ସିଇଓଙ୍କ କାନ୍ଧରେ ବନ୍ଧୁକ ରଖି ଚାଷୀଙ୍କୁ ଠକୁଛନ୍ତି ନବୀନ: ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 30, 2019

ସିଇଓଙ୍କ କାନ୍ଧରେ ବନ୍ଧୁକ ରଖି ଚାଷୀଙ୍କୁ ଠକୁଛନ୍ତି ନବୀନ: ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କାଳିଆ ଯୋଜନାରେ ଚାଷୀଙ୍କ ତାଲିକା ନଦେଇ ଯୋଜନା ବନ୍ଦ ହେବାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ କାନ୍ଧରେ ବନ୍ଧୁକ ରଖି ଚାଷୀଙ୍କୁ ଠକୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ଗତକାଲି ସିଇଓଙ୍କ ଅଫିସ ପକ୍ଷରୁ କାଳିଆ ଯୋଜନାକୁ ନେଇ ଏକ ପ୍ରେସ୍ ରିଲିଜ ଜାରି ହେବାପରେ ତାକୁ ନେଇ ବିଜେପି ଆଜି ଉଭୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଉପରେ ବର୍ଷିଛି।

ବିଜେପି ରାଜ୍ୟ ସମ୍ପାଦକ ଡଃ ଲେଖାଶ୍ରୀ ସାମନ୍ତସିଂହାର ଆଜି ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ‘କାଳିଆ’ ଯୋଜନା ବନ୍ଦ ହେବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ସରକାର କାଳିଆ ଯୋଜନାରେ ହିତାଧିକାରୀଙ୍କ ତାଲିକା ନଦେବା କାରଣରୁ ମୁଖ୍ୟ ନିର୍ବାଚନ ଅଧିକାରୀ ଏହି ଯୋଜନାରେ ଅର୍ଥ ବାଣ୍ଟିବା ବନ୍ଦ କରିଥିଲେ। ମୁଖ୍ୟ ନିର୍ବାଚନ ଅଧିକାରୀ କାଳିଆ ଯୋଜନାକୁ ବନ୍ଦ କରିବାପରେ ବିଜେପିର ଚାପରେ ଏହା ବନ୍ଦ କରାଯାଇଛି ବୋଲି ବିଜେଡି ଆପେକ୍ଷ କରିଥିଲା।

ଏହାପରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଅସ୍ୱାଭାବିକ ଭାବେ ନିରବ ରହିଥିଲେ ଏବଂ ବିଜେଡି ଯାହା କହୁଛି ତାହାକୁ ସମର୍ଥନ କରିଥିଲେ। କାଳିଆ ଯୋଜନା କାହିଁକି ବନ୍ଦ କରାଗଲା ସେ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେପି ପ୍ରଶ୍ନ ପଚାରିଥିଲା। କିନ୍ତୁ ମୁଖ୍ୟ ନିର୍ବାଚନ ଅଧିକାରୀ କହିଥିଲେ ଯେ, ଏଥିପାଇଁ କୌଣସି ବଜେଟ୍ ପ୍ରସ୍ତୁତ ହୋଇନାହିଁ। ହିତାଧିକାରୀଙ୍କ ଚୂଡ଼ାନ୍ତ ତାଲିକା ନାହିାଁ ଏହି ତାଲିକା ୱେବସାଇଟରେ ତଥା ପବ୍ଲିକ୍ ଡୋମେନରେ ରଖାଯାଇନାହିଁ। ବଜେଟ ଆବଣ୍ଟନ ହୋଇନି କି ହିତାଧିକାରୀ ତାଲିକା ବି ନାହିଁ। ଏପରିସ୍ଥିତିରେ କାଳିଆ ଯୋଜନାର ପ୍ରଚାର ଗାଡ଼ି କିପରି ବୁଲୁଛି ? ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କଲାପରେ ବି କାଳିଆ ପ୍ରଚାର ବନ୍ଦ ହେଉନାହିଁ। ନବୀନ ବାବୁ ଚାଷୀଙ୍କୁ ଠକିଲା ପରେ ଏବେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାନ୍ଧରେ ବନ୍ଧୁକ ରଖି ଗୁଳି ମାରୁଛନ୍ତି ବୋଲି ଶ୍ରୀମତୀ ସାମନ୍ତସିଂହାର କହିଛନ୍ତି।

ଗତକାଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କାଳିଆ ଯୋଜନା ଉପରେ ଏକ ପ୍ରେସ ଇସ୍ତାହାର ପ୍ରକାଶ କରିଥିଲେ। ପ୍ରଥମେ ରାଜ୍ୟ ସରକାର କହିଥିଲେ ଏପ୍ରିଲ ୧ ତାରିଖରେ କାଳିଆର ଆଗାମୀ କିସ୍ତି ଚାଷୀମାନଙ୍କୁ ଦିଆଯିବ। ପରବର୍ତ୍ତୀ କାଳରେ ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ ଏହାକୁ ରୋକିଥିଲେ। କିନ୍ତୁ ବିଜେଡି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହୋଇ ବିଜେପିର ରାଜନୀତି ଚାପରେ ଏପରି ହୋଇଛି ବୋଲି ଅଭିଯୋଗ କରିଥିଲା। କାଳିଆ ଯୋଜନାକୁ ନେଇ ବିଜେଡିର ମିଛ ପ୍ରହେଳିକା ପଦାରେ ପଡ଼ିଛି ବୋଲି ଡ. ସାମନ୍ତସିଂହାର କହିଛନ୍ତି। ଚାଷୀକୂଳ ପ୍ରତି ବିଜେଡିର ଏଭଳି ପ୍ରତାରଣକୁ ଆଗାମୀ ଦିନରେ ଓଡ଼ିଶାବାସୀ ଉଚିତ୍ ଜବାବ ଦେବେ ବୋଲି କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି କୃଷକ ମୋର୍ଚ୍ଚାର ସାଧାରଣ ସଂପାଦକ ସୁରଥ ବିଶ୍ୱାଳ ଉପସ୍ଥିତ ଥିଲେ।



from Odisha Reporter https://ift.tt/2YDGYms

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages