ଅନନ୍ୟ ଅନୁପମ୍, ବଲିଉଡ୍‌ରେ ଏମିତି ଥିଲା ଯାତ୍ରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 7, 2019

ଅନନ୍ୟ ଅନୁପମ୍, ବଲିଉଡ୍‌ରେ ଏମିତି ଥିଲା ଯାତ୍ରା

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ଅଭିନେତାଙ୍କ ମଧ୍ୟରୁ ଅନୁପମ୍‌ ଖେର୍‌ ଅନ୍ୟତମ। ଆଜି ହେଉଛି ତାଙ୍କର ଜନ୍ମଦିନ। ଅନୁପମ୍‌ଙ୍କ ଜନ୍ମ ଗୋଟିଏ ଗରିବ ପରିବାରରେ ହୋଇଥିଲା। କିନ୍ତୁ ସେ ତାଙ୍କ ପରିଶ୍ରମ ବଳରେ ବଲିଉଡ୍‌ ନୁହେଁ ହଲିଉଡ୍‌ ପର୍ଯ୍ୟନ୍ତ ମଧ୍ୟ ଯାଇପାରିଛନ୍ତି।

ଅନୁପମ୍‌ଙ୍କ ଜନ୍ମ ୭ମାର୍ଚ୍ଚ ୧୯୫୫ ମସିହା ସିମ୍‌ଲାରେ ହୋଇଥିଲା। ତାଙ୍କ ବାପା ଜଣେ ଧାର୍ମିକ ପଣ୍ଡିତ ସହ ପେସାରେ ଜଣେ କ୍ଲର୍କ ଥିଲେ। ସିମ୍‌ଲାରେ ତାଙ୍କର ପ୍ରାରମ୍ଭିକ ପାଠପଢ଼ା ଶେଷ କରିଥିଲେ। ପରେ ସେ National School of Drama (NSD)ରେ ପାଠ ପଢ଼ା ଶେଷ କରିଥିଲେ।

ତେବେ ଆଜି ତାଙ୍କ ଜନ୍ମ ଦିନରେ ଆସନ୍ତୁ ଜାଣିବା ତାଙ୍କର ଅଭିନୟ ଜୀବନ ବିଷୟରେ କିଛି ତଥ୍ୟ।

ସାରାଂଶ 

ତାରାଚନ୍ଦ୍ର ବରଯାତ୍ୟା ଓ ମହେଶ ଭଟ୍ଟଙ୍କ ନିର୍ଦ୍ଦଶନାରେ ୧୯୮୪ରେ ‘ସାରାଂଶ’ ଫିଲ୍ମ ରିଲିଜ୍‌ ହୋଇଥିଲା। ଏହି ପିଲ୍ମରେ ଅନୁପମ୍‌ ବିବି ପ୍ରଧାନ୍‌ ନାମକ ଏକ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କୁ କନ୍ଦାଇ ଦେଇଥିଲେ। ସେଥିରେ ସେ ଏତେ ଜୀବନ୍ତ  ଅଭିନୟ କରିଥିଲେ ଯେ, ଦର୍ଶକ ତାଙ୍କୁ ତାରିଫ୍‌ ନ କରି ରହିପାରି ନଥିଲେ।

କର୍ମା 

୧୯୮୬ରେ ସୁଭାସ ଘାଇଙ୍କ ଫିଲ୍ମ ‘କର୍ମା’ରେ ଅନୁପମ୍‌ ଖଳନାୟକ ଚରିତ୍ରରେ ଆସିଥିଲେ। ଫିଲ୍ମରେ ଅନୁପମ୍‌ ଡାକ୍ତର ଡଙ୍ଗ୍‌ର ଚରିତ୍ରରେ ଅଭିନୟ କରିଥିଲେ। ଦିଲ୍ଲୀପ୍‌ କୁମାର ଏବଂ ଅନିଲ୍‌ କପୁର ସେହି ଫିଲ୍ମରେ ଏପରି ଅଭିନୟ କରିଥିଲେ ଯେ, ସେହି ବର୍ଷ ଫିଲ୍ମଟି ସୁପର ହିଟ୍‌ ହୋଇଥିଲା।

ରାମ୍‌ ଲଖନ୍‌

ଅଶୋକ ଘାଇ ପ୍ରଡକ୍ସନ ଏବଂ ସୁଭାଷ ଘାଇ ନିର୍ଦ୍ଦେଶିତ ଫିଲ୍ମ ‘ରାମ୍‌ ଲଖନ’ ୧୯୮୯ ମସିହାରେ ଆସିଥିଲା। ଏହା ଏକ କମେଡିଭରା ଡ୍ରାମା ଫିଲ୍ମ ଥିଲା। ଏହି ପିଲ୍ମରେ ଅଭିନେତ୍ରୀ ମାଧୁରୀ ଦିକ୍ଷୀତ୍‌ଙ୍କ ବାପା ଦେଓଧର ଶାସ୍ତ୍ରୀ ଭୂମିକାରେ ଆସିଥିଲେ ଅନୁପମ୍‌ । ଏଥିରେ ମଧ୍ୟ ଅନୁପମ୍‌ଙ୍କୁ ଏକ ଭିନ୍ନ ରୂପରେ ଦେଖିବାକୁ ମିଳିଥିଲା।

ଡାଡ୍ଡି  

ମହେଶ ଭଟ୍ଟଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୧୯୮୯ ମସିହାରେ ରିଲିଜ୍‌ ହୋଇଥିଲା । ଏହି ଫିଲ୍ମରେ ମହେଶ ଭଟ୍ଟଙ୍କ ଝିଅ ପୂଜା ଭଟ୍ଟ ପ୍ରଥମ ଥର ପାଇଁ ତାଙ୍କ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ। ଏହି ଫିଲ୍ମରେ ଅନୁପମ୍‌ ଖେର୍‌ ଏବଂ ମନୋହର ସିଂ ମୁଖ୍ୟ ଭୂମିକାରେ ଥିଲେ। ଅନୁପମ୍‌ ଏହି ଫିଲ୍ମରେ ଆନନ୍ଦ ନାମକ ଏକ ଚରିତ୍ରରେ ଅଭିନୟ କରିଥିଲେ। ଏହି ଫିଲ୍ମରେ ଅନୁପମ୍‌ଙ୍କ ଅଭିନୟ ପାଇଁ ଜାତୀୟ ପୁରସ୍କାର  ଦିଆ ଯାଇଥିଲା।

ଲମ୍‌ହେ

୧୯୯୧ରେ ୟସ୍‌ ଚୋପ୍ରାଙ୍କ ଫିଲ୍ମ ‘ଲମ୍‌ହେ’ରେ ଅନୁପମ୍‌ କମେଡି ଚରିତ୍ରରେ ନଜର ଆସିଥିଲେ। ଏହି ପିଲ୍ମ ପାଇଁ ତାଙ୍କୁ ବେଷ୍ଟ କମେଡିଆନ୍‌ ଆକ୍ଟର ପୁରସ୍କାର ମିଳିଥିଲା।

ଦିଲ୍‌ୱାଲେ ଦୁଲ୍‌ହନିଆଁ ଲେ ଜାୟେଙ୍ଗେ

୧୯୯୫ରେ ଆସିଥିବା ସୁପର୍‌ଡୁପର୍‌ ହିଟ୍‌ ଫିଲ୍ମ ‘ଦିଲ୍‌ୱାଲେ ଦୁଲ୍‌ହନିଆଁ ଲେ ଜାୟେଙ୍ଗେ’ ଫିଲ୍ମରେ ଅନୁପମ୍‌ ଶାହାରୁଖ ଖାନ୍‌ଙ୍କ ବାପା ଭୂମିକାରେ ନଜରରେ ଆସିଥିଲେ। ଏହି ପିଲ୍ମରେ ସେ ଜବର୍‌ଦସ୍ତ କମେଡ଼ି କରି ଦର୍ଶକଙ୍କ ମନ ଜିଣିଥିଲେ।

ମୈନେ ଗାନ୍ଧି କୋ ନେହିଁ ମାରା

‘ମୈନେ ଗାନ୍ଧି କୋ ନେହିଁ ମାରା’ ଫିଲ୍ମ ୨୦୦୫ରେ ରିଲିଜ୍‌ ହୋଇଥିଲା। ଏହି ଫିଲ୍ମକୁ Jahnu Baruah ଆଉ ଅନୁପମ୍ ଖେର୍‌ ନିର୍ମାଣ କରିଥିଲେ। ଫିଲ୍ମରେ ଅନୁପମ୍ ଏବଂ ଅଭିନେତ୍ରୀ ଉର୍ମିଲା ମୁଖ୍ୟ ଭୂମିକାରେ ଆସିଥିଲେ।

ଏ ୱେଡନେସ୍‌ ଡେ’

୨୦୦୮ରେ ନିରଜ୍‌ ପାଣ୍ଡେଙ୍କ ନିର୍ଦ୍ଦେଶିତ ଏ ୱେଡନେସ୍‌ ଡେ ଫିଲ୍ମରେ ଅନୁପମ୍‌ ମୁମ୍ବାଇ ପୁଲିସ୍‌ କମିସନର୍‌ ଭୂମିକାରେ ଆସିଥିଲେ। ଏହି ଅଭିନୟ ପାଇଁ ତାଙ୍କୁ ବେଷ୍ଟ ସପୋଟିଂ ‌ଅଭିନେତା ପୁରସ୍କାର ଦିଆଯାଇଥିଲା।

ଦ ଆକ୍ସିଡେଣ୍ଟାଲ ପ୍ରାଇମ୍‌ ମିନିଷ୍ଟର୍‌

ସଞ୍ଜୟ ବାରୁଙ୍କ ବିବାଦୀୟ ପୁସ୍ତକ ‘ଦ ଆକ୍ସିଡେଣ୍ଟାଲ ପ୍ରାଇମ୍‌ ମିନିଷ୍ଟର୍‌’କୁ ନେଇ ତିଆରି ହୋଇଥିଲା ଫିଲ୍ମ ଦ ଆକ୍ସିଡେଣ୍ଟାଲ ପ୍ରାଇମ୍‌ ମିନିଷ୍ଟର୍‌। ଏଥିରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ କାର୍ଯ୍ୟଧାରାକୁ ଦର୍ଶା ଯାଇଥିଲା।ଏହି ଫିଲ୍ମରେ ଅନୁପମ୍  ମନମୋହନ ସିଂଙ୍କ ଭୂମିକାରେ ଆସିଥିଲେ।



from Odisha Reporter https://ift.tt/2TjDBSV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages