ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭୁବନଙ୍କୁ ଜେରା କଲା ଏସ୍‌ଟିଏଫ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 7, 2019

ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭୁବନଙ୍କୁ ଜେରା କଲା ଏସ୍‌ଟିଏଫ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗ୍ୟାଙ୍ଗଷ୍ଟାର ଟିଟୋ ସହ ଲିଙ୍କ ଅଭିଯୋଗରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭୁବନ ମୋହନ ଜେନା କ୍ରାଇମବ୍ରାଞ୍ଚ ସ୍ପେଶାଲ ଟାସ୍କ ଫୋର୍ସର ସମନ ପରେ ହାଜର ହୋଇଛନ୍ତି। ପାରାଦୀପରେ ଥିବା ଟିଟୋର ପେଟ୍ରୋଲ ପମ୍ପ୍ ସହ ତାଙ୍କ ଲିଙ୍କ୍ ନେଇ ଏସ୍‌ଟିଏଫ୍‌ ଏସ୍‌ପିଙ୍କ ନେତୃତ୍ୱରେ ଏକ ଟିମ୍ ତାଙ୍କୁ ପଚରାଉଚରା କରିଛି।

ସେପଟେ ଏହା ପଛରେ ରାଜନୈତିକ ଷଡ଼ଯନ୍ତ୍ର ଥିବା କହି ଭୁବନଙ୍କୁ ଏସ୍‌ଟିଏଫ୍‌ର ଜେରାକୁ ବିଜେପି ବିରୋଧ କରିଛି। ଏ ନେଇ ଦଳର କିଛି କର୍ମୀ ଆଜି ଏସ୍‌ଟିଏଫ୍‌ ଅଫିସ ସମ୍ମୁଖରେ ପ୍ରତିବାଦ କରିଥିଲେ। ସେପଟେ STFରେ ହାଜର ହେବାକୁ ନେଇ କଡ଼ା ପ୍ରତିକ୍ରିୟା ରଖିଛନ୍ତି ଉଭୟ ଭୁବନ ଓ ତାଙ୍କ ଓକିଲ ପୀତାମ୍ବର ଆଚାର୍ଯ୍ୟ।

ଏହା ପଛରେ ସଚିବାଳୟର ତୃତୀୟ ମହଲା ଓ ତାମିଲ୍‌ ଅଫିସରଙ୍କ ନିର୍ଦ୍ଦେଶ ଥିବା ସେମାନେ କହିଥିବା ବେଳେ ସେପଟେ ଟିଟୋ ଲିଙ୍କରେ ଥିବା ବିଜେଡି ନେତା, ପୁଲିସ ଅଧିକାରୀ ଓ ଯନ୍ତ୍ରୀଙ୍କୁ କାହିଁକି ଡକାଯାଇନି ବୋଲି ପ୍ରଶ୍ନ ଉଠାଇଛନ୍ତି ଭୁବନ।

ଏ ନେଇ ବିଜେଡିର କୌଣସି ପ୍ରତିକ୍ରିୟା ମିଳିପାରିନି।



from Odisha Reporter https://ift.tt/2EKvaWn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages