ଭୟଙ୍କର ସଡ଼କ ଦୁର୍ଘଟଣା, ଡ୍ରାଇଭର୍‌ ଓ ଗୋଟିଏ ପରିବାରର ୯ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 9, 2019

ଭୟଙ୍କର ସଡ଼କ ଦୁର୍ଘଟଣା, ଡ୍ରାଇଭର୍‌ ଓ ଗୋଟିଏ ପରିବାରର ୯ ମୃତ

ରାମଗଡ଼(ଝାରଖଣ୍ଡ): ଝାରଖଣ୍ଡର ରାମଗଡ଼ ସ୍ଥିତ ଏନ୍‌ଏଚ୍‌ ୩୩ରେ ଆଜି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଗୋଟିଏ ଦ୍ରୁତଗାମୀ ଟ୍ରକ୍ ଓ ଯାତ୍ରୀବାହୀ କାର୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି।

ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ୯ ଜଣ ସଦସ୍ୟ ରହିଛନ୍ତି। ସେହିପରି ଦୁର୍ଘଟଣାରେ କାର୍‌ ଚାଳକଙ୍କ ମଧ୍ୟ ମୃତ୍ୟୁ ହୋଇଛି। କାର୍‌ରେ ୩ ଜଣ ଶିଶୁ ରହିଥିଲେ। ସେମାନଙ୍କର ମଧ୍ୟ ଜୀବନ ଚାଲିଯାଇଛି। ଏମାନେ ସମସ୍ତେ ବିହାରରୁ ଏକ ଧାର୍ମିକ କାର୍ଯ୍ୟରେ ଯୋଗଦେଇ ଫେରୁଥିବା ବେଳେ କୁଜୁ ପୁଲିସ୍‌ ଷ୍ଟେସନ୍‌ ଅନ୍ତର୍ଗତ ପେନକି ଗାଁ ନିକଟରେ ଏଭଳି ଦୁର୍ଘଟଣା ଘଟିଛି।

ରାଞ୍ଚିର ହାତିଆଠାରେ ରହୁଥିବା ଗୋଟିଏ ପରିବାରର ୯ ଜଣ ସଦସ୍ୟ ବିହାରର ଆରାକୁ କାର୍‌ ଯୋଗେ ଯାଇଥିଲେ। ସେଠାରେ ପରିବାରର ଜଣେ ୪ ବର୍ଷୀୟ ଶିଶୁ ପୁତ୍ର ଚୁଟି ପକାଇଥିଲେ। ଏହାପରେ ସମସ୍ତେ ଏକ କାର୍‌ ଯୋଗେ ହାତିଆ ଫେରୁଥିଲେ। କିନ୍ତୁ ବିହାର ଓ ରାଞ୍ଚି ଏନ୍‌ଏଚ୍‌ ୩୩ରେ ଏମାନେ ଫେରୁଥିବା ବେଳେ ରାତି ୪ଟା ବେଳେ ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ।

ଏକ ଦ୍ରୁତଗାମୀ ଟ୍ରକ୍‌ ସହ କାର୍‌ଟିର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ଟ୍ରକ୍‌ଟି କାର୍‌ ଉପରେ ଚଢ଼ି ଯାଇଥିଲା। ଧକ୍କା ଏତେ ଜୋର୍‌ରେ ଲାଗିଥିଲା ଯେ ପୁଲିସ୍‌ କର୍ମଚାରୀମାନେ ଦୀର୍ଘ ୩ ଘଣ୍ଟା ପରିଶ୍ରମ କରିବା ପରେ ଯାଇ ଟ୍ରକ୍‌ ମଧ୍ୟରୁ କାର୍‌ଟିକୁ ଅଲଗା କରି ଶବ ଗୁଡ଼ିକ ବାହାର କରିଥିଲେ।



from Odisha Reporter https://ift.tt/2TCI2Y7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages