ଦୁର୍ଯ୍ୟୋଧନଙ୍କ ମନ୍ଦିର ଯେଉଁଠି ଭୋଗହୁଏ ୧୦୧ ଓଲ୍ଡ ମଙ୍କ ରମ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 19, 2019

ଦୁର୍ଯ୍ୟୋଧନଙ୍କ ମନ୍ଦିର ଯେଉଁଠି ଭୋଗହୁଏ ୧୦୧ ଓଲ୍ଡ ମଙ୍କ ରମ୍‌

ତିରୁଅନନ୍ତପୁରମ୍‌: ଏମିତି ଏକ ମନ୍ଦିର ଯେଉଁ ମନ୍ଦିରରେ ଲାଗି ହୁଏ ୧୦୧ ଓଲ୍ଡ ମଙ୍କ ରମ୍‌ ଏବଂ ଅନ୍ୟାନ୍ୟ ବିଦେଶୀ ମଦ ଭୋଗ। ଆଉ ହୁଏତ ଏଭଳି ଭୋଗ ଲାଗି ହେବାରେ ଏହା ଶେଷତମ ମନ୍ଦିର। ତେବେ ଏହି ମନ୍ଦିରର ଆରାଧ୍ୟ କୌରବ ରାଜା ଦୁର୍ଯ୍ୟୋଧନର ମଦ ପ୍ରିୟ ହୋଇଥିବାରୁ ନିକଟ ଭବିଷ୍ୟତରେ ଏହା ବନ୍ଦ ହେବାପରି ମନେ ହେଉନାହିଁ। ଏଭଳି ମନ୍ଦିର କେରଳର କୋଲ୍ଲମ୍‌ ଅଞ୍ଚଳର ମାଲାନାଡାରେ ଏହି ମନ୍ଦିର ଅଛି।

ଏହି ମନ୍ଦିରରେ ପତାକା ଲାଗିବା ପରେ ଏହି ମଦ ଭୋଗ ଲାଗିଥାଏ। ଗତ ଶୁକ୍ରବାରଦିନ ଜଣେ ଶ୍ରଦ୍ଧାଳୁ ୧୦୧ ଓଲ୍ଡ ମଙ୍କ ଭୋଗ ଚଢ଼ାଇଥିଲେ। ଏହା ଦକ୍ଷିଣ ଭାରତର ଏକମାତ୍ର ଦୁର୍ଯ୍ୟୋଧନ ମନ୍ଦିର। କିମ୍ବଦନ୍ତୀ ଅନୁଯାୟୀ ଦୁର୍ଯ୍ୟୋଧନ ଥରେ ଏହି ଗାଁକୁ ଆସିଥିଲା ଏବଂ ଶୋଷରେ ଥିଲା। ସେ ଗୋଟିଏ ଘରେ ପାଣି ମାଗିବାରୁ ତାକୁ ତାଡ଼ି ପିଇବାକୁ ଦିଆଯାଇଥିଲା। ଏଥିରେ ସେ ଖୁସି ହୋଇଯାଇଥିଲା। ପ୍ରଥମେ ତାଡ଼ି ଏବଂ ଦେଶୀ ମଦ ଦିଆଯାଉଥିଲେ ମଧ୍ୟ ପରେ ଏହା ବିଦେଶୀକୁ ପରିବର୍ତ୍ତିତ ହୋଇଛି।

ମନ୍ଦିରର ପରିଚାଳନା କମିଟି ସମ୍ପାଦକ ଏସ୍‌ବି ଜଗଦୀଶଙ୍କ କହିବା ଅନୁଯାୟୀ, ଯଦିଓ ଏତେ ପରିମାଣର ବିଦେଶୀ ମଦ ସବୁସମୟରେ ଲାଗେନି, କିନ୍ତୁ ମଦ ଭୋଗ ନିୟମିତ ଲାଗି ହୁଏ। ଏହା ପୂର୍ବରୁ ଆରାକ୍‌ ନାମକୁ ଏକ ମଦ ଲାଗି ହେଉଥିଲା। ଏହା ମୁଖ୍ୟତଃ ନଡ଼ିଆ ଗଛର ଫୁଲ ବା ଆଖୁ ରସ ସହ ବିଭିନ୍ନ ଫଳ ମିଶାଇ ପ୍ରସ୍ତୁତ ହେଉଥିବା ଏକ ମଦ। ଏହା ଦକ୍ଷିଣ ଭାରତ ଏବଂ ଶ୍ରୀଲାଙ୍କାରେ ପ୍ରଚଳିତ ଥିଲା। ଏବେ ଏହାର ସେବନ ଉପରେ କଟକଣା ପରେ ବିଦେଶୀ ମଦ ଭୋଗ ଲାଗୁଛି। ଏଠାରେ ମଦ ବ୍ୟତୀତ ପାନ, ଚିକେନ୍, ଛେଳି ଏବଂ ସିଲ୍କ କପଡ଼ା ପ୍ରଭୃତି ଲାଗି ହୁଏ।

ବିଭିନ୍ନ ଧର୍ମ ଏବଂ ବିଭିନ୍ନ ଜାତିର ଲୋକେ ଏହି ମନ୍ଦିରକୁ ଆସନ୍ତି ଏବଂ ଦୁର୍ଯ୍ୟଧନପଙ୍କୁ ଶ୍ରଦ୍ଧାରେ ‘ଆପ୍ପୋପ୍ପାନ୍’ ବୋଲି ସମ୍ବୋଧନ କରନ୍ତି।

ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ, ସ୍ଥାନୀୟ ବାସିନ୍ଦା ବିଦେଶରୁ ଫେରିବା ସମୟରେ ବିଦେଶୀ ମଦ ଅର୍ପଣ କରିବା ପରେ ଏହି ବିଦେଶୀ ମଦ ପ୍ରଥା ଆରମ୍ଭ ହୋଇଛି। ଏହା ମନ୍ଦିର ପରିସରରେ ହିଁ ନିଲାମ ହୋଇଯାଏ। ତେବେ ଏହି ପରମ୍ପରାକୁ ନେଇ ମନ୍ଦିର କର୍ତ୍ତୃପକ୍ଷ ସବୁ ସମୟରେ ଅଡ଼ୁଆ ସ୍ଥିତିରେ ଥାଆନ୍ତି।

ଏଠାରେ ପୂର୍ବରୁ ଆତସବାଜି ମଧ୍ୟ ହେଉଥିଲା। କିନ୍ତୁ ୧୯୯୦ରେ ଏପରି ଉତ୍ସବରେ ଦୁର୍ଘଟଣା ଘଟିବାରୁ ୨୬ ଜଣଙ୍କ ଜୀବନ ଯିବାପରେ ଏହାକୁ ବନ୍ଦ କରାଯାଇଛି। ତେବେ ଦକ୍ଷିଣ ଭାରତରେ କନ୍ନୁରଠାରେ ପରସିନିକାଦାଭୁ ମୁଥାପ୍ପାନ୍‌ ମନ୍ଦିରରେ ପୂର୍ବରୁ ମଦ ଲାଗି ହେଉଥିଲେ ମଧ୍ୟ ଏବେ କେବଳ ତାଡ଼ି ଲାଗି ହେଉଛି। ଅନ୍ୟ ସମସ୍ତ ମନ୍ଦିର ସାତ୍ତ୍ୱିକ ବ୍ରାହ୍ମଣ ତତ୍ତ୍ୱରେ ବିଶ୍ୱାସ କରୁଥିବାବେଳେ ଏଠାରେ ତାମସିକ ନୀତିରେ ପୂଜା ହୁଏ।



from Odisha Reporter https://ift.tt/2ULwAa4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages