୫୦୦ ଅତିରିକ୍ତ ଷ୍ଟପେଜ୍‌କୁ ରେଳ ମନ୍ତ୍ରଣାଳୟର ମଞ୍ଜୁରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 5, 2019

୫୦୦ ଅତିରିକ୍ତ ଷ୍ଟପେଜ୍‌କୁ ରେଳ ମନ୍ତ୍ରଣାଳୟର ମଞ୍ଜୁରୀ

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଦେଶରେ ଆଉ ଅତିରିକ୍ତ ୫୦୦ ଷ୍ଟପେଜ୍‌ ପାଇଁ ରେଳ ମନ୍ତ୍ରଣାଳୟ ମଞ୍ଜୁରୀ ପ୍ରଦାନ କରିଛି। ସୂଚନା ଅନୁସାରେ ନିଜ ସଂସଦୀୟ କ୍ଷେତ୍ରରେ ରେଳ ଷ୍ଟପେଜ୍ ସଂଖ୍ୟା ବୃଦ୍ଧି କରିବା ପାଇଁ ସାଂସଦମାନଙ୍କ ଅନୁରୋଧ କ୍ରମେ ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ନେଇଛି।

ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ଏହାକୁ ସ୍ପଷ୍ଟ କରି କହିଛନ୍ତି, ଏହା ଏକ ନିୟମିତ ପ୍ରକ୍ରିୟା। ବିଜ୍ଞାନ ସମ୍ବନ୍ଧୀୟ ପରୀକ୍ଷା ନିରୀକ୍ଷା ପରେ ସାଂସଦମାନଙ୍କ ଅନୁରୋଧ କ୍ରମେ ରେଳ ଷ୍ଟପେଜ୍ ସଂଖ୍ୟା ବୃଦ୍ଧି କରାଯାଇଥାଏ। ୨୦୧୩-୧୪ରେ ଉପା ସରକାର ସମୟରେ ୯୦୦ ରେଳ ଷ୍ଟପେଜକୁ ମଞ୍ଜୁରୀ ମିଳିଥିବା ବେଳେ ୨୦୦୯ ରୁ ୨୦୧୪ ମଧ୍ୟରେ ମୋଟ ୨,୦୭୨ ଷ୍ଟପେଜ୍‌କୁ ମଞ୍ଜୁରୀ ମିଳିଥିଲା।

ବର୍ତ୍ତମାନ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଖୁବ୍ କମ୍ ଦିନ ମଧ୍ୟରେ ନିର୍ବାଚନ ଅଚରଣ ବିଧି ଲାଗୁ ହେବାର ସମ୍ଭାବନା ରହିଛି। ଏହା ପୂର୍ବରୁ ଲୋକଙ୍କ ମନ ଖୁସି କରିବା ପାଇଁ ନେତାମାନେ ତତ୍ପର ହେଉଛନ୍ତି।



from Odisha Reporter https://ift.tt/2H0rSC1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages