ଗରିବଙ୍କୁ ବାର୍ଷିକ ୭୨ ହଜାର ଟଙ୍କା ସହାୟତା ଦେବାକୁ କଂଗ୍ରେସର ପ୍ରତିଶ୍ରୁତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 25, 2019

ଗରିବଙ୍କୁ ବାର୍ଷିକ ୭୨ ହଜାର ଟଙ୍କା ସହାୟତା ଦେବାକୁ କଂଗ୍ରେସର ପ୍ରତିଶ୍ରୁତି

ନୂଆଦିଲ୍ଲୀ: ଆସନ୍ତା ସାଧାରଣ ନିର୍ବାଚନରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ରାଜନୀତିକ ଦଳଗୁଡ଼ିକ ପକ୍ଷରୁ ପ୍ରତିଶ୍ରୁତି ପର୍ବ ଆରମ୍ଭ ହୋଇଯାଇଛି। ଏହିକ୍ରମରେ ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଭୋଟରଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ ବଡ଼ ଘୋଷଣା କରିଛନ୍ତି।

ସେ କହିଛନ୍ତି, କଂଗ୍ରେସ କ୍ଷମତାକୁ ଫେରିଲେ ଦେଶର ୨୦% ଅତି ଗରିବ ପରିବାରକୁ ବାର୍ଷିକ ୭୨ ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା ରାଶି ଯୋଗାଇ ଦିଆଯିବ। ନ୍ୟୂନତମ ଆୟ ଯୋଜନା(ଏନ୍‌ୱାଇଏୱାଇ) ଅଧୀନରେ ଏହି ଅର୍ଥ ଦିଆଯିବ ବୋଲି ରାହୁଲ କହିଛନ୍ତି।

ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇ ରାହୁଲ କହିଛନ୍ତି, “ଆମ ଦଳ ଦେଶର ଗରିବ ଲୋକଙ୍କ ସର୍ବନିମ୍ନ ଆୟକୁ ସୁନିଶ୍ଚିତ କରିବାକୁ ପ୍ରତିଶ୍ରୁତିବଦ୍ଧ। ସବୁଠୁ ଗରିବ ପରିବାର ଯେମିତି ମାସକୁ ୧୨ ହଜାର ଟଙ୍କା ପାଇପାରିବ, ତା’ର ସବୁ ବ୍ୟବସ୍ଥା ଦଳ କରିବ।

ଏଭଳି ଆର୍ଥିକ ସହାୟତା ପାଇଁ କଂଗ୍ରେସ ଯେଉଁ ଯୋଜନା ପ୍ରଣୟନ କରିବ, ତା’ହା ଦେଶର ୫ କୋଟି ପରିବାରର ୨୫ କୋଟି ଲୋକଙ୍କୁ ଫାଇଦା ଦେବ।”

ସେ କହିଛନ୍ତି, “ଲୋକମାନେ ଦୀର୍ଘ ୫ ବର୍ଷ ହେଲା ନିର୍ଯାତିତ ହୋଇ ଆସୁଛନ୍ତି। ଏବେ କଂଗ୍ରେସ ସେମାନଙ୍କୁ ନ୍ୟାୟ ଦେବାକୁ ଚେଷ୍ଟା କରିବ। ଆମେ ପୂର୍ବରୁ କ୍ଷମତାରେ ଥିବା ବେଳେ ଏମ୍‌ଜିନରେଗା ଯୋଜନା କାର୍ଯ୍ୟକାରୀ କରିଥିଲୁ। ତେଣୁ ଏହି ଯୋଜନାକୁ ମଧ୍ୟ ଆମେ କାର୍ଯ୍ୟକାରୀ କରିବୁ। ଏହି ଯୋଜନା ଅଧୀନରେ ଗୋଟିଏ ପରିବାରକୁ ୧୨ ହଜାର ଟଙ୍କା ସହାୟତା ପାଇଁ ବ୍ୟବସ୍ଥା କରାଯିବ। ଯଦି କେହି ମାସକୁ ୧୨ ହଜାର ଟଙ୍କା ରୋଜଗାର କରିପାରୁନାହିଁ, ତା’ହେଲେ କଂଗ୍ରେସ ବାକି ଅର୍ଥ ସେମାନଙ୍କୁ ଦେବ। ନ୍ୟୂନତମ ଆୟ ଯୋଜନା(ଏନ୍‌ୱାଇଏୱାଇ) ଅଧୀନରେ ଗରିବ ଲୋକଙ୍କ ଆକାଉଣ୍ଟକୁ ସିଧାସଳଖ ଏହି ଅର୍ଥ ପ୍ରଦାନ କରାଯିବ। ଆମେ ଦୀର୍ଘ ୪ରୁ ୫ ମାସ ହେଲା, ଏହି ଯୋଜନା ସମ୍ପର୍କରେ ମାନସମନ୍ଥନ କରିଥିଲୁ। ଏବେ ଏ ସମ୍ପର୍କରେ ଘୋଷଣା କରୁଛୁ।”



from Odisha Reporter https://ift.tt/2FxNbcm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages