ଫଟୋରେ ଫଟୋରେ ଅମ୍ବାନୀଙ୍କ ପୁଅ ବାହାଘର…ଆଜି ଆକାଶରେ ଉଡ଼ୁଛି ଆକାଶଙ୍କ ମନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 9, 2019

ଫଟୋରେ ଫଟୋରେ ଅମ୍ବାନୀଙ୍କ ପୁଅ ବାହାଘର…ଆଜି ଆକାଶରେ ଉଡ଼ୁଛି ଆକାଶଙ୍କ ମନ

ମୁମ୍ବାଇ: ଆଜି ଆକାଶରେ ଉଡ଼ୁଛି ଆକାଶଙ୍କ ମନ। ବାଜିଛି ସାହାନାଇ। ସଜେଇ ହୋଇଛି ଦେଶର ସବୁଠୁ ବିଳାସମୟମୟ ପ୍ରାସାଦ ଆଣ୍ଟିଲିଆ। ପୂରା ପରିବେଶରେ ଉତ୍ସାହର ମାହୋଲ। ନାଚ,ଗୀତରେ ମଜିଛନ୍ତି ସମସ୍ତେ। କାରଣ ଆଜି ହେଉଛି ରିଲାଏନ୍‌ସ୍‌ କମ୍ପାନୀ ମୁଖ୍ୟ ମୁକେଶ ଅମ୍ବାନୀଙ୍କ ପୁଅ ଆକାଶ ଅମ୍ବାନୀଙ୍କ ବାହାଘର। ଆଜି ଆକାଶ ତାଙ୍କ ପିଲାଦିନର ବାନ୍ଧବୀ ଶ୍ଲୋକା ମେହେଟ୍ଟାଙ୍କୁ ବିବାହ କରିବେ। ଏଥିପାଇଁ ଅମ୍ବାନୀ ହାଉସ୍‌ ଆଣ୍ଟାଲିଆ ବେଶ୍‌ ସୁନ୍ଦର ଭାବରେ ସଜାଯାଇଛି।

ବିବାହ ଉତ୍ସବରେ ବିଶ୍ୱର ନାମିଦାମିମୀ ବ୍ୟକ୍ତି ସାମିଲ ହୋଇଛନ୍ତି। ଏହି ହାଇପ୍ରୋଫାଇଲ୍‌ ୱେଡିଂ ସେରିମୋନୀକୁ ସ୍ମରଣୀୟ କରିବା ପାଇଁ ସବୁ ପ୍ରକାର ଆୟୋଜନ କରିଛନ୍ତି ମୁକେଶ । ଶୁଣିବାକୁ ମିଳୁଛି ୟୁକେର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନୀ ବ୍ଲେଆର ଏବଂ ପତ୍ନୀ ଚାର୍ଲୀ ବ୍ଲେଆର ଆସି ଏହି ବିବାହରେ ଯୋଗ ଦେଇଛନ୍ତି।

ଏଥିସହ  ପୂର୍ବତନ ୟୁଏନ୍‌ ଜେନେରାଲ୍‌ ସେକେଟ୍ରାରୀ ବାନ୍‌ କି ମୁନ୍‌ ମଧ୍ୟ ଯୋଗ ଦେଇଛନ୍ତି। ସେହିପରି ବଲିଉଡ୍‌ର ଜଣାଶୁଣା ଚେହେରା ଅଭିନେତା ରଣବୀର ସିଂ, କରନ୍‌ ଜୋହର, ଅନୁ ମଲ୍ଲିକ, ରାଜ୍‌ କୁମାର ହିରାନୀ, ଜ୍ୟାକି ସ୍ରଫ୍‌ ,  ‌ଆମିର ଖାନ୍‌, ମନୀସ୍‌ ମଲୋହୋତ୍ରା ପ୍ରମୁଖ ଯୋଗ ଦେଇଛନ୍ତି।

ଶ୍ରୀଲଙ୍କା କ୍ରିକଟର ମାହେଲା ଜୟବର୍ଦ୍ଧନେ ମଧ୍ୟ ଏହି ବିବାହରେ ଅତିଥି ହୋଇ ଆସିଛନ୍ତି।

  



from Odisha Reporter https://ift.tt/2NRG7d7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages