ଗୁଜରାଟରେ ଦ୍ୱିତୀୟ ଥର କ୍ୟାବିନେଟ୍‌ ସମ୍ପ୍ରସାରଣ, ମନ୍ତ୍ରୀ ହେଲେ ଚାୱଡ଼ା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 9, 2019

ଗୁଜରାଟରେ ଦ୍ୱିତୀୟ ଥର କ୍ୟାବିନେଟ୍‌ ସମ୍ପ୍ରସାରଣ, ମନ୍ତ୍ରୀ ହେଲେ ଚାୱଡ଼ା

ଗାନ୍ଧିନଗର: ୯ ମାସରେ ଦ୍ୱିତୀୟଥର ପାଇଁ କ୍ୟାବିନେଟ୍‌ ସମ୍ପ୍ରସାରଣ କରିଛନ୍ତି ଗୁଜରାଟ ସରକାର । ଜଣେ ବିଜେପିର ବରିଷ୍ଠ ନେତା ଏବଂ କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିବା ୨ ଜଣ ବିଧାୟକଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିଛି ।

ତେବେ ଗୁରୁବାର କଂଗ୍ରେସ ଛାଡି ଶୁକ୍ରବାର ବିଜେପିରେ ମିଶିଥିବା ବିଧାୟକଙ୍କ ଜୱାହର ଚାୱଡ଼ା ହିଁ କ୍ୟାବିନେଟ୍‌ ମନ୍ତ୍ରୀ ହୋଇପାରିଛନ୍ତି, ଅନ୍ୟ ୨ ଜଣ ରାଷ୍ଟ୍ରମନ୍ତ୍ରୀ ହୋଇଛନ୍ତି।

୩ ନୂଆ ମନ୍ତ୍ରୀଙ୍କ ସହ ରୂପାନୀ ସରକାରରେ ମନ୍ତ୍ରୀସଂଖ୍ୟା ୨୪ରେ ପହଞ୍ଚିଛି । ନୂଆ ୩ ମନ୍ତ୍ରୀଙ୍କୁ ବର୍ତ୍ତମାନ ବିଭାଗ ଦିଆଯାଇ ନାହିଁ, ଖୁବଶୀଘ୍ର ବିଭାଗ ବଣ୍ଟାଯିବ ବୋଲି ଉପ ମୁଖ୍ୟମନ୍ତ୍ରୀ ନୀତିନ ପଟେଲ କହିଛନ୍ତି ।

ଲୋକସଭା ନିର୍ବାଚନ ଆଗକୁ ଥିବା ବେଳେ କଂଗ୍ରେସ ଓବିସି ନେତା ଏବଂ ବିଧାୟକ ଅଳ୍ପେଶ ଠାକୁର ବିଜେପିରେ ମିଶିବେ ବୋଲି ଚର୍ଚ୍ଚା ହେଉଥିଲା । ହେଲେ  ଅଳ୍ପେଶ ଠାକୁର ସମସ୍ତ ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି । ଲୋକଙ୍କ ସମସ୍ୟାର ସମାଧାନ କରିବା ତାଙ୍କର ପ୍ରାଥମିକତା, ମନ୍ତ୍ରୀ ହେବା ନୁହେଁ ବୋଲି ସେ କହିଛନ୍ତି ।



from Odisha Reporter https://ift.tt/2IZg8lb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages