ବଢୁଛି ଆଲିଆଙ୍କ ଭାଉ, ବଡ଼ ଅଫର୍‌କୁ କଲେ ନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 9, 2019

ବଢୁଛି ଆଲିଆଙ୍କ ଭାଉ, ବଡ଼ ଅଫର୍‌କୁ କଲେ ନା

ମୁମ୍ୱାଇ: ବଲିଉଡ୍‌ର କ୍ୟୁଟ୍‌ ଗର୍ଲ ଆଲିଆ ଭଟ୍ଟ ବର୍ତ୍ତମାନ କୌଣସି ବଡ଼ ସେଲିବ୍ରିଟିଠାରୁ କମ୍ ନୁହଁନ୍ତି। ତାଙ୍କର ନିଖୁଣ ଅଭିନୟକୁ ସମସ୍ତେ ପ୍ରଶଂସା କରୁଛନ୍ତି । ଆଉ ସେଥିପାଇଁ ଆଲିଆଙ୍କର ଡିମାଣ୍ଡ ମଧ୍ୟ ବଢ଼ିବାକୁ ଲାଗିଛି।
ନିକଟରେ କରନ୍ ଜୋହର୍‌ଙ୍କ ଧର୍ମା ପ୍ରଡକ୍ସନ୍‌ର ବ୍ୟାନର୍‌ ତଳେ ଫିଲ୍ମ ‘କଲଙ୍କ୍‌’ ପାଇଁ ତାଙ୍କର ଫାଷ୍ଟ୍‌ ଲୁକ୍‌ ରିଲିଜ୍‌ ହୋଇଥିଲା।

ଏହା ପୂର୍ବରୁ ଡାଇରେକ୍ଟର ଅୟାନ୍‌ ମୁଖାର୍ଜୀଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ଲୋଗୋ ମଧ୍ୟ ରିଲିଜ୍‌ ହୋଇଛି। ଏହି ଦୁଇଟି ବଡ଼ ବଜେଟ୍‌ରେ ଫିଲ୍ମରେ ଆଲିଆ  ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି।
ଗତବର୍ଷ ଆଲିଆଙ୍କର ଫିଲ୍ମ ‘ରାଜି’ ବକ୍ସ ଅଫିସ୍‌ରେ ଭଲ କଲେକ୍ସନ୍‌ କରିଥିଲା ଏବଂ ଦର୍ଶକଙ୍କର ମଧ୍ୟ ବେଶ ପସନ୍ଦ ଆସିଥିଲା।
ସମସ୍ତ ଚରିତ୍ରରେ  ଆଲିଆଙ୍କୁ ସମ୍ପୂର୍ଣ୍ଣ ଭାବରେ ବୁଡ଼ି ରହିଥିବା ଦେଖିବାକୁ ମିଳିଥାଏ। ଏଥିପାଇଁ ସେ ବହୁତ ପରିଶ୍ରମ ମଧ୍ୟ କରନ୍ତି। ଏହି କାରଣରୁ ଫିଲ୍ମ ମେକର୍ସ ଓ ଡାଇରେକ୍ଟର୍ସଙ୍କ ଆଲିଆଙ୍କୁ ତାଙ୍କ ଫିଲ୍ମରେ ନେବା ପାଇଁ ଚାହିଁଥାନ୍ତି।

ତେବେ ଏହା ମଧ୍ୟରେ ଆଲିଆଙ୍କ ଭାଉ କିଛିଟା ବଢି ଯାଇଥିବା ଚର୍ଚ୍ଚା ହେଉଛି। ବକ୍ସ ଅଫିସ୍‌ରେ ସବୁଠାରୁ ଅଧିକ ଟଙ୍କା ଉପାର୍ଜନ କରୁଥିବା ପିଲ୍ମ ‘ବାହୁବଳୀ ୨’ର ଡାଇରେକ୍ଟର ଏସ୍‌ଏମ୍‌ ରାଜାମୌଲୀ  ତାଙ୍କର ଏକ ଫିଲ୍ମ ପାଇଁ ଆଲିଆଙ୍କୁ ନେବାକୁ ଚାହୁଁଛନ୍ତି। କିନ୍ତୁ ଆଲିଆ ଏହି ପିଲ୍ମ ପାଇଁ ମନା କରି ଦେଇଛନ୍ତି।

ଏସ୍‌ଏମ୍‌ ରାଜାମୌଲୀ ବର୍ତ୍ତମାନ ‘RRR’ ଫିଲ୍ମ ପାଇଁ କାମ କରୁଛନ୍ତି ଏବଂ ଏହି ଫିଲ୍ମ ପାଇଁ ସେ ଫିମେଲ୍‌ ଲିଡ୍‌ ଖୋଜୁଛନ୍ତି। ଏହି ଫିଲ୍ମଟି ରାଜାମୌଲୀଙ୍କର ହାଇ ବଜେଟ୍‌ ଫିଲ୍ମ। ଯେଉଁଥିରେ ଜୁନିୟର୍‌ ଏନ୍‌ଟିଆର୍‌ ଓ ରାମଚରଣ ତେଜା ମୁଖ୍ୟ ଚରିତ୍ରରେ ରହିଛନ୍ତି।

ରିପୋର୍ଟ ଅନୁସାରେ,  ରାଜମୌଲୀ ଫିମେଲ୍‌ ଲିଡ୍‌ରେ ଆଲିଆ ଭଟ୍ଟ ଓ ପରିଣୀତି ଚୋପ୍ରାଙ୍କୁ ନେବାକୁ ଚାହୁଁଥିଲେ। କିନ୍ତୁ  ଫିଲ୍ମ ପାଇଁ ଆଲିଆଙ୍କ  ଡିମାଣ୍ଡ ଥିଲା ଅଧିକ। ଅବଶ୍ୟ
ଅଧିକ ଫିସ୍‌ ଡିମାଣ୍ଡ ସତ୍ତ୍ୱେ ରାଜମୌଲୀ ଆଲଆଙ୍କ ପ୍ରସ୍ତାବରେ ରାଜି ହୋଇ ଯାଇଥିଲେ। କିନ୍ତୁ ଫିଲ୍ମ ‘କଲଙ୍କ’ ଓ ‘ବ୍ରହ୍ମାସ୍ତ୍ର’ର ସୁଟିଂରେ ବ୍ୟସ୍ତ ଥିବା ଯୋଗୁ ଆଲିଆ ଏହି ଅଫର୍‌କୁ ମନା କରି ଦେଇଛନ୍ତି।



from Odisha Reporter https://ift.tt/2NQujry

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages