର୍ଥୀମାନେ ନିଜ ନାଁରେ ଥିବା ଅପରାଧିକ ମାମଲା ସମ୍ପର୍କରେ ଜଣାଇବେ, ସେକଥା ମଧ୍ୟ ନିର୍ବାଚନ କମିଶନ ସ୍ପଷ୍ଟ ଭାବେ କହି ନଥିଲେ। ତେଣୁ ପ୍ରାର୍ଥୀମାନେ ଏହାକୁ ପାଳନ କରିନାହାନ୍ତି। କିଛି ପ୍ରାର୍ଥୀ ଏହାର ସୁଯୋଗ ନେଇ ଅଲଗା ସମୟ ଏବଂ ଲୋକପ୍ରିୟ ନଥିବା ଖବରକାଗଜରେ ନିଜର ଅପରାଧିକ ତଥ୍ୟ ଦେଇଛନ୍ତି।”

ଏହି ଯୁକ୍ତି ଶୁଣିବା ପରେ ଆସନ୍ତା ଦୁସପ୍ତାହ ମଧ୍ୟରେ ଏହା ଉପରେ କେନ୍ଦ୍ର ସରକାର ଓ ନିର୍ବାଚନ କମିଶନ ଜବାବ ଦେବାକୁ ସୁପ୍ରିମକୋର୍ଟ କହିଛନ୍ତି। ଜବାବ ଦାଖଲ ପରେ ସୁପ୍ରିମକୋର୍ଟ ଏହାର ପରବର୍ତ୍ତୀ ଶୁଣାଣି କରିବେ। ସୁପ୍ରିମକୋର୍ଟ ଏହାକୁ ଏକ ଗୁରୁତ୍ଷପୂର୍ଣ୍ଣ ପ୍ରସଙ୍ଗ ଏବଂ ଏହାର ଶୁଣାଣି ନିହାତି ହେବା ଦରକାର ବୋଲି କହିଛନ୍ତି।



from Odisha Reporter https://ift.tt/2uvCrF4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages