ନିର୍ବାଚନ ପାଇଁ ଘୁଞ୍ଚିଲା ଜେଇଇ ଆଡ୍‌ଭାନ୍ସଡ୍ ୨୦୧୯ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 19, 2019

ନିର୍ବାଚନ ପାଇଁ ଘୁଞ୍ଚିଲା ଜେଇଇ ଆଡ୍‌ଭାନ୍ସଡ୍ ୨୦୧୯

ନୂଆଦିଲ୍ଲୀ:ଜଏଣ୍ଟ ଏଣ୍ଟ୍ରାନ୍ସ ଏକ୍ଜାମ୍ (ଜେଇଇ) ଆଡ୍‌ଭାନ୍ସଡ୍ ୨୦୧୯ ପରୀକ୍ଷାକୁ ମେ’ ମାସ ୨୭ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଆଇଆଇଟି ଆଡମିଶନ୍ ଉଦ୍ଦିଷ୍ଟ ଏହି ପରୀକ୍ଷା ପୂର୍ବରୁ ମେ ମାସ ୧୯ ତାରିଖରେ ହେବାକୁ ଥିଲା। ବର୍ତ୍ତମାନ ତାରିଖ ପରିବର୍ତ୍ତନ ନେଇ jeeadv.ac.inରେ ସୂଚନା ଦିଆଯାଇଛି। ଏହି ପରୀକ୍ଷାର ଆୟୋଜକ ଆଇଆଟି ରୁର୍କି ପକ୍ଷରୁ କୁହାଯାଇଛି, ଆଗାମୀ ଲୋକସଭା ନିର୍ବାଚନ କାରଣରୁ ଏହାକୁ ଘୁଞ୍ଚାଇଦିଆଯାଇଛି।

ଜେଇଇ ଆଡ୍ଭାନ୍ସଡର ନୋଟିସ୍‌ରେ କୁହାଯାଇଛି, “୨୦୧୯ ଜେଇଇ (ଆଡ୍‌ଭାନ୍ସଡ୍) ଅନୁଷ୍ଠିତ ହେବା ସମୟରେ ହିଁ ସାଧାରଣ ନିର୍ବାଚନର ଶେଷ ପର୍ଯ୍ୟାୟ  ଭୋଟ୍‌ ଗ୍ରହଣ ଥିବା ଉପରେ ଦୃଷ୍ଟି ରଖି ଏହି ପରୀକ୍ଷା ଆସନ୍ତା ମେ’ ମାସ ୨୭ ତାରିଖକୁ ଘୁଞ୍ଚାଇଦିଆଯାଇଛି। ଏହି ପରୀକ୍ଷା ଉଭୟ ଭାରତ ଏବଂ ବିଦେଶରେ ସୋମବାର ହିଁ ଏକା ସମୟରେ ଅନୁଷ୍ଠିତ ହେବ।”

ନିର୍ଦ୍ଧାରିତ ସମୟସୂଚୀ ଅନୁଯାୟୀ, ଏହି ପରୀକ୍ଷାର ପେପର୍ ୧ ସକାଳ ୯ରୁ ୧୨ ଯାଏ ଏବଂ ପେପର ୨ ଦିନ ୨ଟାରୁ ୫ ଟା ଯାଏ ଅନୁଷ୍ଠିତ ହେବ। ଜେଇଇ ମେନ୍‌ରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନେ ଏହି ପରୀକ୍ଷା ଦେଉଛନ୍ତି। ଏଥିରେ ସଫଳ ଛାତ୍ରଛାତ୍ରୀମାନେ ସମସ୍ତ ଆଇଆଇଟିର ବ୍ୟାଚଲର, ଇଣ୍ଟିଗ୍ରେଟେଡ୍‌ ମାଷ୍ଟର୍ସ ଏବଂ ଡୁଆଲ ଡିଗ୍ରୀ ଆଦି ପାଠ୍ୟକ୍ରମରେ ଆଡମିଶନ୍‌ ନେଇପାରିବେ। ପୂର୍ବ ଭଳି ଏହା କମ୍ପ୍ୟୁଟର ମୋଡ୍‌ରେ ହିଁ ଅନୁଷ୍ଠିତ ହେବ।

ଚଳିତବର୍ଷଠାରୁ ପ୍ରଥମ ଥର ପାଇଁ ଏହି ପରୀକ୍ଷାର ପରିଚାଳନା କରୁଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ କୁହାଯାଇଛି, ଏପ୍ରିଲ ମାସରେ ହେବାକୁ ଥିବା ଜେଇଇ ମେନ୍‌ ପରୀକ୍ଷା ପାଇଁ ଆସନ୍ତା ମାର୍ଚ୍ଚ ୨୦ ଅର୍ଥାତ ବୁଧବାରଠାରୁ ଆଡ୍‌ମିଟ୍‌ କାର୍ଡ ଉପଲବ୍ଧ ହେବ।



from Odisha Reporter https://ift.tt/2HtDzRX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages