
ଥାଇଲାଣ୍ଡ: ବାହାଘରର ପରମ୍ପରା କେଉଁଠି କେମିତି ! ଭାରତୀୟ ପରମ୍ପରା ଅନୁସାରେ ବିବାହ ବେଳେ କନ୍ୟା ଘର ପକ୍ଷରୁ ବର ପକ୍ଷଙ୍କୁ ଜାନି ଯୌତୁକ ଦିଆଯାଇଥାଏ। ହେଲେ ପଡ଼ୋଶୀ ଥାଇଲାଣ୍ଡରେ ଓଲଟା ପ୍ରଥା ପ୍ରଚଳିତ। ସେଠାରେ ବିବାହ ନିମନ୍ତେ ବର ପକ୍ଷଙ୍କୁ ଯୌତୁକ ଦେବାକୁ ପଡ଼ିଥାଏ। ନଚେତ ପୁଅଟି ବିବାହ କରି ନ ପାରି ରହିଯାଏ। ହେଲେ ଏହି ପରମ୍ପରା ଯଦି କେବେ ଓଲଟି ଯାଏ ତେବେ ତାହା ହୋଇଯାଏ ଚର୍ଚ୍ଚିତ ଖବର।
ଏବେ ଥାଇଲାଣ୍ଡରେ ଏମିତି ଏକ ଘଟଣା ଘଟିଛି, ଯାହା ତାଙ୍କ ପରମ୍ପରାର ସମ୍ପୂର୍ଣ୍ଣ ଓଲଟା। ଜଣେ ଧନୀ ବୃଦ୍ଧ ବ୍ୟକ୍ତି ନିଜ ଝିଅ ବିବାହ ନିମନ୍ତେ ଖୁବ୍ ଚିନ୍ତିତ ହୋଇ ପଡିଥିଲେ। ଝିଅ ପାଇଁ ତାଙ୍କ ପସନ୍ଦର ବର ତୁରନ୍ତ ନ ମିଳିବାରୁ ସେ ବହୁ ଦିନରୁ ଚଳି ଆସୁଥିବା ପ୍ରଥା ବାହାରକୁ ଯାଇ ନେଇଛନ୍ତି ପଦକ୍ଷେପ। ସେ ତାଙ୍କ ଝିଅ ବାହାଘର ନିମନ୍ତେ ବର ପକ୍ଷଙ୍କୁ ଟଙ୍କା ଦେବାକୁ ଘୋଷଣା କରିଛନ୍ତି। ସେ ପୁଣି କମ୍ ପରିମାଣର ନୁହେଁ। ଟଙ୍କାର ପରିମାଣ ଶୁଣିଲେ, ଯେ କେହି ବି ଏ ହତଚକିତ ହୋଇ ରହିଯିବ। ଝିଅକୁ ବିବାହ କରିବାକୁ ରାଜି ହେବା ବ୍ୟକ୍ତିଙ୍କୁ ସେ ୨ କୋଟି ଦେବେ ବୋଲି ଘୋଷଣା କରିଛନ୍ତି।
ଏଥିନିମନ୍ତେ ତାଙ୍କର ସେପରି କୌଣସି ବଡ ସର୍ତ୍ତ ମଧ୍ୟ ନାହିଁ। ସର୍ତ୍ତ କେବଳ ଏତିକି ଯେ, ଇଚ୍ଛୁକ ପ୍ରାର୍ଥ କେବଳ ଲେଖାପଢା ଜାଣିଥିବେ । ବଡ ଡିଗ୍ରୀ ବା ଚାକିରୀ କରିବାର ଆବଶ୍ୟକତା ନାହିଁ। କିନ୍ତୁ ସେ ଖୁବ୍ ପରିଶ୍ରମୀ ହୋଇଥିବେ।
ଉକ୍ତ ବ୍ୟକ୍ତିଙ୍କର ବହୁ ଚାଷ ଜମି ରହିଛି। ଏହି ଚାଷଜମି କଥା ତାଙ୍କ ଝିଅ ବୁଝାବୁଝି କରିଥାନ୍ତି। ତେଣୁ ବିବାହ ପରେ ଜ୍ୱାଇଁଙ୍କୁ ମଧ୍ୟ ଏହି ସବୁ କାମରେ ସାମିଲ ହେବାକୁ ପଡ଼ିବ ବୋଲି ବୃଦ୍ଧଜଣକ କହିଛନ୍ତି।
from Odisha Reporter https://ift.tt/2EY9g3n
No comments:
Post a Comment