ପିଙ୍କିଙ୍କ ପ୍ରାର୍ଥିତ୍ୱକୁ ନେଇ ଅସନ୍ତୋଷ; ଉତ୍ତମ ଦେଲେ ଏମିତି ଚେତାବନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 24, 2019

ପିଙ୍କିଙ୍କ ପ୍ରାର୍ଥିତ୍ୱକୁ ନେଇ ଅସନ୍ତୋଷ; ଉତ୍ତମ ଦେଲେ ଏମିତି ଚେତାବନୀ

uttam

ବ୍ରହ୍ମପୁର (ଜଗନ୍ନାଥ ସାହୁ): ଆସନ୍ତା ଏପ୍ରିଲ ୧୧ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ହେବାକୁ ଥିବାବେଳେ ଏହା ପୂର୍ବରୁ ପ୍ରାର୍ଥୀ ଚୟନକୁ ନେଇ ସବୁ ଦଳରେ ବିଦ୍ରୋହ ଦେଖାଦେଇଛି। କେଉଁଠି ଆଶାୟୀ ପ୍ରାର୍ଥୀମାନେ ଟିକେଟ୍‌ ନ ପାଇ ଅସନ୍ତୋଷ ପ୍ରକାଶ କରିବା ସହ ସେମାନଙ୍କର ସମର୍ଥକ ମାନେ ଭଙ୍ଗାରୁଜା ଓ ପୋଡ଼ାଜଳା କଲେଣି ତ ଆଉ କେଉଁଠି ଦଳ ଭିତରେ କନ୍ଦଳ ସୃଷ୍ଟି ହେଲାଣି। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ବି ଏମିତି କିଛି ସ୍ଥିତି ଦେଖିବାକୁ ମିଳିଛି।

ଦିଗପହଣ୍ଡି ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେପି ପ୍ରାର୍ଥୀ ଭାବେ ଅଭିନେତ୍ରୀ ପିଙ୍କି ପ୍ରଧାନଙ୍କୁ ଟିକେଟ୍‌ ଦିଆଯିବାକୁ ନେଇ ଅସନ୍ତୋଷ ଦେଖା ଦେଇଛି।  ଏଠାରୁ ବିଜେପି ଟିକେଟ୍ ପାଇବାକୁ ଆଶା ରଖିଥିବା ଇଞ୍ଜିନିୟର ଉତ୍ତମ ପାଣିଗ୍ରାହୀ ଓ ତାଙ୍କ ସମର୍ଥକମାନେ ପିଙ୍କିଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରିଛନ୍ତି।

ଯଦି ଉତ୍ତମଙ୍କୁ ଟିକେଟ୍‌ ନ ଦିଆଯାଏ ତେବେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବିଭିନ୍ନ ମଣ୍ଡଳ, ଶକ୍ତିକେନ୍ଦ୍ରର ଦାୟିତ୍ୱରେ ଥିବା କର୍ମୀଙ୍କ ସମେତ ୫ହଜାର କର୍ମୀ ଇସ୍ତଫା ଦେବେ ବୋଲି ଜଣାପଡ଼ିଛି। ଏଥିସହ ଉତ୍ତମ ସ୍ୱାଧୀନ ପ୍ରାର୍ଥୀ ଭାବେ ଦିଗପହଣ୍ଡି ବିଧାନସଭା ଓ ବ୍ରହ୍ମପୁର ଲୋକସଭା ଆସନରୁ ଲଢ଼ିବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି।

ଉତ୍ତମଙ୍କ କିଛି ସମର୍ଥକ ଭୁବନେଶ୍ୱର ଆସି ବିଜେପି କାର୍ଯ୍ୟାଳୟରେ ମଧ୍ୟ ପ୍ରତିବାଦ କରିଥିଲେ। ଏନେଇ ପିଙ୍କି ପ୍ରଧାନ କିମ୍ବା ବିଜେପିର ପ୍ରତିକ୍ରିୟା ମିଳିପାରିନାହିଁ।



from Odisha Reporter https://ift.tt/2urABFe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages