ମୁମ୍ବାଇକୁ ୮ ୱିକେଟରେ ହରାଇଲା ପଞ୍ଜାବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 30, 2019

ମୁମ୍ବାଇକୁ ୮ ୱିକେଟରେ ହରାଇଲା ପଞ୍ଜାବ

ଚଣ୍ଡିଗଡ଼: ଲୋକେଶ ରାହୁଲ (୭୧)ଙ୍କ ଅର୍ଦ୍ଧଶତକ ସାଙ୍ଗକୁ କ୍ରିସ ଗେଲ (୪୦) ଓ ମୟଙ୍କ ଅଗ୍ରୱାଲ (୪୩)ଙ୍କ ବିସ୍ଫୋରକ ବ୍ୟାଟିଂକୁ ଆଧାର କିଙ୍ଗସ ଇଲେଭେନ୍ ପଞ୍ଜାବ ଏଠାରେ ଅନୁଷ୍ଠିତ ଆଇପିଏଲର ନବମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ୮ ୱିକେଟରେ ପରାସ୍ତ କରି ବିଜୟଧାରାକୁ ଫେରିଛି।

ମୋହାଲିର ପଞ୍ଜାବ କ୍ରିକେଟ ଆସୋସିଏସନ ଆଇଏସ ବିନ୍ଦ୍ରା ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୭୬ ରନ୍ କରିଥିଲା। ଦଳ ପକ୍ଷରୁ କ୍ୱିଣ୍ଟନ୍ ଡି’କକ ସର୍ବାଧିକ ୬୦ (୩୯ ବଲ, ୬ ଚୌକା, ୨ ଛକା) ରନ୍ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ବଡ଼ ସ୍କୋର କରିପାରିନଥିଲେ।

ଜବାବରେ ପଞ୍ଜାବ ୧୮.୪ ଓଭରରେ ୨ ୱିକେଟ ହରାଇ ୧୭୭ ରନ୍ କରି ବିଜୟୀ ହୋଇଛି। ପଞ୍ଜାବ ପକ୍ଷରୁ ରାହୁଲ ସର୍ବାଧିକ ୭୧ (୫୭ ବଲ, ୬ ଚୌକା, ୧ ଛକା) ରନ୍ କରି ମ୍ୟାନ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି । ୧୭୭ ରନର ବିଜୟ ଲକ୍ଷ୍ୟର ପିଛା କରୁଥିବା ପଞ୍ଜାବକୁ ଗେଲ୍ ଦମଦାର ଷ୍ଟାର୍ଟ ଦେଇଥିଲେ।

ଗେଲ ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରିଥିବା ବେଳେ ରାହୁଲ ଧିମା ବ୍ୟାଟିଂ କରିଥିଲେ, ଯେଉଁ ଦଳ ୬.୫ ଓଭରରେ ୫୦ ରନ ପୂରଣ କରିଥିଲା। ଦଳର ସ୍କୋର ୫୩ ଥିବା ବେଳେ ଗେଲଙ୍କୁ କୃନାଲ ପାଣ୍ଡ୍ୟା ଆଉଟ କରିଥିଲେ। ଗେଲ୍ ନିଜର ଇନିଂସରେ ୨୪ ବଲରେ ୩ ଚୌକା ଓ ୪ ଛକା ମାରିଥିଲେ। ତାଙ୍କ ସ୍ଥାନରେ ଆସିଥିବା ମୟଙ୍କ ମଧ୍ୟ ମୁମ୍ବାଇ ବୋଲରଙ୍କୁ ଆକ୍ରମଣ କରିଥିଲେ। ରାହୁଲ ଓ ମୟଙ୍କ ଦ୍ୱିତୀୟ ୱିକେଟ ପାଇଁ ୬୪ ରନ୍ ଯୋଡ଼ି ଦଳକୁ ଭଲ ସ୍ଥିତିରେ ପହଞ୍ଚାଇଥିଲେ।

ମୟଙ୍କ ୨୧ ବଲରେ ୪ ଚୌକା ଓ ୨ ଛକା ସହ ୪୧ ରନ କରି କୃନାଲଙ୍କ ଶିକାର ହୋଇଥିଲେ। ମୟଙ୍କଙ୍କ ଆଉଟ୍ ପରେ ରାହୁଲ ନିଜର ଚିରାଚରିତ ଢ଼ଙ୍ଗରେ ବ୍ୟାଟିଂ କରିଥିଲେ। ଏହି ସମୟରେ ତାଙ୍କୁ ଡେଭିଡ୍ ମିଲର ଭରପୂର ସହଯୋଗ କରିଥିଲେ। ଦୁହେଁ ତୃତୀୟ ୱିକେଟ ପାଇଁ ଅପରାଜିତ ୬୦ ରନର ପାର୍ଟନରଶିପ୍ କରି ଦଳକୁ ବିଜୟୀ କରାଇଥିଲେ। ରାହୁଲ ୪୫ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିବା ବେଳେ ମିଲର ୧୫ ରନ୍ କରି ଅପରାଜିତ ଥିଲେ। ମୁମ୍ବାଇ ପକ୍ଷରୁ କୃନାଲ ୨ଟି ଯାକ ୱିକେଟ ନେଇଥିଲେ।

ପୂର୍ବରୁ ପଞ୍ଜାବ ଅଧିନାୟକ ରବିଚନ୍ଦ୍ରନ ଅଶ୍ୱିନ୍ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ମୁମ୍ବାଇ ଇଣ୍ଡିଆନ୍ସକୁ ଭଲ ଷ୍ଟାର୍ଟ ଦେଇଥିଲେ ଦୁଇ ଓପ୍ନର ଡି’କକ୍ ଓ ରୋହିତ ଶର୍ମା। ଦୁହେଁ ପ୍ରଥମ ୱିକେଟ ପାଇଁ ୫୧ ରନ୍ ଯୋଡ଼ିଥିଲେ। ରୋହିତ ୧୮ ବଲରେ ୫ ଚୌକା ସହ ୩୨ ରନ୍ କରି ହାର୍ଡସ ଭିଲଜୋଏନଙ୍କ ଦ୍ୱାରା ଏଲବିଡବ୍ଲ୍ୟୁ ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ସୂର୍ଯ୍ୟକୁମାର ଯାଦବ (୧୧)ଙ୍କୁ ମୁରୁଗାନ ଅଶ୍ୱିନ୍ ପ୍ୟାଭିଲିୟନ ପଠାଇଥିଲେ।

ତେବେ ଡି’କକ୍ ଓ ଯୁବରାଜ ସିଂହ ଭଲ ବ୍ୟାଟିଂ କରି ଦଳର ସ୍କୋରକୁ ୧୦୦ ଅତିକ୍ରମ କରାଇଥିଲେ। ଡି’କକ ୩୫ ବଲରେ ଅର୍ଦ୍ଧଶତକ ମାରିଥିଲେ ହେଁ, ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ। ଦଳର ସ୍କୋର ୧୨୦ ଥିବା ବେଳେ ଡି’କକଙ୍କୁ ମହମ୍ମଦ ଶାମି ଏଲବିଡବ୍ଲ୍ୟୁ କରିଥିଲେ। ଏହା ପରେ ଯୁବରାଜ (୧୮)ଙ୍କୁ ଆଉଟ କରି ମୁରୁଗାନ ଅଶ୍ୱିନ୍ ମୁମ୍ବାଇକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ। କାଇରନ ପୋଲାର୍ଡ (୭) ପୁଣିଥରେ ନିରାଶ କରିଥିଲେ।

ତେବେ ହାର୍ଦ୍ଦିକ ପାଣ୍ଡ୍ୟା ଦ୍ରୁତ ୩୧ (୧୯ ବଲ, ୩ ଚୌକା, ୧ ଛକା) ରନ୍ କରି ଦଳକୁ ୧୭୬ ରନର ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କୃନାଲ ପାଣ୍ଡ୍ୟା ୧୦ ରନ୍ କରି ଆଉଟ ହୋଇଥିଲେ। ପଞ୍ଜାବ ପକ୍ଷରୁ ଶାମି, ଭିଲଜୋଏନ ଓ ମୁରୁଗାନ ଅଶ୍ୱିନ୍ ୨ଟି ଲେଖାଏ ୱିକେଟ ହାସଲ କରିଥିଲେ।



from Odisha Reporter https://ift.tt/2FJDHcG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages